ସାମ୍ନାକୁ ଆସିଲା ପୂରା ପିଟିସନ୍, ଜାଣନ୍ତୁ ଅନୁଭବଙ୍କ ବିରୋଧରେ କି କି ଅଭିଯୋଗ ନେଇ ଅଦାଲତ ଯାଇଛନ୍ତି ପତ୍ନୀ ବର୍ଷା

କଟକ : ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସ୍ବାମୀ ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି। କଟକ ସଦର ଏସ୍‌ଡିଜେଏମ୍ ଅଦାଲତରେ ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ (ପ୍ରୋଟେକ୍ସନ୍ ଅପ୍ ଓମେନ୍ ଫ୍ରମ୍ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ), ୨୦୦୫ର ଧାରା ୧୨, ୧୭, ୧୮, ୧୯, ୨୦, ୨୨ ଓ ୨୩ରେ କ୍ଷତିପୂରଣ ଓ ଭରଣପୋଷଣ ଦାବି କରି ବର୍ଷା ମାମଲା ରୁଜୁ କରିଛନ୍ତି। ବର୍ଷା ଦାୟର କରିଥିବା ମାମଲା ପ୍ରସଂଗରେ ପଚରାଯିବାରୁ ସାଂସଦ ଶ୍ରୀ ମହାନ୍ତି ପ୍ରତିକ୍ରିୟାରେ ଆଜି କହିଥିଲେ ଯେ ତାଙ୍କ ପାଖକୁ ସେମିତି କିଛି ଲିଗାଲ ନୋଟିସ୍ ଏ ପର୍ଯ୍ୟନ୍ତ ଆସି ନାହିଁ। ଯେବେ ଆସିବ ସେ ଜଣାଇବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ। ବର୍ଷାଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ୨୦୧୪, ଫେବ୍ରୁଆରି…

ଚୌଦ୍ବାର ଜେଲରେ ସଂଗିନ୍‌ ସ୍ଥିତି : ଜେଲ ଡ଼୍ୟୁଟି ଛାଡ଼ି ମେଡ଼ିକାଲରେ କଏଦୀଙ୍କୁ ଜଗୁଛନ୍ତି ୱାର୍ଡ଼ର

କଟକ: କାରାଗାର ବିଭାଗର ନିୟମ କହୁଛି କଏଦୀଙ୍କୁ ମେଡିକାଲ୍ ଚେକଅପ କିମ୍ବା ମେଡିକାଲରେ ଭର୍ତ୍ତି ବେଳେ ଜିଲ୍ଲା ପୁଲିସ ପକ୍ଷରୁ ପୁଲିସ ଫୋର୍ସ ଯୋଗାଇ ଦିଆଯିବ। କିନ୍ତୁ ଚୌଦ୍ବାର ସର୍କଲ ଜେଲକୁ କମିସନରେଟ୍ ପୁଲିସ ଗଲା ୬ ମାସ ହେବ ପୁଲିସ ଏସକର୍ଟ ଯୋଗାଉ ନାହିଁ। କମିସନରେଟ ପୁଲିସକୁ ବାରମ୍ବାର ଚିଠି ଲେଖାଯାଇଥିବା ବେଳେ କେହି ଚିଠିର ଉତ୍ତର ବି ଦେଉନାହାନ୍ତି। ଏବେ ଜେଲର ୩୦ ଜଣ ୱାର୍ଡର ଜେଲରେ ଅପରାଧୀଙ୍କ ସୁରକ୍ଷା ଛାଡ଼ି ବଡ଼ ମେଡିକାଲରେ କଏଦୀଙ୍କ ସୁରକ୍ଷା ଡ୍ୟୁଟିରେ ନିୟୋଜିତ ହୋଇଛନ୍ତି। ଜେଲରେ ଥିବା ଅବଶିଷ୍ଟ ୪୯ ୱାର୍ଡର ମୋଟ ୮୪୦ କଏଦୀଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି। ୱାର୍ଡର ପଦବି ଖାଲି ଥିବା ବେଳେ ନିଅଣ୍ଟିଆ କର୍ମଚାରୀରେ ଉଭୟ ଜେଲ ଓ ମେଡିକାଲରେ ଅପରାଧୀଙ୍କୁ ସୁରକ୍ଷା ଯୋଗାଇବା ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ସୂଚନା ଅନୁଯାୟୀ,…

ସନ୍ତାନ ପାଇଁ କିଏ ଚାଁହୁ ନଥିଲେ ବର୍ଷା ନା ଅନୁଭବ?

ପ୍ରଥମେ ବର୍ଷା ଓ ତାଙ୍କ ପରେ ଅନୁଭବ | ବର୍ଷାଙ୍କ ପିଟିସନ ପରେ ଆଜି ଅନୁଭବଙ୍କ ପିଟିସନ ସାମ୍ନାକୁ ଆସିଛି | ଗତକାଲି ବର୍ଷାଙ୍କ ଅଭିଯୋଗ ପରେ ଛାଡପତ୍ର ନେଇ କୋର୍ଟରେ ୪୭ ପୃଷ୍ଠାର ପିଟିସନ ଦାଖଲ କରିଛନ୍ତି ଅନୁଭବ ମହାନ୍ତି । ପତ୍ନୀଙ୍କ ଆଚରଣ ତାଙ୍କୁ ମର୍ମାହତ କରିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି । ପିଟିସନରେ ଅନୁଭବଙ୍କ କହିଛନ୍ତି ଯେ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ସହ ସମ୍ପର୍କ ରଖୁ ନଥିଲେ | ଯାହା ତାଙ୍କୁ ଅସହଜ ଓ ଅସୁଖୀ କରିଥିଲା | ପ୍ରଥମ ରାତିରେ ବର୍ଷା ସମ୍ପର୍କ ରଖିବାକୁ ମନା କରିଥିଲେ ଆଉ ସମ୍ପର୍କ ରଖିବାକୁ ୩,୪ ମାସ ସମୟ ମାଗିଥିଲେ ବର୍ଷା | ବର୍ଷାଙ୍କ ନିଷ୍ପତ୍ତିକୁ ଅନୁଭବ ସମ୍ମାନ ଜଣାଇଥିଲେ | ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସମ୍ପର୍କରେ ସୁଧାର ପାଇଁ…

ଆସନ୍ତା ୯ରୁ ୧୫ ମଧ୍ୟରେ କରିବାକୁ ଯୋଜନା ଥିଲା; ଆଡମିଟ୍‌ କାର୍ଡ ଆସିନି, ଦ୍ୱନ୍ଦ୍ୱରେ ପରୀକ୍ଷାର୍ଥୀ।

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା କେବେ ହେବ ? ସେପ୍ଟେମ୍ବର ନା ଅକ୍ଟୋବରରେ କରାଯିବ ? ଯଦି ଏବେ ପରୀକ୍ଷା କରାଯାଏ ତେବେ କିଭଳି ହେବ  । ଅନ୍‌ଲାଇନ୍‌ରେ ହେବ ନା ଅଫ୍‌ଲାଇନ୍‌ରେ ? ବିଧିବଦ୍ଧ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଆସନ୍ତା ୯ରୁ ୧୫ତାରିଖ ମଧ୍ୟରେ ଓଜେଇଇ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା । ରାଜ୍ୟର ସମସ୍ତ ସରକାରୀ ଆଇଟିଆଇ ଓ ପଲିଟେକ୍‌ନିକ୍‌ରେ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ନିଆଯିବା ସହ ଭିତ୍ତିଭୂମି ଯାଞ୍ଚ କରିବାକୁ ବୈଷୟିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା । ଦୁଇ ଦିନ ପରେ ସେପ୍ଟେମ୍ବର ୯ ତାରିଖ ହେବାକୁ ଯାଉଛି। ତା’ପରେ ବି ପରୀକ୍ଷା କେବେ ହେବ ସେନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ କି ଓଜେଇଇ ପକ୍ଷରୁ କୌଣସି ସୂଚନା ଦିଆଯାଉ…

ଅଶୋଭନୀୟ ଆଚରଣ ପାଇଁ ଟୁର୍ଣ୍ଣାମେଂଟରୁ ବାଦ ପଡିଲେ ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି

ଅଶୋଭନୀୟ ଆଚରଣ ପାଇଁ ଟୁର୍ଣ୍ଣାମେଂଟରୁ ବାଦ ପଡିଲେ ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ନୋଭାକ୍ ଜୋକୋଭିକ୍ । ୟୁଏସ ଓପନ’ର ପ୍ରି-କ୍ୱାର୍ଟର ଫାଇନାଲ ଖେଳ ଚାଲିଥିବାବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଲାଇନ ଜଜଙ୍କୁ ବଲ ଫୋପାଡିବା କାରଣରୁ ଟୁର୍ଣ୍ଣାମେଂଟରୁ ବାଦ ପଡିଛନ୍ତି ଜୋକୋଭିକ୍ । ଏନେଇ ଆମେରିକା ଟେନିସ ସଂଘ ପକ୍ଷରୁ ବୟାନ ଜାରି କରି ସୂଚନା ଦିଆଯାଇଛି । ଗ୍ରାଣ୍ଡ ସ୍ଲାମର ନିୟମ ଅନୁସାରେ କୌଣସି ଖେଳାଳି ଯଦି ଅଧିକାରୀ ବା ଦର୍ଶକକୁ ଆଘାତ ପହଁଚାଏ ତେବେ ତାଙ୍କ ଉପରେ ଜରିମାନା ଲଗାଯାଇଥାଏ ଓ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥାଏ । ମ୍ୟାଚ ରେଫରୀ ଜୋକୋଭିକ୍ଙଙ୍କୁ ଏଥିପାଇଁ ଦୋଷୀ ପାଇଛନ୍ତି ।ତେଣୁ ନିୟମ ମୁତାବକ ୟୁଏସ ଓପନର ପ୍ରି-କ୍ୱାର୍ଟର ମୁକାବିଲାରେ ଜୋକୋଭିକଙ୍କୁ ଯେଉଁ ଅର୍ଥ ରାଶି ମିଳିବ ସେଥିରୁ ଜରିମାନା ବାବଦକୁ କଟିବ…

ଅର୍ଜୁନ କପୁରଙ୍କ ପରେ ଏବେ ମଲାଇକା ଅରୋରା କରୋନା ପଜିଟିଭ ଚିହ୍ନଟ

ଅର୍ଜୁନ କପୁରଙ୍କ ପରେ ଏବେ ଶୁଣିବାକୁ ମିଳୁଛି ଯେ ମଲାଇକା ଅରୋରା ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ମଲାଇକାଙ୍କ ରିପୋର୍ଟ ପଜିଟିଭ ଆସିଛି। ମଲାଇକାଙ୍କ ଭଉଣୀ ଅମୃତା ଅରୋରା ଏହି ସୂଚନା ଦେଇଛନ୍ତି। ମଲାଇକାଙ୍କ ଶୋ ‘ଇଣ୍ଡିଆଜ ବେଷ୍ଟ ଡାନ୍ସର୍ସ’ର ସେଟରୁ ୭/୮ଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା। ମଲାଇକା ଦୀର୍ଘ ଦିନରୁ ଏହି ଶୋର ସୁଟିଂ କରୁଥିଲେ। ସୋସିଆଲ୍ ମିଡିଆରେ ପ୍ରଶଂସକ ତାଙ୍କ ଶୀଘ୍ର ଆରୋଗ୍ୟ ହେବାକୁ ପ୍ରାର୍ଥନା କରୁଛନ୍ତି। ମଲାଇକା ଅରୋରା ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି। କେତେବେଳେ ଅର୍ଜୁନଙ୍କ ସହ ରିଲେସନଶିପକୁ ନେଇ ତ କେବେ ନିଜର ଡେସିଂ ସେନ୍ସକୁ ନେଇ। ସେ ଅଧିକାଂଶ ସମୟରେ ନିଜ ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକଙ୍କ ସହ ଯୋଡ଼ିଥାନ୍ତି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡ଼ ! ଆଜି ଏହିସବୁ ଜିଲ୍ଲାରେ ଝଡତୋଫାନ ବର୍ଷା ସହ ବଜ୍ରପାତ ସମ୍ଭାବନା ।

ସଂପ୍ରତି ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ସ୍ଥିତିରେ ରହିଛି। ତଥାପି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ସେପ୍ଟେମ୍ବର ୮ ତାରିଖ, ମଙ୍ଗଳବାର ଅପରାହ୍ନ ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ବା କାଳବୈଶାଖୀର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ରାୟଗଡା, ଗଜପତି, ଗଞ୍ଜାମ, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ସୁନ୍ଦରଗଡ, ଦେବଗଡ, ନୂଆପଡା, ବରଗଡ, ସମ୍ବଲପୁର, ବଲାଙ୍ଗୀର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେହିପରି ମଙ୍ଗଳବାର, ୮ ତାରିଖ ଅପରାହ୍ନ ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶା, ସମେତ କନ୍ଧମାଳ, ରାୟଗଡା, ଗଜପତି, ନବରଙ୍ଗପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ…

୧୬୯ ଦିନର ବ୍ୟବଧାନ ପରେ ଦିଲ୍ଲୀରେ ପୁଣି ଗଡିଲା ମେଟ୍ରୋ .

କରୋନା ମହାମାରୀ କାରଣରୁ ୧୬୯ ଦିନ ହେବ ବନ୍ଦ ରହିଥିବା ଦିଲ୍ଲୀ ମେଟ୍ରୋ ଟ୍ରେନ୍ ଆଜିଠାରୁ ପୁଣି ଥରେ ଗଡିଛି । ସକାଳ ୭ଟାରେ ସମୟପୁର ବାଦଲିରୁ ହୁଡ୍ଡା ସିଟି ସେଂଟର ଗଡିଛି ଟ୍ରେନ୍ । ୪୯ କିଲୋମିଟର ୟେଲୋ ଲାଇନ ଉପରେ ଏହି ଟ୍ରେନ୍ ଯାତ୍ରା କରିଛି । ଏହି ରୁଟରେ ୩୭ ଷ୍ଟେସନ ରହିଛି । ସେଗୁଡିକ ମଧ୍ୟରୁ ୨୦ଟି ଷ୍ଟେସନ ଅଂଡରଗ୍ରାଉଣ୍ଡରେ ଥିବାବେଳେ ୧୭ଟି ଷ୍ଟେସନ ଉପରେ ରହିଛି । ଏହି ରୁଟରେ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା ୪ଟାରୁ ୮ ଟା ପର୍ଯ୍ୟନ୍ତ ଟ୍ରେନ୍ ଚାଲିବ । ଅର୍ଥାତ ସକାଳେ ୪ ଘଂଟା ଓ ସନ୍ଧ୍ୟାରେ ୪ ଘଂଟା ଚାଲିବ । ପାଂଚ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୨ ପରେ ଅନ୍ୟ ରୁଟରେ ସମସ୍ତ ସୁରକ୍ଷାକୁ…