ରାଜ୍ୟରେ ବଢୁଛି ‘କରୋନା’ର କାୟା: ଦିନକରେ ୩୫୪୩ ଆକ୍ରାନ୍ତ,୭ ମୃତ; ଖୋର୍ଦ୍ଧାରୁ ସର୍ବାଧିକ ୮୭୮ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଆଜି ପୁଣି ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୩୦ ଜିଲ୍ଲାରୁ ଆଜି ଅ୍ଧମ ୩୫୫ ଶହ ୪୩ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ନୂଆ ସଂକ୍ର ମିତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୦୨୨୧କୁ ବୃଦ୍ଧି ପାଇଛି । ସେହିଭଳି ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମଧ୍ୟରୁ ୨୧ ଶହ ୬୧ ଜଣ ରାଜ୍ୟର ବିଭିନ୍ନ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୧୩୮୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ରାଜ୍ୟରେ ୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Related posts

Leave a Comment