ଆତଙ୍କ ଖେଳାଉଛି କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍

ଲଣ୍ଡନ ୨୧।୧୨: ବ୍ରିଟେନରେ କରୋନା ଭାଇରସ୍‌ର ଏକ ନୂଆ ଷ୍ଟ୍ରେନ୍ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି । ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପରିସ୍ଥିତି ଏବେ ଅଣାୟତ୍ତ ହୋଇପଡିଛି । ପୂର୍ବାପେକ୍ଷା ଭାଇରସ୍‌ ଏବେ ତାର ରୂପ ବଦଳାଇ ଅଧିକ ଭୟଙ୍କର ହେବାରେ ଲାଗିଛି । କରୋନାର ଏହି ନୂଆ ଷ୍ଟ୍ରେନ୍ ଯୋଗୁଁ ୟୁରୋପ, ବ୍ରିଟେନ୍ ସହ ଯୋଗାଯୋଗ ବିଚ୍ଛିନ୍ନ କରିଛି । ୟୁରୋପର ଅନେକ ସହର ବ୍ରିଟେନ୍ ସୀମା ସିଲ୍ କରିଛନ୍ତି । ସେହି ସହର ଏବଂ ବ୍ରିଟେନ୍ ମଧ୍ୟରେ ଯାତାୟତକୁ ରଦ୍ଦ କରିଦିଆଯାଇଛି । ଗୋଟିଏ ଦିନରେ ନୂଆ ଷ୍ଟ୍ରେନ୍ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ୩୫ ହଜାରରୁ ଅଧିକ ହେବା ଯୋଗୁଁ ୟୁରୋପୀୟର ସଂଘର ଅନେକ ଦେଶ ଏବେ ଚିନ୍ତାରେ ପଡିଛନ୍ତି । ଫଳରେ ବ୍ରିନେଟ୍ ରୁ ଆସୁଥିବା ସମସ୍ତ ବିମାନ ରଦ୍ଦ କରିଦେଇଛନ୍ତି । ଫ୍ରାନ୍ସ, ଜର୍ମାନ, ନେଦରଲ୍ୟାଣ୍ଡ, ବେଲଜିୟମ୍, ଅଷ୍ଟ୍ରିଆ ଏବଂ ଇଟାଲୀରେ ବ୍ରିଟେନ୍ ଯାତ୍ରା ଉପରେ ରୋକ୍ ଲଗାଇ ଦିଆଯାଇଛି ।

ଅନ୍ୟପଟେ ଫ୍ରାନ୍ସରେ ରବିବାର ମଧ୍ୟରାତି ପରଠାରୁ ୪୮ ଘଣ୍ଟା ପାଇଁ ସବୁ ପ୍ରକାରର ଯାତ୍ରା ଉପରେ ରୋକ୍ ଲଗାଇଦିଆଯାଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହାଦ୍ବାରା ବ୍ରିଟେନ୍ ଯାଉଥିବା ଲୋକ ପ୍ରଭାବିତ ହେବେନାହିଁ । ଜର୍ମାନରୁ ଆସୁଥିବା ସମସ୍ତ ବିମାନ ମଧ୍ୟ ରଦ୍ଦ କରାଯାଇଛି । ନେଦରଲ୍ୟାଣ୍ଡ ମଧ୍ୟ ବର୍ଷ ଶେଷ ପର୍ଯ୍ୟନ୍ତ ବିମାନ ସେବା ରଦ୍ଦ କରିଛି । ନୂଆ ଷ୍ଟ୍ରେନ୍ ର ସଂକ୍ରମଣକୁ ଦେଖି ଙି ଅବଧି ଆହୁରି ମଧ୍ୟ ବଢାଯାଇପାରେ । ବେଲଜିୟମ୍ ମଧ୍ୟ ବିମାନ ସେବା ଉପରେ ରୋକ୍ ଲଗାଇଛି । ଏହାସହ ରେଳ ସେବା ମଧ୍ୟ ବନ୍ଦ ରହିଛି । ସେହିଭଳି ଅଷ୍ଟ୍ରିଆ ଏବଂ ଇଟାଲୀରୁ ବ୍ରିଟେନ୍ କୁ ମଧ୍ୟ ବିମାନ ସେବା ବନ୍ଦ ରହିଛି । ପୂର୍ବରୁ ବୋରିସ ଜନସନ ମଧ୍ୟ କହିଥିଲେ ଯେ, କରୋନାର ନୂଆ ଷ୍ଟ୍ରେନ୍ ଆସିଗଲାଣି । ଯାହା ପୂର୍ବର ଭାଇରସ୍ ଅପେକ୍ଷା ଅଧିକ କ୍ଷତିକାରକ ଏବଂ ସଂକ୍ରାମକ ।

ବ୍ରିଟେନ୍ ରେ କରୋନା ଭାଇରସ୍ ର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜେଏମଜିର ଜରୁରୀ ବୈଠକ ଡାକିଛି । ସ୍ବାସ୍ଥ୍ୟ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ନୂଆ ଷ୍ଟ୍ରେନ୍ ର ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟେନ୍ ମଧ୍ୟ ଲକ୍ ଡାଉନ୍ ଲାଗୁ କରିଦେଇଛି ।

Related posts

Leave a Comment