ଖସିଲା ପାରଦ, ବଢିବ ଶୀତ, ଆହୁରି ୫ ଦିନ ଥରାଇବ

ଭୁବନେଶ୍ୱର,୧୯/୧୨:  ରାଜ୍ୟରେ ବଢିଛି ଶୀତ । ଉତ୍ତର ଦିଗରୁ କାଲୁଆ ପବନ ବହିବା ଆରମ୍ଭ ହେଲାଣି। ଆଗାମୀ ୪୮ ଘଣ୍ଟା ଭିତରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଅସ୍ୱାଭାବିକ ଭାବେ ହ୍ରାସ ପାଇବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ଦ୍ୱାରା ଭୀଷଣ ଥଣ୍ଡା ଅନୁଭୂତ ହେବ। ରାତି ତାପମାତ୍ରା ୪-୫ ଡିଗ୍ରୀ ସେଲସିୟସ୍‌ ହ୍ରାସ ପାଇପାରେ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି । ଚଳିତବର୍ଷ ରାଜ୍ୟରେ ଶୀତ ପ୍ରକୋପ କମ୍‌ ଅଛି । ଏକରକମ ହଜିଯାଇଥିଲା ଥଣ୍ଡା । ଏବେ କିନ୍ତୁ ରାଜ୍ୟ ଉପରୁ ଗୁରୁଚାପ ବଳୟ ହଟିବା ସହ ଉତ୍ତର ଦିଗରୁ ଥଣ୍ଡା ପବନ ବହିବା ଆରମ୍ଭ ହୋଇଛି । ଏହା ପ୍ରଭାବରେ ଶୁକ୍ରବାର ରାତିରୁ ଶୀତ ବୃଦ୍ଧି ପାଇଛି । ଆସନ୍ତା ଦୁଇଦିନ ଭିତରେ ତାପମାତ୍ରା…

ଦେଶରେ ୧ କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ ୧୯।୧୨: ଦେଶରେ କରୋନା ଭାଇରସର ସଂଖ୍ୟା ବଢିବା-କମିବାରେ ଲାଗିଛି । ଇତିମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଏକ କୋଟି ପାର୍‌ ହୋଇଛି । କରୋନାର ଦୈନିକ ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଛି । ଦେଶରେ ଶନିବାର ଦିନ ୨୫୧୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଦିନ ୨୨୮୮୯ ସଂକ୍ରମିତ ଚିହ୍ନଟ ହୋଇଥିଲେ । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୨୫,୧୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଦେଶରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟିରେ ପହଞ୍ଚିଛି । ସେହିପରି ଦେଶରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧,୪୫,୧୩୬ରେ ପହଞ୍ଚିଛି । ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୯୫ଲକ୍ଷରୁ ଅଧିକ ରହିଛି ।…

କଠୋର ହେବ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା

ଭୁବନେଶ୍ୱର ,୧୯/୧୨: ଆଉ କାମ ଦେବନି ଦଲାଲଙ୍କ ରାଜ୍ । ଆରଟିଓ ଅଫିସରେ ବିନା ପରୀକ୍ଷାରେ ମିଳିବନି ଲର୍ଣ୍ଣିଂ ଲାଇସେନ୍ସ । ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ଏଣିକି ଅଧିକ କଠୋର ହେବ । ଲାଇସେନ୍ସ ପ୍ରଦାନରେ ଯେମିତି କୌଣସି କୋହଳ କିମ୍ବା ଅନିୟମିତତା ନହୁଏ ତାର ତଦାରଖ ପାଇଁ ପ୍ରତ୍ୟେକ ଆର୍‌ଟିଓର ଲର୍ଣ୍ଣିଂ ଲାଇସେନ୍ସ (ଏଲ୍‌ଏଲ୍‌) ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବ । ଆସନ୍ତା ଡିସେମ୍ବର ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ଜଣାପଡିଛି । ଏଥିସହ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନକାରୀମାନେ ଟଚ୍‌ସ୍କିନ୍‌ କମ୍ପ୍ୟୁଟରରେ ପରୀକ୍ଷା ଦେବେ ବୋଲି ରାଜ୍ୟ କମିସନର କର୍ତ୍ତୃପକ୍ଷ (ଏସ୍‌ଟିଏ) ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି । ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ରାଜ୍ୟର ୩୮ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ସିସିଟିଭି…

ବିଜେପିର ମିଶନ ପଶ୍ଚିମବଙ୍ଗ ଧରିଲା ସ୍ପିଡ୍

ନୁଆଦିଲ୍ଲୀ, ୧୯|୧୨ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଶନିବାର କୋଲକାତାରେ ପହଁଚିଛନ୍ତି । ପଶ୍ଚିମବଙ୍ଗରେ ଚାଲିଥିବା ରାଜନୈତିକ ହଟ୍ଟଚମଟ ମଧ୍ୟରେ ଶାହଙ୍କ ଏହି ଗସ୍ତ ବହୁ ଗୁରୁତ୍ୱ ବହନ କରେ । ଏଠାରେ ଶାସନରେ ଥିବା ଟିଏମସି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅନେକ ସହଯୋଗୀ ଏବେ ଅସନ୍ତୁଷ୍ଟ । ସେମାନେ ବିଜେପିରେ ଯୋଗ ଦେବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । ଶାହଙ୍କ ଉପସ୍ଥିତିରେ ଦଳ ଛାଡିଥିବା ଟିଏମସି ନେତା ପଦ୍ମ ଧରିପାରନ୍ତି । ମମତାଙ୍କ ଘନିଷ୍ଠ ସହଯୋଗୀ ତଥା ଟିଏମସିର ବିଧାୟକ ଶୁଭେନ୍ଦୁ ଅଧିକାରୀ ଶନିବାର ଶାହଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେବେ । ପଶ୍ଚିମବଙ୍ଗର ମେଦିନାପୁରର ଏକ କାର୍ଯ୍ୟକ୍ରମରେ ଶାହ ସମ୍ବୋଧନ କରିବେ । ଏଠାରେ ଶୁଭେନ୍ଦୁ ପଦ୍ନ ପୋଖରୀକୁ ଲମ୍ଫ ମାରିବେ । ଆହୁରି…

ରାତି ଅଧରେ ଜଳିଗଲା ଫଳ ମାର୍କେଟ୍

ବଲାଙ୍ଗୀର ୧୮।୧୨: ବଲାଙ୍ଗୀର ସହରରେ ଅଘଟଣ । ରାତି ଅଧରେ ଜଳିଗଲା ଫଳ ମାର୍କେଟ୍ ।  ନିଆଁରେ ଜଳି ଜଣେ ଗୁରୁତର ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି । ବଲାଙ୍ଗୀର ସହର ସରକାରୀ ବସଷ୍ଟାଣ୍ଡ ପାଖରେ ଥିବା ଫଳ ମାର୍କେଟରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଛି । ୭ରୁ ଅଧିକ ଫଳ ଠେଳା ସହ ଦୋକାନ ପୋଡିଯାଇ ନଷ୍ଟ ହୋଇଯାଇଛି । ତେବେ ଫଳ ଦୋକାନରେ ଶୋଇଥିବା ଜଣେ ବ୍ୟକ୍ତି  ମଧ୍ୟ ନିଆଁ ସଂସ୍ପର୍ଶରେ ଆସି ଜଳି ଯାଇଛନ୍ତି । ହେଲେ ଅଳ୍ପକେ ବ୍ୟକ୍ତି ଜଣକ ବର୍ତ୍ତି ଯାଇଛନ୍ତି । ତାଙ୍କ ନାମ କୁନୁ ଘିବେଲା । ଗୁରୁବାର ରାତି ପାଖାପାଖି ଗୋଟାଏ ସମୟରେ ହଠାତ୍ ଫଳ ମାର୍କେଟରେ ନିଆଁ ଲାଗିଯାଇଥିଲା । ଟାଉନ ଥାନା ପିସିଆର ଏ ଘଟଣାକୁ ଦେଖିବା ସହ ଅଗ୍ନିଶମ…

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସର୍ବଦା ଦୁଷ୍କର୍ମ ନୁହେଁ- ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧୮/୧୨:  ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସଦାବେଳେ ଦୁଷ୍କର୍ମ ନୁହେଁ । ଜଣେ ମହିଳାଙ୍କ ତରଫରୁ ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ ଏହି ଆଦେଶ ଜାରି କରିଛନ୍ତି । ମହିଳା ଜଣଙ୍କ ଆବେଦନରେ ଦର୍ଶାଇଥିଲେ ଯେ, ସେ ୨୦୦୮ରୁ ୨୦୧୫ ଯାଏଁ ଜଣେ ବ୍ୟକ୍ତିଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ । ପରେ ବ୍ୟକ୍ତିଜଣଙ୍କ ମହିଳାଙ୍କୁ ଛାଡି ଦେଇଥିଲେ । ମହିଳାଜଣଙ୍କ ଅଭିଯୋଗ କରିଛନ୍ତି ଯେ, ବ୍ୟକ୍ତିଜଣଙ୍କ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ପୂର୍ବରୁ ଏହି କେସ୍ ଟ୍ରାଏଲରେ ଥିଲା । ସେଠାରୁ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଦୁଷ୍କର୍ମ ମାମଲାରୁ ମୁକ୍ତ କରାଯାଇଥିଲା । ଦିଲ୍ଲୀ ହାଇକୋର୍ଟ କୋର୍ଟଙ୍କ ଏହି ନିଷ୍ପତ୍ତିକୁ କାଏମ ରଖିଛନ୍ତି…

ଦିଲ୍ଲୀରେ ଭାଙ୍ଗିଲା ୧୦ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୧୮/୧୨:   ଦେଶର ରାଜଧାନୀ ଦିଲ୍ଲୀରେ ଗୁରୁବାର ରାତିରେ ଶୀତ ସମସ୍ତ ରେକର୍ଡ ଭାଙ୍ଗିଛି । ଏଠାରେ ସର୍ବାଧିକ ତାପମାତ୍ରା ୧୫.୨ ଡିଗ୍ରୀ ରହିଛି । ଏହା ହେଉଛି ଏବେସୁଦ୍ଧା ସବୁଠାରୁ କମ୍ ତାପମାତ୍ରା । ଭାରତୀୟ ପାଣିପାଗ ବିଭାଗ ଏନେଇ ସୂଚନା ଦେଇ କହିଛି ଯେ, ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଲେ ହିଁ ଶୀତଦିନ ବୋଲି କୁହାଯାଏ ଓ ସର୍ବାଧିକ ତାପମାତ୍ରା ସାମାନ୍ୟଠୁ ୪.୪ ଡିଗ୍ରୀ କମ୍ ରହିଥାଏ । ତାପମାତ୍ରା ଖସିବା ସହ ଗୁରୁବାର ଶୀତ ୧୦ ବର୍ଷର ରେକର୍ଡ ଭାଙ୍ଗିଛି । ଏହାପୂର୍ବରୁ ୨୦୧୧ ଡିସେମ୍ବର ୧୧ରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ଥିଲା । ଗୁରୁବାର ଦିଲ୍ଲୀରେ ତାପମାତ୍ରା ୫ ଡିଗ୍ରୀ ତଳକୁ ଖସି ଆସିଥିଲା । ସଫଦରଜଙ୍ଗରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା…

ମେସି ଓ ରୋନାଲ୍ଡୋଙ୍କୁ ପଛରେ ପକାଇଲେ ଏହି ଫୁଟବଲର

ନୂଆଦିଲ୍ଲୀ,୧୮/୧୨:    ପୋଲାଣ୍ଡର ରବର୍ଟ ଲେବାନଡୋସ୍କି ଫିଫା ବେଷ୍ଟ୍ ପ୍ଲେୟାର ପୁରସ୍କାର ହାସଲ କରିଛନ୍ତି । ଏହାସହ ଏହି ୩୨ ବର୍ଷୀୟ ଫୁଟବଲର ଷ୍ଟ୍ରାଇକର୍ ମେସି ଓ ରୋନାଲ୍ଡୋଙ୍କୁ ଦବଦବାକୁ ଶେଷ କରିଦେଇଛନ୍ତି । ଗୁରୁବାର ଜ୍ୟୁରିଖରେ ଅନୁଷ୍ଠିତ ଭର୍ଚୁଆଲ ପୁରସ୍କାର ବିତରଣ ଉତ୍ସବରେ ସେ ଏହି ପ୍ରତିଷ୍ଠିତ ସମ୍ମାନ ହାସଲ କରିଛନ୍ତି । ଚଳିତ ବର୍ଷ ୟୁଇଏଫଏ ପୁରୁଷ ବର୍ଗରେ ପ୍ଲେଆର ଅଫ୍ ଦି ଇଅର ଜିତିଥିବା ଲେବାନଡୋସ୍କି ଫିପା ପୁରସ୍କାର ପାଇଁ ପ୍ରମୁଖ ଦାବିଦାର ଥିଲେ । ବିଜେତା କିଏ ହେବ ତାକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ ରାଷ୍ଟ୍ରୀୟ ଟିମ୍‌ର କୋଚ୍, କ୍ୟାପ୍ଟେନ ସହ କିଛି ସାମ୍ବାଦିକ ଓ ପ୍ରଶଂସକ ମଧ୍ୟ ସାମିଲ ଥିଲେ । ଲେବାନଡୋସ୍କି ୨୦୧୯-୨୦ ଚାମ୍ପିଅନ୍ସ ଲିଗରେ ନିଜ ଦମରେ କ୍ଲବ୍ ବାୟର୍ଣ୍ଣ ମ୍ୟୁନିଖଙ୍କୁ ଚାମ୍ପିଅନ କରିଥିଲେ ।…

ରହସ୍ୟ ଘେରରେ ସନ୍ଥ ବାବା ରାମ ସିଂଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୧୮/୧୨:    କୃଷକ ଆନ୍ଦୋଳନକୁ ସମର୍ଥନ କରି ଆତ୍ମହତ୍ୟା କରିଛନ୍ତି ସନ୍ଥ ବାବା ରାମ ସିଂ । ଏହା ତାଙ୍କର ଅନୁଗାମୀକୁ ବଡ ଝଟକା ଦେଇଛି । ପୋଲିସ ମଧ୍ୟ ଏହି ଘଟଣା ବାବଦରେ ସ୍ପଷ୍ଟ କରି କିଛି କହୁନାହିଁ । ଏବେ ପୋଲିସ ଫରେନସିକ୍ ରିପୋର୍ଟକୁ ଯାଞ୍ଚ କରୁଛି । କୁହାଯାଉଛି ଯେ, ବାବା ମୂଳ ରୂପେ ପଞ୍ଜାବର ଜଙ୍ଗରାବ ଅଞ୍ଚଳରେ ରହୁଥିଲେ । ପରେ ସେ ୧୯୯୦ରେ ସିଙ୍ଗଡାରେ ଆଶ୍ରମ ଓ ଗୁରୁଦ୍ୱାର କରି ଶିଖ୍ ଧର୍ମର ପ୍ରଚାରପ୍ରସାର କରୁଥିଲେ । ତାଙ୍କ ନିଧନ ପରେ ହଜାର ହଜାର ଅନୁଗାମୀ ଆଶ୍ରମରେ ପହଁଚିଥିଲେ । ତାଙ୍କର ମରଶରୀରକୁ ଗୋଟିଏ ଦିନ ପାଇଁ ଗୁରୁଦ୍ୱାର ପରିସରରେ ରଖାଯାଇଥିଲା । ତାଙ୍କର ଅନ୍ତିମ ଦର୍ଶନ ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ସେ କେଉଁ କାରଣରୁ ଆତ୍ମହତ୍ୟା କଲେ…

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଆପଣଙ୍କ ଉନ୍ନତ ଚିନ୍ତାଧାରା ଓ ସହ-ଯୋଗୀ ମନୋଭାବ ସାମାଜିକ ଜୀବନକୁ ମଧୁରତର କରିବ । ଆତ୍ମୀୟମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ । ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ । ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ । ଛାତ୍ରଛାତ୍ରୀ- ବିଜ୍ଞ ହେବେ । କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ । ବ୍ୟବସାୟୀ- ନୂଆ ଡିଲ୍ ମିଳିବ । ଗୃହିଣୀ- ସୁଖୀ ହେବେ । ବୃଷ – ଖଳ ଲୋକଙ୍କ ପ୍ରରୋଚନାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗି ରହିବ । କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ପରୋକ୍ଷରେ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଭଲ ହେବ। ଶୁଭ ରଙ୍ଗ…