ରାଜ୍ୟରେ ଆଉ ୯ ଜୀବନ ନେଲା କରୋନା

ରାଜ୍ୟରେ ଆଉ ୯  ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୬୨ ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।୯ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩ ଜଣ ଥିବା ବେଳେ ବାଲେଶ୍ୱରରୁ ଜଣେ, ଖୋର୍ଦ୍ଧାରୁ ଜଣେ, ମାଲକାନଗିରିରୁ ଜଣେ, ରାୟଗଡ଼ାରୁ ୨ ଜଣ ଓ ସମ୍ବଲପୁରରୁ ଜଣେ ରହିଛନ୍ତି।ଏହା ସହିତ ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୮କୁ ବୃଦ୍ଧି ପାଇଥିବା ବେଳେ ବାଲେଶ୍ୱରରେ ୮, ଖୋର୍ଦ୍ଧାରେ ୪୯, ମାଲକାନଗିରିରେ ୩, ରାୟଗଡ଼ାରେ ୧୭ ଓ ସମ୍ବଲପୁରରେ ୮କୁ ବୃଦ୍ଧି ପାଇଛି।

Related posts

Leave a Comment