ଗଂଜାମରୁ ଦାନ ଶ୍ରମିକଙ୍କ ନେଇ ଯାଉଥିବା ବେଳେ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ : ଛତିଶଗଡ ରାୟପୂୁରରେ ଦାଦନଙ୍କ ବସ ଦୁର୍ଘଟଣା ଖବରରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ସହାୟତା ରାଶି ସହ ଆହତଙ୍କୁ ଚିକିତ୍ସା ଯୋଗାଇଦେବାକୁ ଘୋଷଣା କରାଯାଇଛି । ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ତୁରନ୍ତ ରାୟପୁରରେ ପହଚିଂବାକୁ କୁହାଯାଇଛି । ସେହିପରି ଛତିଶଗଡ ଡିଜିପିଙ୍କ ସହ ଯୋଗାଯୋଗରେ ରହି ଆହତଙ୍କୁ ସମସ୍ତ ସେବା ଯୋଗାଇଦେବାକୁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଏହା ପରେ ପଦ୍ମପୁର ଏସଡିପିଓଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ରାୟପୁର ଗସ୍ତ କରିଥିବା ଟୁଇଟ କରି ସୂଚନା ଦେଇଛନ୍ତି ଡିଜିପି ଅଭୟ । ତେବେ ରାୟପୁର ପୁଲିସର ତଥ୍ୟକୁ ଆଧାର କରି ମୃତକଙ୍କ ସଂଖ୍ୟା ୮ରେ ପହଚିଂଥିବା ଡିଜିପି ସୂଚନା ଦେଇଛନ୍ତି । ତେବେ ଏହି ଦୁର୍ଘଟଣାରୁ ୫୯ ଜଣ ଦାଦନ ଶ୍ରମିକ ରକ୍ଷା ପାଇଯାଇଥିବା ସେ କହିଛନ୍ତି ।