ଡିଜନି ଥିମ ପାର୍କ ଉପରେ କରୋନା ମାଡ, ୨୮ ହଜାର କର୍ମଚାରୀଙ୍କୁ ଛଟେଇ କରିବ କମ୍ପାନି

ଓ୍ବାଶିଂଟନ୍ ୩୦/୦୯: କରୋନା ମହାମାରୀ ଯୋଗୁ ବେରୋଜଗାରୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଏ​‌ବେ ଲେକପ୍ରିୟ କମ୍ପାନି ଡିଜନୀ ଉପରେ ପଡ଼ିଛି କରୋନା ଛାଟ।  କମ୍ପାନି ତାର କର୍ମଚାରୀଙ୍କୁ ଛଟେଇ କରିବା ନିଷ୍ପତ୍ତି ନେଇଛି। ଡିଜନି ଥିମ୍ ପାର୍କରେ କାର୍ଯ୍ୟରତ ଥିବା ୨୮ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ। ମଙ୍ଗଳବାର କମ୍ପାନି ଏହି ଘୋଷଣା କରିଛି। କରୋନା ମହାମାରୀର ପ୍ରଭାବ ଦୀର୍ଘ ସମୟ ରହିବା ଯୋଗୁ ଆମେରିକାର ଅଧିକାଂଶ ଥିମ ପାର୍କରେ କାମ କରୁଥିବା କର୍ମଚାରୀଙ୍କୁ ବାହାର କରାଯିବ। ଡିଜନୀ ପାର୍କର ଚେୟାରମ୍ୟାନ୍ ଯୋଶୀ ଡି ଓମାରୋ ଏହି ଫଇସଲାକୁ ଦୁଃଖଦାୟକ କହିଛନ୍ତି। ତେବେ କୋଭିଡ୍-୧୯ ନିୟମ ପାଳନ କରି କର୍ମ କର୍ମଚାରୀଙ୍କୁ ନେଇ କାମ କରିବା ତଥା ମହାମାରୀ ଦୀର୍ଘ ସମୟ ରହିବା ଅନିଶ୍ଚିତତା ଭଳି ମାହୋଲରେ ଏହା ହିଁ ଏକମାତ୍ର ବିଳକ୍ପ ​ ବୋଲି ସେ…

ରାଜ୍ୟରେ ଚିହ୍ନଟ ହେଲେ ୩୪୪୩ କରୋନା ସଂକ୍ରମିତ, ୨୧୯୧୧୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର ୩୦।୯: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୪୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୯୧୧୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୧୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୪୨୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୧୯୧୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୬୭୪୩ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୮୧୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୨୫୦୯୯୯ଟି ସାମ୍ପୁଲ…

ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୮୪୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର ୩୦।୯: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ୧୪ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୧୯୧୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୬୭୪୩ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୮୧୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୮୪୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୩୨୫୦୯୯୯ଟି ସାମ୍ପୁଲ ଟେଷ୍ଟ୍ ହୋଇଛି…

ଗୁଗଲ୍‌ର ବଡ ଘୋଷଣା: ଆସନ୍ତାକାଲି ଠାରୁ ବ୍ୟବହାର କରିପାରିବେନି ଏହି ଫ୍ରି ସର୍ଭିସ୍, ଲାଗିବ ଚାର୍ଜ

ନୂଆଦିଲ୍ଲୀ ୩୦/୦୯ : କରୋନା ମହାମାରୀ ଯୋଗୁଁ ଲାଗୁ ହୋଇଥିବା ଲକଡାଉନ୍ ପାଇଁ ଅଧିକାଂଶ କର୍ମଚାରୀ ଘରୁ କାମ କରୁଥିଲେ । ୟୁଜର୍ସଙ୍କୁ କାମ କରିବାରେ ଯେପରି କିଛି ସମସ୍ୟା ନ ହୁଏ ସେଥିପାଇଁ ସର୍ଚ୍ଚ ଇଞ୍ଜିନ୍ କମ୍ପାନୀ ଗୁଗଲ୍ ନିଜର Google Meet ସର୍ଭିସ୍ ସମ୍ପୂର୍ଣ ଫ୍ରି କରିଦେଇଥିଲା । କିନ୍ତୁ ବର୍ତ୍ତମାନ କମ୍ପାନୀ ଏକ ବଡ ନିଷ୍ପତ୍ତି ନେଇଛି । ଗୁଗଲ୍ ନିଜର ଭିଡିଓ କନଫରେନସିଂ ଆପ ଗୁଗଲ୍ ମିଟ୍ କୁ ନେଇ ଏକ ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିଛି । ଗୁଗଲ୍ ବର୍ତ୍ତମାନ  ଗୁଗଲ୍ ମିଟ୍ ର ଫ୍ରି ଭର୍ସନ ବନ୍ଦ କରିବାକୁ ଯାଉଛି । ଆଜି ଏହାର ଶେଷ ତାରିଖ । ୨୦୨୦ ସେପ୍ଟେମ୍ବର ୩୦ ତାରିଖ ପରେ ଗୁଗଲ୍ ମିଟ୍ କୁ ଫ୍ରିରେ କେବଳ ୬୦ ମିନିଟ୍ ବ୍ୟବହାର କରାଯାଇପାରିବ ।…

ବଢ଼ିଲା ଅନୁରାଗ କଶ୍ୟପଙ୍କ ଚିନ୍ତା, ଅଭିନେତ୍ରୀ ପାୟଲଙ୍କ ମାମଲାରେ ମୁମ୍ବାଇ ପୋଲିସ୍ ପଠାଇଲା ସମନ

ମୁମ୍ବାଇ ୩୦/୦୯:  ବଲିଉଡ୍ ଅଭିନେତ୍ରୀ ପାୟଲ ଘୋଷଙ୍କ ଯୌନଶୋଷଣ ଅଭିଯୋଗରେ ଫଶିଥିବା ନିର୍ଦେଶକ ଅନୁରାଗ କଶ୍ୟପ ଅଡ଼ୁଆରେ ପଡ଼ିଛନ୍ତି। ଏତିକି ନୁହେଁ, ତା’ ସହ ତାଙ୍କ ଚିନ୍ତା ମଧ୍ୟ ବଢ଼ିଛି। ପାୟଲ ଘୋଷଙ୍କ ମାମଲାରେ ମୁମ୍ବାଇ ପୋଲିସ ତାଙ୍କୁ ସମନ ପଠାଇଛି। ଆସନ୍ତାକାଲି ଅର୍ଥାତ୍ ଗୁରୁବାର ତାଙ୍କୁ ବର୍ସୋବା ପୋଲିସ୍ ଷ୍ଟେସନରେ ଉପସ୍ଥିତ ହେବାକୁ କୁହାଯାଇଛି। ଅଭିନେତ୍ରୀ ପାୟଲ ଅନୁରାଗଙ୍କ ଉପରେ ଅସଦାଚରଣ ମାମଲା ଆଣିଥିଲେ। ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପରଠାରୁ ପାୟଲ କ୍ରମାଗତ ଅନୁରାଗଙ୍କ ଗିରଫ ଦାବି କରି ଆସୁଛନ୍ତି। ତେବେ ଏ ମାମଲାରେ ଅଧିକ ପଚରାଉଚରା ପାଇଁ ଅନୁରାଗଙ୍କୁ ଏବେ ମୁମ୍ବାଇ ପୋଲିସ୍ ସମନ ପଠାଇଛି। ସୂଚନାଯୋଗ୍ୟ ପାୟଲଙ୍କୁ ଯଦି ନ୍ୟାୟ ନ ମିଳିବ ତାହେଲେ ସେ ଆନ୍ଦୋଳନ କରିବେ କହିଛନ୍ତି। ମୁମ୍ବାଇ ପୋଲିସ୍ ଉପରେ ପ୍ରଶ୍ନ ଉଠାଇ କହିଥିଲେ ଏବେ…

କୁଆଖାଇ ନଦୀରୁ ଗଳିତ ମୃତଦେହ ଉଦ୍ଧାର, ସୋମବାର ଦିନ ନଦୀକୁ ଡେଇଁପଡିଥିଲେ

ବାଲିପାଟଣା ୩୦।୯: ପୁଣି କୁଆଖାଇ ନଦୀରୁ ଗଳିତ ମୃତଦେହ ଉଦ୍ଧାର । ସହିଦନଗର ଥାନା ଟଙ୍କପାଣି ବ୍ରିଜ ନିକଟ କୁଆଖାଇ ନଦୀରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ବ୍ୟକ୍ତି ହେଉଛନ୍ତି ପୁରୀ ଜିଲ୍ଲା ନୂଆହାଟ ଅଂଚଳର ରଜନୀକାନ୍ତ ମହାପାତ୍ର । ସେ ଭୁବନେଶ୍ୱର ଆଇଗିଣିଆ ଅଂଚଳରେ ସପରିବାର ଭଡାରେ ରହୁଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ ସୋମବାର ଦିନ ମଂଚେଶ୍ୱରଠାରେ କୁଆଖାଇ ନଦୀକୁ ଡେଇଁପଡିଥିଲେ ରଜନୀକାନ୍ତ । ପରିବାର ପକ୍ଷରୁ ଏ ନେଇ ଥାନାରେ ଏତଲା ଦିଆଯାଇଥିଲା । କେଉଁ କାରଣରୁ ସେ ନଦୀକୁ ଡେଇଁପଡିଥିଲେ ତାହା ଜଣାପଡିନାହିଁ । ପୋଲିସ ବାଲିଅନ୍ତା ଅଗ୍ନିଶମ ବିଭାଗ ସହାୟତାରେ ମୃତଦେହ ଉଦ୍ଧାର କରିଛି । ସହିଦନଗର ଥାନା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବାବ୍ରି ମସଜିଦ୍ ଶୁଣାଣି: ଘରୁ ବାହାରି ଆଡଭାନୀ କହିଲେ- ଜୟ ଶ୍ରୀରାମ, ବହୁତ ଦିନ ପରେ ଭଲ ଖବର ମିଳିଲା

ନୂଆଦିଲ୍ଲୀ ୩୦/୦୯: ବାବ୍ରି ମସଜିଦ ଧ୍ବଂସ ମାମଲାରେ ଶେଷ ନିଷ୍ପତି ଶୁଣାଇଛନ୍ତି ଲକ୍ଷ୍ମୌର ସ୍ବତନ୍ତ୍ର କୋର୍ଟ। କୋର୍ଟଙ୍କ ନିଷ୍ପତିରେ ଖୁସି ବ୍ୟକ୍ତ କରିଛନ୍ତି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ। ସେ ତାଙ୍କର ଏକ ଭିଡିଓ ବାର୍ତାରେ କୋର୍ଟଙ୍କ ନିଷ୍ପତିକୁ ମହତ୍ତ୍ୱପୂର୍ଣ୍ଣ ଓ ଐତିହାସିକ କହିଛନ୍ତି। କୋର୍ଟ ଆଡଭାନୀଙ୍କ ସମେତ ୩୨ ଜଣଙ୍କୁ ନିର୍ଦ୍ଦୋଷ ଭାବେ ଖଲାସ କରିଛନ୍ତି। ତେବେ ଆଡଭାନୀ ଘରୁ ବାହାରି ନିଜର ଖୁସି ଜାହିର କରିଛନ୍ତି। ସେ କହିଛନ୍ତି ବହୁତ ଦିନ ପରେ ଭଲ ଖବର ମିଳିଲା। ଏହା ସହ ଜୟ ଶ୍ରୀରାମ ନାରା ଦେଇଛନ୍ତି । ଆଜି କୋର୍ଟ ଯେଉଁ ନିଣ୍ର୍ଣୟ ନେଇଛନ୍ତି ତାହା ନିହାତି ଐତିହାସିକ। ଏହା ନିହାତି ଅତ୍ୟନ୍ତ ଖୁସିର ଦିନ। କୋର୍ଟଙ୍କ ଫଇସଲା ତାଙ୍କ ବ୍ୟକ୍ତିଗତ ଓ ବିଜେପିର ରାମ ଜନ୍ମଭୂମି ମୁଭମେଣ୍ଟ ଭାବନାକୁ ମଧ୍ୟ ଠିକ୍…

ପରିବହନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କର ହେଲା କରୋନା ପରୀକ୍ଷା, କିଛି କର୍ମଚାରୀ ପଜିଟିଭ ଚିହ୍ନଟ ପରେ ପଦକ୍ଷେପ

ଅନୁଗୋଳ ୩୦।୯: ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କର କରୋନା ଟେଷ୍ଟ କରାଯାଇଛି। ଅନୁଗୋଳ ଏମ.ଭି.ଆଇଙ୍କ ସମେତ ମୋଟ ୩୨ଜଣଙ୍କର କରୋନା ଟେଷ୍ଟ କରାଯାଇଛି । ବିଶେଷ କରି ଏହି କାର୍ଯ୍ୟାଳୟରୁ କିଛି ଲୋକଙ୍କର କରୋନା ପଜିଟିଭ ଆସିଲା ପରେ ସମସ୍ତଙ୍କର କରୋନା ଟେଷ୍ଟ ହୋଇଛି । ପରେ ସମ୍ପୂର୍ଣ୍ଣ ଅଫିସକୁ ସାନିଟାଇଜ କରାଯିବ ବୋଲି ସୂଚନା ମିଳିଛି । ଅନୁଗୋଳରେ ଜଟିଳ ହେବାକୁ ଲାଗିଛି କରୋନା ସଂକ୍ରମଣ । ଏହି ସଂଖ୍ୟା ଏବେ ୪୩୫୨ରେ ପହଁଚିଛି । ବିଶେଷ କରି ହାଟ ବଜାର ମୁକୁଳା ହୋଇଥିବାରୁ ସଂକ୍ରମଣ ସଂଖ୍ୟା ବଢୁଛି । ଲୋକମାନେ ସାମାଜିକ ଦୂରତା ରକ୍ଷା କରୁନଥିବା ଦେଖିବାକୁ ମିଳୁଛି ।

ପୁଣି ସିବିଆଇ ଜେରାର ସମ୍ମୁଖୀନ ହେବେ ସୁଶାନ୍ତଙ୍କ ପରିବାର, ଏଥର ଧାରା ୩୦୬ ଆଧାରରେ ହେବ ପଚରାଉଚରା

ମୁମ୍ବାଇ ୨୮।୯: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଛି ସିବିଆଇ । ପୁଣି ଥରେ ସୁଶାନ୍ତଙ୍କ ପରିବାରଲୋକଙ୍କୁ ଜେରା ହେବ ବୋଲି ଶୁଣିବାକୁ ମିଳୁଛି । ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ଏବଂ ମିତୁଙ୍କୁ ପଚରାଉଚରା କରାଯିବ । ଏହା ପୂର୍ବରୁ ମଧ୍ୟ ପ୍ରିୟଙ୍କା ଏବଂ ମିତୁଙ୍କୁ ପଚରାଉଚରା କରାଯାଇସାରିଛି । ଏହାସହ ସୁଶାନ୍ତଙ୍କ ଭିଣୋଇ ଆଇପିଏସ ଓପ.ପି. ସିଂହଙ୍କୁ ମଧ୍ୟ ପଚରାଉଚରା କରାଯାଇପାରେ । ରାମ ମନୋହର ଲୋହିୟା ହସ୍ପିଟାଲର ଡକ୍ଟର ତରୁଣଙ୍କୁ ମଧ୍ୟ ସିବିଆଇ ଟିମ୍ ପଚରାଉଚରା କରିବ । ଏମାନଙ୍କୁ ଧାରା ୩୦୬ (ଆତ୍ମହତ୍ୟା ପାଇଁ ଉସକାଇବା) ଆଧାରରେ ସିବିଆଇ ଟିମ୍ ପଚରାଉଚରା  କରିବ । ସୁଶାନ୍ତ ସିଂହ ରାଜପୁତ ମାମଲାରେ ସିବିଆଇକୁ ଏପର୍ଯ୍ୟନ୍ତ ହତ୍ୟାର କୌଣସି ପ୍ରମାଣ ମିଳିନାହିଁ । ସିବିଆଇ ଏବେ ଆତ୍ମହତ୍ୟା ଦିଗ ଉପରେ ଗୁରୁତ୍ବ ଦେଉଛି ।…

ଇ-ଚାଲାନକୁ ନେଇ କେନ୍ଦ୍ର ବଦଳାଇଲା ନିୟମ ! ରାସ୍ତାରେ ଗାଡି ଅଟକାଇ ଯାଞ୍ଚ ହେବ ନାହିଁ କାଗଜପତ୍ର

ନୂଆଦିଲ୍ଲୀ ୨୮।୦୯: କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ  ନିକଟରେ କେନ୍ଦ୍ର ମୋଟର ଯାନ ନିୟମ ୧୯୮୯ରେ ଅନେକ ପ୍ରକାରର ପରିବର୍ତ୍ତନ କରିଛନ୍ତି। କେନ୍ଦ୍ର ପକ୍ଷରୁ ଜାରି ଅଧିସୂଚନାର ନୂତନ ନିୟମ ୨୦୨୦ ଅକ୍ଟୋବର ୧ରୁ ଲାଗୁ ହେବାକୁ ଯାଉଛି। ମନ୍ତ୍ରଣାଳୟ ଅନୁଯାୟୀ ଆଇଟି ସର୍ଭିସେସ୍‌ ଓ ଇଲେକ୍ଟ୍ରୋନିକ୍ସ ମନିଟରିଂ ଜରିଆରେ ଟ୍ରାଫିକ ନିୟମକୁ  ଉନ୍ନତ ପ୍ରକ୍ରିୟାରେ ପୂରା ଦେଶରେ ଲାଗୁ କରାଯାଇପାରେ। ନୂତନ ନିୟମ ଅନୁଯାୟୀ, ଏବେ କୌଣସି ପ୍ରକାରର ଗାଡିକୁ କେବଳ ଡକ୍ୟୁମେଣ୍ଟ ଚେକ୍‌ କରିବା ନାମରେ ରାସ୍ତାରେ ଅଟକାଯାଇ ପାରିବ ନାହିଁ। ଏଥିରେ ଲୋକଙ୍କୁ ସଡକରେ ଅଟକାଇ ଡକ୍ୟୁମେଣ୍ଟ ଯାଞ୍ଚ କରିବାର ସମସ୍ୟା ଏବଂ ଲଜ୍ଜିତ ହେବାରୁ ଆଶ୍ଵସ୍ତି ମିଳିବ। ନୂତନ ନିୟମ ଅନୁଯାୟୀ ଯଦି କୌଣସି ଗାଡିର ଡକ୍ୟୁମେଣ୍ଟ କମ ଥିବା କିମ୍ବା ଅଧୁରା ଥିବା ତେବେ ଉକ୍ତ ମାଲିକଙ୍କ ରେଜିଷ୍ଟ୍ରେସନ…