ଉହାନ କେମିକାଲରେ ଓଡିଶାରେ ପ୍ରସ୍ତୁତ ହେଉଛି ବଡି

କଟକ ୨୦।୧୨: ଜଗତପୁର ଶିଳ୍ପାଞ୍ଚଳରୁ ନକଲି ସୋୟାବଡି କାରଖାନା ଠାବ । RM ମିଲ୍ସରେ ନକଲି ସୋୟାବଡି ପ୍ରସ୍ତୁତ ହେବା ନେଇ ବିଶେଷ ସୂତ୍ରରୁ ଖବର ପାଇ ରେଡ କରିଥିଲା ଜଗତପୁର ଥାନା ଓ ମାଲଗୋଦାମ ଥାନା ପୁଲିସ ।

ଚଢ଼ାଉ ସମୟରେ ନାମୀଦାମୀ କମ୍ପାନିର ଲୋଗୋ ସମେତ ପ୍ରାୟ ୧୦ ଲକ୍ଷ ଟଙ୍କାର ସୋୟାବଡି ଜବତ କରାଯାଇଛି। ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି । ୪ ବର୍ଷ ହେଲା ଏଠାରେ ଚାଲିଥିଲା RM ମିଲ୍ସ । ଚାଇନା ଉହାନରୁ ଆସୁଥିବା କେମିକାଲ ଏହି ବଡିରେ ମିଶା ଯାଉଥିଲା । ଏହାକୁ ଖାଇବା ଦ୍ବାରା ଡାଇବେଟିସ୍ ଓ କ୍ୟାନ୍ସର ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ରହିଛି ବୋଲି ଡାକ୍ତର କହିଛନ୍ତି । ପୂର୍ବରୁ ଜଗତପୁରରୁ ନକଲି ମସଲା, ନକଲି ଘିଅ, ନକଲି ଗୁଟଖା କମ୍ପାନିରେ କମିସନରେଟ୍ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବିପୁଳ ପରିମାଣରେ ନକଲି ସାମଗ୍ରୀ ଜବତ ହୋଇଥିଲା।

Related posts

Leave a Comment