ସିନିୟର ପାଠକ ମାନିଗଲେ, ‘ପୁଅ ଟାଟା କମ୍ପାନୀରେ ଚାକିରି କରିନଥିଲା’

ଭୁବନେଶ୍ବର ୨୪।୧୨: ସ୍କାଏ କିଙ୍ଗ ଠକେଇ ମାମଲା । ସରିଲା ଅଭୟ ପାଠକଙ୍କ ୨ ଦିନିଆ ରିମାଣ୍ଡ ଅବଧି । ସ୍ବାସ୍ଥ୍ୟ ପରୀକ୍ଷା ପରେ ଭୁବନେଶ୍ବର SDJM କୋର୍ଟରେ ହାଜର କରାଇଲା ପୋଲିସ । ରିମାଣ୍ଡରେ ନେଇ ଠକେଇ ମାମଲାରେ ଅଧିକ ଖୋଳତାଡ କରିଛି ପୋଲିସ । ପୁଅ ଆକାଶ ଟାଟା କମ୍ପାନୀରେ ଚାକିରି କରିନଥିବା ସ୍ବୀକାର କଲେ ଅଭୟ ।ସୂଚନାଯୋଗ୍ୟ ଯେ,  ଟ୍ରାଭେଲ ଏଜେନ୍ସି ‘ସ୍କାଏ କିଙ୍ଗ୍‌’ ସହ ପାଠକ ଫ୍ୟାମିଲି ପ୍ରାୟ ୨ କୋଟି ୭୮ ଲକ୍ଷ ୩୯ ହଜାର ୮୭ ଟଙ୍କା ବିଲ୍‌ ଆସିଥିଲା । କିନ୍ତୁ ପାଠକ ଫ୍ୟାମିଲି ଏଥିରୁ ମାତ୍ର ୨ କୋଟି ୧୩ ଲକ୍ଷ ୨୨ ହଜାର ୮୫୪ ଟଙ୍କା ଟ୍ରାଭେଲ୍‌ ଏଜେନ୍ସିକୁ ଦେଇଥିଲେ । ବଳକା ୬୫ ଲକ୍ଷ ୧୬ ହଜାର ୨୩୩ ଟଙ୍କା ଦେବାକୁ ରୋକ୍‌ଠୋକ୍‌ ମନା କରିଥିଲେ । ଏହାପରେ ବିମାନ ସେବା ବନ୍ଦ କରିବାକୁ ଟ୍ରାଭେଲ୍‌ ଏଜେନ୍ସି ନିଷ୍ପତ୍ତି ନେଇଥିଲେ । ବିମାନରେ ବୁଲିବା ସଉକ ପାଲଟିଥିବା ପାଠକ ପ୍ୟାମିଲିକୁ ବାଧିଥିଲା । ପଲିଟିକାଲ୍‌ ପାୱାର ଦେଖାଇ ଏଜେନ୍ସି କର୍ମଚାରୀଙ୍କୁ ବାପା-ପୁଅ ଧମକ ଚମକ ଦେଇଥିଲେ । ଯାହାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ସଂପୃକ୍ତ ଏଜେନ୍ସି ।

Related posts

Leave a Comment