ଦେଶରେ ୨୪ ଘଂଟା ହଜାରେ ୨୩ ମୃତ : କରୋନା ମୃତ୍ୟୁସଂଖ୍ୟା ୬୦ ହଜାର ୪୭୨କୁ ବୃଦ୍ଧି; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୩୩ ଲକ୍ଷ

ଉପରମୁହାଁ ହେଉଛି କରୋନାଗ୍ରାଫ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ଟପିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୭୫ ହଜାର ୭ ଶହ ୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ହଜାରେ ୨୩ ଜଣ ପ୍ରାଣ ହରାଇଛନ୍ତି । ଏହା ସହ ଦେଶରେ ମୃତ୍ୟୁସଂଖ୍ୟା ୬୦ ହଜାର ପାର କରିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୫ ଲକ୍ଷ ୨୩ ହଜାର ସୁସ୍ଥ ହୋଇଥିବାବେଳେ ଆକ୍ଟିଭ ମାମଲା ରହିଛି ୭ ଲକ୍ଷ ୨୫ ହଜାର ୯୯୧ । ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ରହିଛି ।୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୭୫,୭୬୦ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୨୫୯୯୧ ରହିଛି। ୨୪ ଘଣ୍ଟାରେ ୧,୦୨୩ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ତେବେ ଗତକାଲି ଅପେକ୍ଷା ଆଜି ମୃତ୍ୟୁ ସଂଖ୍ୟା କମ…

ଅଭିନେତା ଗୁଡ୍ଡୁ କରୋନା ସଂକ୍ରମିତ .

ଭୁବନେଶ୍ୱର ୨୭।୦୮: ଓଲିଉଡ ହାସ୍ୟ ଅଭିନେତା ଗୁଡ୍ଡୁ ଏବଂ ସିନେମା ସଂଳାପକାର ଡ. ରଜନୀ ରଞ୍ଜନ ଦାଶ ଓ ତାଙ୍କ ପତ୍ନୀଙ୍କୁ କରୋନା। ବର୍ତ୍ତମାନ ଗୁଡ୍ଡୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ଏବଂ ସୁସ୍ଥ ଅଛନ୍ତି। ଅନ୍ୟପକ୍ଷରେ ଡ. ରଜନୀ ରଞ୍ଜନ ଘରେ ହୋମ୍‌ ଆଇସୋଲେସନ୍‌ରେ ରହିବା ସହ ସୁସ୍ଥ ଅଛନ୍ତି । ଉଭୟଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଛି । ଗୁଡ୍ଡୁ କହିଛନ୍ତି, ୪-୫ଦିନ ହେବ ପ୍ରତି ସନ୍ଧ୍ୟାରେ ୭ଟାରୁ ୮ଟା ପର୍ଯ୍ୟନ୍ତ ଜ୍ୱର ଆସୁଥିଲା । ଔଷଧ ଖାଇବା ପରେ ଛାଡ଼ି ଯାଉଥିଲା । ମଙ୍ଗଳବାର ସନ୍ଧ୍ୟାରେ ଜୋର୍‌ରେ ଜ୍ୱର ଆସିବା ସହ ଛାତିରେ ଯନ୍ତ୍ରଣା ହୋଇଥିଲା । ସରକାରଙ୍କ ହେଲ୍ପଲାଇନ୍‌ ଏବଂ ବିଏମ୍‌ସିକୁ ଫୋନ୍‌ କରିବା ପରେ କେହି ଶୁଣିନଥିଲେ । ଶେଷରେ କୌଣସି ଉପାୟ ନପାଇ ଏକ ଘରୋଇ…

ଖୋଲିଲା ହୀରାକୁଦ ଜଳ ଭଣ୍ଡାରର ଆଉ ୨ଟି ଗେଟ୍, ଜଳସ୍ତର ରହିଛି ୬୨୦ ଫୁଟ୍

ସମ୍ବଲପୁର ୨୭।୮: ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଫଳରେ ପୁଣି ଦୁଇଟି ଗେଟ୍ ଖୋଲାଯାଇଛି । ହୀରାକୁଦ ଜଳଭଣ୍ଡାରରୁ ବର୍ତ୍ତମାନ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୦ ଫୁଟ୍ । ବର୍ତ୍ତମାନ ସୁଦ୍ଧା ଜଳଭଣ୍ଡାର କର୍ତ୍ତୃପକ୍ଷ ଦେଇଥିବା ତଥ୍ୟ ଅନୁସାରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୭୯ ହଜାର ୯୦୨ ଘନ ଫୁଟ୍ ଜଳ ପ୍ରବେଶ କରୁଛି । ସେହିପରି ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୯ ହଜାର ୯୭୪ ଘନଫୁଟ୍ ଜଳ ନିଷ୍କାସିତ ହେଉଛି । ତଳମୁଣ୍ଡର କେବଳ ଖଇରମାଲକୁ ଛାଡିଦେଲେ ମୁଣ୍ଡଳୀ, ବାରମୂଳ, ପଥର୍ଲା, ବେଲଗାଁ ସବୁଠି ନଦୀ ଫୁଲୁଛି ।

ଡାକ୍ତର ଘୋଷିତ କଲେ ମୃତ : ଘରକୁ ପହଞ୍ଚିବାବେଳେ ଜୀବିତ ହୋଇଗଲେ ଯୁବତୀ

ମିରଟ ୨୭/୮: ମୃତ୍ୟୁ ପରେ କେହି ଜୀବିତ ହୋଇଯିବା , ଏହା କେବଳ କାହାଣୀରେ ଶୁଣିବାକୁ ମିଳିଥାଏ। କିନ୍ତୁ ମଓ୍ବାନା ସହରରେ ଏପରି ଘଟଣା ସାମନାକୁ ଆସିଛି। ଏଠାରେ ମୋହଲ୍ଲା ମୁନ୍ନାଲାଲ ବାସିନ୍ଦା ଜଣେ ଯୁବତୀ ମୃତ୍ୟୁର କିଛି ଘଣ୍ଟା ପରେ ହଠାତ୍ ଜୀବିତ ହୋଇଯାଇଛନ୍ତି। ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ମୃତ ଘୋଷିତ କରି ଦିଆଯାଇଥିଲା। ଯୁବତୀଙ୍କୁ ପୋତିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା କିନ୍ତୁ ହଠାତ୍ ଯୁବତୀଙ୍କ ଶରୀର ହଲଚଲ ହୋଇଥିଲା। ପରିବାର ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ବର୍ତ୍ତମାନ, ଯୁବତୀଙ୍କୁ ଘରେ ଅକ୍ସିଜେନ୍ ଦିଆଯାଉଛି। କୁହାଯାଉଛି ଯେ ୨୦ବର୍ଷ ବୟସ୍କା ଆସମା ଅଗଷ୍ଟ ୨୪ତାରିଖରେ ହଠାତ୍ ହୃଦଘାତ ହେବାରୁ ବେହୋଶ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଦିଲ୍ଲୀର ଅଲଶିଫା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରିବାର ଲୋକେ କହିଥିଲେ ଯେ…

ବଢୁଛି ସଂକ୍ରମଣ : ୨୪ ଘଣ୍ଟା ପାଇଁ SCB ସେଣ୍ଟ୍ରାଲ୍‌ ଆଇସିୟୁ ସଟ୍‌ଡାଉନ୍

କଟକ ୨୭।୦୮: କରୋନା ସଂକ୍ରମଣ କାରଣରୁ ଏସ୍‌ସିବି ସେଣ୍ଟ୍ରାଲ ଆଇସିୟୁରେ ତାଲା ପଡିଯାଇଛି । ଆଇସିୟୁରେ କାର୍ଯ୍ୟରତ ୧୨ ଜଣ ନର୍ସ ଓ ୨ ଜଣ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହେବା ପରେ ୩୦ ବେଡ୍‌ ବିଶିଷ୍ଟ ଏହି ଗୁରୁତ୍ୱପୂର୍ଣ୍ଣ ୟୁନିଟ୍‌କୁ ୨୪ ଘଣ୍ଟା ପାଇଁ ବନ୍ଦ ରଖାଯାଇଛି । ଆଇସିୟୁରେ ଥିବା ରୋଗୀମାନଙ୍କୁ ଟ୍ରମା, ମେଡିସିନ୍‌ ଓ ପ୍ରସୂତି ବିଭାଗ ଆଇସିୟୁରେ ସାମୟିକ ଭାବେ ଥଇଥାନ କରାଯାଇଛି । ବିଶୋଧନ ପରେ ପୁନର୍ବାର ଆଇସିୟୁକୁ କାର୍ଯ୍ୟକ୍ଷମ କରାଯିବ ବୋଲି ନିଶ୍ଚେତକ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଦୈତାରୀ ରାଉତରାୟ ସୂଚନା ଦେଇଛନ୍ତି । ଏସ୍‌ସିବିର ସବୁଠୁ ବଡ଼ ଆଇସିୟୁ ୟୁନିଟ୍‌ କୁହାଯାଉଥିବା ସେଣ୍ଟ୍ରାଲ୍‌ ଆଇସିୟୁରେ ସଂକ୍ରମଣ ବ୍ୟାପିବା ଘଟଣା ଡାକ୍ତରଖାନା ପ୍ରଶାସନ ପାଇଁ ଚିନ୍ତା ସୃଷ୍ଟି କରିଛି । ଗତକାଲି ସେଣ୍ଟ୍ରାଲ ଆଇସିୟୁରୁ ୪ଜଣ କରୋନା…

୨୮ରେ ବିଧାନସଭା ଅଧିବେଶନ, ତାପୂର୍ବରୁ ପଞ୍ଜାବର ୨୩ ମନ୍ତ୍ରୀ ଓ ବିଧାୟକ କରୋନା ସଂକ୍ରମିତ

ଚଣ୍ଡିଗଡ଼ ୨୭।୦୮: ସାରା ଦେଶରେ କରୋନା ସ୍ଥିତି ସାଙ୍ଘାତିକ ରହିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପଞ୍ଜାବରେ ୨୩ଜଣ ବିଧାୟକ ଓ ମନ୍ତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି ଯେ, ଆସନ୍ତା ଅଗଷ୍ଟ ୨୮ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଏହାର ଦୁଇ ଦିନ ପୂର୍ବରୁ ରାଜ୍ୟର ୨୩ ମନ୍ତ୍ରୀ ଓ ବିଧାୟକ କରୋନା ସଂକ୍ରମିତ ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଏନେଇ ଭିଡିଓ କନ୍‌ଫରେନ୍ସି ଜରିଆରେ ହୋଇଥିବା ବୈଠକରେ ସୂଚନା ଦେଇଛନ୍ତି । ସେହିପରି ବୈଠକରେ ବର୍ତ୍ତମାନରେ ପରିସ୍ଥିତିକୁ ଦେଖି ଜେଇଇ-ନିଟ୍‌ ପରୀକ୍ଷା ସ୍ଥଗିତ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଆସନ୍ତା ୨୮ତାରିଖରେ ପଞ୍ଜାବ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି…

ରିୟାଙ୍କ ବିରୋଧରେ ମାମଲା ରୁଜ୍ଜୁ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ: ସୁଶାନ୍ତ ସିଂହଙ୍କୁ ଡ୍ରଗ୍ସ ଦେଇଥିବା ଅଭିଯୋଗ .

ମୁମ୍ବାଇ ୨୭/୦୮ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ସମ୍ବନ୍ଧୀୟ ତଥ୍ୟ ଜଡିତ ହେବାପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମାମଲା ରୁଜ୍ଜୁ କରିଛି | NCB ରିୟା ଚକ୍ରବର୍ତ୍ତୀ, ଶୋଭିକ ଚକ୍ରବର୍ତ୍ତୀ, ଜୟା ଶାହା, ଶ୍ରୁତି ମୋଦୀ ଏବଂ ଗୌରବ ଆର୍ୟା ବିରୋଧରେ ମାମଲା ରୁଜ୍ଜୁ କରିଛି | ସମସ୍ତଙ୍କ ବିରୋଧରେ ନିଶା ଔଷଧ ଓ ମାଦକ ପଦାର୍ଥ ନିରୋଧକ ଅଧିନିୟମ NDPS ର ବିଭିନ୍ନ ଧାରା ଲଗାଯାଇଛି | NCB ଯାଞ୍ଚ ପାଇଁ ମୁମ୍ବାଇ ଯିବ | ଏହି ମାମଲାରେ ଦିଲ୍ଲୀ ଜୋନାଲ ଡ଼ାଇରେକ୍ଟର ଆଇପିଏସ ଅଧିକାରୀ କେ.ପି.ଏସ ମାଲହୋତ୍ରାଙ୍କ ଟିମ ଯାଞ୍ଚ କରିବ | ରିୟା ଚକ୍ରବର୍ତ୍ତୀ ବିରୋଧରେ ସୁଶାନ୍ତ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ଆରୋପ ଲଗାଯାଇଛି | ଅଭିନେତ୍ରୀ ନିଜେ ମଧ୍ୟ ଡ୍ରଗ୍ସ ସେବନ କରୁଥିବା ଏବଂ ଡିଲ କରୁଥିବା…

ଆଜି ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ରେଜଲ୍ଟ

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ। ଆଜି ଦିନ ୧୧ଟା ୩୦ରେ ଫଳାଫଳ ପ୍ରକାଶ ପାଇବ। କରୋନା କଟକଣା ପାଇଁ ଗତବର୍ଷ ଅପେକ୍ଷା ଏଥର ୩ ମାସ ବିଳମ୍ବରେ ପ୍ରକାଶ ପାଇବାକୁ ଯାଉଛି ରେଜଲ୍ଟ।ସେହିଭଳି ଚଳିତ ମାସ ଶେଷ ସପ୍ତାହରେ କଳା ଏବଂ ଧନ୍ଦା ମୂଳକ ଶିକ୍ଷା ଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଗତ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ପ୍ରକାଶ ପାଇ ସାରିଛି। ବାଣିଜ୍ୟ ଫଳ ପ୍ରକାଶ ନେଇ ପୂର୍ବରୁ ସୂଚନା ଦେଇଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।କରୋନା ସଂକ୍ରମଣ ଭୟ ଓ ଲକଡାଉନ୍ କଟକଣା ପାଇଁ ଚଳିତ ବର୍ଷ ଯୁକ୍ତ ଦୁଇ ଫଳାଫଳ ପ୍ରକାଶ ପାଇବାରେ ଅହେତୁକ ବିଳମ୍ବ ଘଟିଛି।

‘୪ ଜିଲ୍ଲାରେ ସପ୍ତାହେ ମଧ୍ୟରେ ସ୍ଥିତି ନିୟନ୍ତ୍ରଣକୁ ଆଣ’ : ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ା ଜିଲ୍ଲାରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। କରୋନାର ହଟସ୍ପଟ ପାଲଟିଥିବା ଗଞ୍ଜାମରେ ଏବେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସ୍ଥିତି ବେକାବୁ ହେବାରେ ଲାଗିଛି। ଗତକାଲି ଏହି ଜିଲ୍ଲାରୁ କେବଳ ନୂତନ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ପାର୍‌ କରି ଦେଇଥିବା ବେଳେ ଅନ୍ୟ ୩ ଜିଲ୍ଲାରୁ ମଧ୍ୟ ପ୍ରତିଦିନ ଶହେ ଉପରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହି ୪ ଜିଲ୍ଲାରେ ଆଖି ପିଛୁଳାକେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏହା ଉପରେ ବ୍ରେକ୍‌ ଲଗାଇବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ  କରାଯିବ। ସପ୍ତାହେ ମଧ୍ୟରେ ଏହିସବୁ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ହ୍ରାସ କରିବା ପାଇଁ ଅଞ୍ଚଳଭିତ୍ତିକ ସ୍ୱତନ୍ତ୍ର ରଣକୌଶଳ ନୀତି ଆପଣାଇବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଭିଡିଓ କନଫରେନ୍ସିଂ…

ସେପ୍ଟେମ୍ବର ୩୦ ପୂର୍ବରୁ ବସିବ ବିଧାନସଭାର ମୌସୁମୀ ଅଧିବେଶନ

ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ବସିବ ବିଧାନସଭାର ମୌସୁମୀ ଅଧିବେଶନ। ତେବେ ଅଧିବେଶନ କେଉଁଠି  କିପରି ଅନୁଷ୍ଠିତ ହେବ, ଏଯାଏ ନିଷ୍ପତ୍ତି ହୋଇ ନାହିଁ।କୋଭିଡ କଟକଣାରେ ଗୃହ କିଭଳି ପରିଚାଳନା ହେବ ସେ ନେଇ ଲୋକସଭା ବାଚସ୍ପତି, ରାଜସ୍ଥାନ ଓ କର୍ଣ୍ଣାଟକ ବାଚସ୍ପତିଙ୍କ ସହ ଆଲୋଚନା କରିଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।