ଓକିଲଙ୍କ ସୂଚନା: ଶାଶୁ ଘର ଛାଡ଼ିବେନି ବର୍ଷା ପ୍ରିୟଦର୍ଶିନୀ

କଟକ: ଶାଶୁ ଘର ଛାଡିବେନି ବର୍ଷା ପ୍ରିୟଦର୍ଶିନୀ । ଶାଶୁ ଘରେ ରହି ହିଁ ମାମଲା ଲଢ଼ିବେ । ଏ ନେଇ ସୂଚନା ଦେଇଛନ୍ତି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ । ଘରୋଇ ହିଂସା ଅଭିଯୋଗ ଆଣୁଥିବା ବର୍ଷା କେମିତି ଶାଶୁ ଘରେ ରହୁଛନ୍ତି ବୋଲି ଗତକାଲି ପ୍ରଶ୍ନ ଉଠାଇଥିଲେ ସ୍ୱାମୀ ଅନୁଭବ ମହାନ୍ତି । .ସେ କହିଥିଲେ, ଯଦି ବର୍ଷା ଘରୋଇ ହିଂସାର ଶିକାର ହୋଇଛନ୍ତି, ଆମେ ତାଙ୍କୁ ହଇରାଣ କରୁଛୁ, ତେବେ ସେ ଏବେ ବି କିଭଳି ମୋ ଘରେ ରହିଛନ୍ତି।ଏହାର ଜବାବରେ ବର୍ଷାଙ୍କ ଓକିଲ କହିଛନ୍ତି ଅନୁଭବଙ୍କ କଥାରେ ବର୍ଷା ଘର ଛାଡି ପାରିବେ ନାହିଁ । ସେପଟେ ଜୀବନ ପ୍ରତି ବିପଦ ଥିବା ଦର୍ଶାଇବା ପରେ ଆଜିଠାରୁ ତାଙ୍କୁ ପୁଲିସ ସୁରକ୍ଷା ଦିଆଯାଇଛି । ଅନୁଭବଙ୍କ ଘରେ ବର୍ଷାଙ୍କୁ ସୁରକ୍ଷା ଯୋଗାଇ…

ଜଣାଶୁଣା ତେଲୁଗୁ ଅଭିନେତା ଜୟ ପ୍ରକାଶ ରେଡ୍ଡିଙ୍କ ପରଲୋକ

ନୂଆଦିଲ୍ଲୀ: ଜଣାଶୁଣା ତେଲୁଗୁ ଅଭିନେତା ଜୟପ୍ରକାଶ ରେଡ୍ଡିଙ୍କର ମଙ୍ଗଳବାର ପରଲୋକ ଘଟିଛି। ୭୫ ବର୍ଷିଅ ଜୟପ୍ରକାଶ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଥିବା ତାଙ୍କ ବାସଭବନରେ ହୃଦ୍‌ଘାତର ଶିକାର ହୋଇ ପ୍ରାଣ ହରାଇଥିବା ସୂଚନା ରହିଛି। ସମରସିମା ରେଡ୍ଡୀ, ପ୍ରେମିନଚୁକୁଣ୍ଡମ୍ ରା, ନରସିଂହ ନାଇଡୁ, ନୁଭୋଷ୍ଟାନାନେ ନେନୋଦାନ୍ତାନା, ଜୁଲାଇ, ରେଡି, କିକ୍, ଜୟାମ ମନାଡେରା, ଜାମ୍ବା ଲାକିଡି ପମ୍ବା, ଅବୁନୁ ଭାଲିଡଦାର ଇସ୍ତାପାଦାରି, କିବାଡି କାବଡି ଆଦି ଚଳଚ୍ଚିତ୍ରରେ ପ୍ରାରମ୍ଭରୁ ଖଳନାୟକ ଓ ପରେ  ବ୍ୟଙ୍ଗ ଭୂମିକାରେ ଅଭିନୟ କରି ବେଶ ଲୋକପ୍ରିିୟତା ସାଉଁଟିଥିଲେ ଜୟ ପ୍ରକାଶ। ତାଙ୍କୁ ଶେଷ ଥର ପାଇଁ ମହେଶ ବାବୁଙ୍କ ଅଭିନୀତ ଚଳଚ୍ଚିତ୍ର ସାରିଲେରୁ ନେକେଭଭାରୁ (୨୦୨୦) ରେ ଦେଖିବାକୁ ମିଳିଥିଲା ​।   ଜୟ ପ୍ରକାଶ ରେଡ୍ଡିଙ୍କ ମୃତ୍ୟୁ ତେଲୁଗୁ ଚଳଚ୍ଚିତ୍ର ଶିଳ୍ପକୁ ସ୍ତବ୍ଧ କରିଛି। ତାଙ୍କ ମୃତ୍ୟୁ ଖବର ଶୁଣି ଅନେକ ତେଲୁଗୁ‌…

ବର୍ଷାଙ୍କ ରୁମରେ ପଶି ଭିଡିଓ ରେକର୍ଡିଂ କରୁଥିବା ୨ଯୁବକଙ୍କୁ ପୁରୀଘାଟ ଥାନାରେ ହାଜର ହେବାକୁ ନୋଟିସ୍

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ରୁମରେ ପଶି ୨ଜଣ ଯୁବକ ଭିଡିଓ ରେକର୍ଡିଂ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଆଜି ଉକ୍ତ ୨ଯୁବକଙ୍କୁ ପୁରୀଘାଟ ଥାନାରେ ହାଜର ହେବାକୁ ନୋଟିସ ହୋଇଛି। ଏହି ଦୁଇଜଣ ଯୁବକ ବର୍ଷାଙ୍କ ରୁମରେ ପଶି ଖାଇବା ସମୟରେ ଭିଡିଓ ରେକର୍ଡିଂ କରୁଥିବା ଦେଖିବାକୁ ମିଳିଥିଲା। ଏହି ଦୁଇ ଯୁବକ ଅନୁଭବଙ୍କ ସହଯୋଗୀ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଗତକାଲି ବର୍ଷାଙ୍କୁ ଖାଇବାକୁ ଦେବା ସମୟରେ ଅନୁଭବଙ୍କ ୨ ସହଯୋଗୀ ବର୍ଷାଙ୍କ ଅନିଚ୍ଛା ସତ୍ୱେ ମୋବାଇଲରେ ଭିଡିଓ ସୁଟ କରିଥିଲେ । ବର୍ଷା ଏଥିରେ ଭୟଭୀତ ହୋଇ ପୁଲିସ କଣ୍ଟ୍ରୋଲ ରୁମ୍ ନମ୍ବର ୧୦୦କୁ ଫୋନ୍ କରି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ  ଡିସିପି ପ୍ରତୀକ ସିଂହ ପୁରୀଘାଟ ଥାନା ଆଇଆଇସି ରଶ୍ମି ରଞ୍ଜନ ସାହୁଙ୍କୁ…

:ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ମାତିଛନ୍ତି ଲୁଟେରା

ବିରଜା ବ୍ୟୁରୋ : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ମାତିଛନ୍ତି ଲୁଟେରା । ଜଣେ ପରିବା ବ୍ୟବସାୟୀଙ୍କୁ ସୋମବାର ରାତିରେ ମରଣାନ୍ତକ ଆକ୍ରମଣ କରି ତାଙ୍କଠାରୁ ଟଙ୍କା ଓ ସୁନାଚେନ ଲୁଟ୍ କରିଛନ୍ତି ଦୁର୍ବୃତ । ତେଇସିପୁର ବଜାର ନିକଟରେ ଏହି ଲୁଟ୍ ହୋଇଛି । ପୋଡଙ୍ଗ ଗାଁର ନିରଞ୍ଜନ ନାୟକ ଓରଫ ବୁଲାଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଛନ୍ତି ଲୁଟେରା । ସଂପୃକ୍ତ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ପିପିଲ ପୁଲିସ ଘଟଣାର ଛାନଭିନ ଜାରି ରଖିଛି ।

କଳାହାଣ୍ଡି କଲମପୁର ନିକଟ ହାତୀ ନଦୀରେ ବୁଡିଗଲା ଡଙ୍ଗା ଅଳ୍ପକେ ବର୍ତିଗଲେ ଯାତ୍ରୀ

ବିରଜା ବ୍ୟୁରୋ: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦେଇ ଯାଇଥିବା ହାତୀ ନଦୀରେ ବୁଡି ଗଲା ଡଙ୍ଗା । ଅଳ୍ପକେ ବର୍ତିଲେ ଡଙ୍ଗାରେ ଥିବା ୧୦ ଯାତ୍ରୀ । ଡଙ୍ଗା ବୁଡିଯାଉଥିବା ଦେଖି ଯାତ୍ରୀମାନେ ପହଁରି ପହଁରି କୁଳରେ ପହଂଚିଥିବା ସୂଚନା ମିଳିଛି । କଲମପୁର ବ୍ଲକ ଟେମେରାର ହାତୀ ନଦୀ ଘାଟରେ ୧୦ ଜଣ ଯାତ୍ରୀଙ୍କୁ ନେଇ ଡଙ୍ଗା ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ୧୦ ଯାତ୍ରୀଙ୍କ ସମେତ ପୋଲ ନିର୍ମାଣ ଆସୁଥିବା ସାମଗ୍ରୀ ଡଙ୍ଗାରେ ବୋଝେଇ ହୋଇଥିବାରୁ ପାଣି ପଶି ଡଙ୍ଗା ବୁଡିଥିବା ଜଣାପଡିଛି ।ଏହି ହାତୀ ନଦୀର ଘାଟ ପାଇଁ ରାଜ୍ୟ ସରକାରଙ୍କ ଅନୁଦାନରେ ଏକ ପୋଲ ନିର୍ମାଣ ହେଉଛି । ପୋଲ ନିର୍ମାଣ କାମ ମନ୍ଥର ଗତିରେ ଚାଲୁଥିବାରୁ ଏହାକୁ ତ୍ୱରାନ୍ୱିତ କରାଯିବାକୁ ଅଂଚଳବାସୀ ଦାବି କରିଛନ୍ତି ।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମିଳିଲା ପୋଲିସ ସୁରକ୍ଷା : ଅନୁଭବଙ୍କ ଘରେ ଜଣେ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ରହିଲେ

ଭୁବନେଶ୍ୱର : ବର୍ଷାଙ୍କୁ ମିଳିଲା ପୁଲିସ ସୁରକ୍ଷା । ଅନୁଭବଙ୍କ ଘରେ ବର୍ଷାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଜଣେ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଥିଲେ ବର୍ଷା । ଏନେଇ ପୁରୀଘାଟ ଥାନାରେ ତାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ଗତକାଲି ବର୍ଷାଙ୍କୁ ଖାଇବାକୁ ଦେବା ସମୟରେ ଅନୁଭବଙ୍କ ୨ ସହଯୋଗୀ, ବର୍ଷାଙ୍କ ଅନିଚ୍ଛା ସତ୍ୱେ ମୋବାଇଲରେ ଭିଡିଓ ସୁଟ କରିଥିଲେ । ଏହାକୁ ନେଇ ପୁଲିସର ସହାୟତା ଲୋଡିଥିଲେ ବର୍ଷା । ଅଭିଯୋଗ ପାଇବା ପରେ ପୁଲିସ ଅଧିକାରୀ ଅନୁଭବଙ୍କ ବାସଭବନରେ ପୋଲିସ ପହଁଚି ଘଟଣା ନେଇ ବର୍ଷାଙ୍କ ସହ ଆଲୋଚନା କରିଥିଲେ । ଏହି ଘଟଣା ପରେ ଓଲିଉଡ୍ ଷ୍ଟାର ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ଦାଂପତ୍ୟ ଜୀବନରେ…

ଗଞ୍ଜାମ ଜିଲ୍ଲାପାଳଙ୍କ ଟ୍ୱିଟ : ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ନହେଲେ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ୦୮।୦୯: ଗତକିଛି ଦିନ ହେଲା ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ କମିବାରେ ଲାଗିଛି । ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ମିଳିତ ଉଦ୍ୟମରେ ଜିଲ୍ଲାରେ ସଂକ୍ରମଣ ଗ୍ରାଫ ତଳକୁ ଖସୁଛି । ତେବେ ଜିଲ୍ଲାରେ ଯେପରି କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିବ , ସେଥିଲାଗି ସରକାର ଓ ସ୍ଥାନୀୟ ପ୍ରଶାସନ କିଛି ପଦକ୍ଷେପ ନେଇଛନ୍ତି ।  ଏହିପ୍ରରିପେକ୍ଷୀରେ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଏକ ଟ୍ୱିଟ୍‌ ଜାରି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ଟ୍ୱିଟ୍‌ ଅନୁସାରେ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏନେଇ ସେ ଜିଲ୍ଲାବାସୀଙ୍କୁ ଆଉ ଥରେ ଅପିଲ କରିଛନ୍ତି । ସେହିପରି ଅଟୋ ,ବସ୍  କିମ୍ବା ଅନ୍ୟ କୌଣସି ଯାନବାହାନରେ ଯାତ୍ରୀ କରୁଥିବା ବେଳେ ମାସ୍କ ପରିଧାନ କରିବାକୁ ପରାମର୍ଶ ଦେଇଛନ୍ତି  । ଯଦି କୌଣସି ଯାତ୍ରୀ ଏହାର ଖିଲାପୀ କରିବେ ,…

World Health Organization ମୁଖ୍ୟଙ୍କ ଚେତାବନୀ, ଏହା ଶେଷ ମହାମାରୀ ନୁହେଁ !

ନୂଆଦିଲ୍ଲୀ ୦୮।୦୯: ସାରାବିଶ୍ୱରେ ଏବେ କରୋନା ମହାମାରୀର ରୂପ ନେଇଛି । ପ୍ରତିଦିନ ସଂକ୍ରମଣ ତାଲିକାରେ ନୂଆ ନୂଆ ରେକର୍ଡ ସୃଷ୍ଟି ହେଉଛି । ଯାହାଫଳରେ ଅନେକ ଦେଶଙ୍କ ଅର୍ଥବ୍ୟବସ୍ଥା ଅତି ଗମ୍ଭୀର ସମୟ ଦେଇ ଗତି କରୁଛି । ଏସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଆଗାମୀ ମହାମାରୀ ପାଇଁ ସାରାବିଶ୍ୱକୁ ଚେତାବନୀ ଦେଇଛନ୍ତି । ଏବଂ ଏଥିପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ପରାମର୍ଶ ମଧ୍ୟ ଦେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପ୍ରମୁଖ ସୋମବାର ଦିନ କହିଛନ୍ତି କି, ସାରା ବିଶ୍ୱର ଆଗାମୀ ମହାମାରୀର ମୁକାବିଲା ନେଇ ନିଜକୁ ପ୍ରସ୍ତୁତ କରିବା ଦରକାର । ଏହାସହିତ ଅନେକ ଦେଶମାନଙ୍କୁ ସାର୍ବଜନୀନ ଭାବେ ସ୍ୱାସ୍ଥ୍ୟରେ ନିବେଶ କରିବା ପାଇଁ ମଧ୍ୟ ଆହ୍ୱାନ କରିଛନ୍ତି । ଚୀନ୍‌ର ଉହାନ ସହରରୁ ଡିସେମ୍ବର ୨୦୧୯ରେ ଆରମ୍ଭ…

ବଦଳୁଛି ପାଗ ତତେଇବ ତାତି, ଆହୁରି ୬/୭ ଦିନ

ଭୁବନେଶ୍ୱର ୦୮।୦୯: ଗତକିଛି ଦିନ ହେଲା ପାଗରେ କିଛି ପରିବର୍ତ୍ତନ ଦେଖାଦେଇଛି । ଯାହାଫଳରେ କି ବର୍ଷା ବଦଳରେ ଏବେ ଟାଏଁ ଟାଏଁ ଖରା ହେଉଛି । ଭାଦ୍ରବରେ ବୈଶାଖ ତାତି ଭଳି ନାକେଦମ କଲାଣି। ରାଜ୍ୟରେ ପ୍ରାୟ ଆହୁରି ୬/୭ ଦିନ ଏଭଳି ଗରମ ଅନୁଭୂତ ହେବ । ସବୁଠୁ ବେଶି ନାକେଦମ କରିବ ଉପକୂଳ ଓଡ଼ିଶାକୁ । ଉପକୂଳ ଅଞ୍ଚଳରେ ଆଉ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ । ଏମିତି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ। ଡକ୍ଟର ପଶୁପାଳକ କହିଛନ୍ତି, ଭାଦ୍ରବ ମାସର ଏହି ସମୟରେ ସାଧାରଣତଃ ଏଭଳି ପାଣି ଖରା ହୋଇଥାଏ । କିନ୍ତୁ, ଚଳିତବର୍ଷ ଏହା ସ୍ୱାଭାବିକଠାରୁ ପ୍ରାୟ ୩ ଡିଗ୍ରୀରୁ ଅଧିକ ରହୁଛି । ସୋମବାର ଦିନ ଭୁବନେଶ୍ୱରର…

ଅମାନିଆଙ୍କୁ ଲାଗିବ ବ୍ରେକ୍ : କଠୋର ହେବ ଦଣ୍ଡବିଧାନ, ବୁଧବାରଠୁ କଡାକଡି ଯାଞ୍ଚ

ଭୁବନେଶ୍ୱର ୦୮।୦୯: କରୋନା ସ୍ଥିତି ସଙ୍ଗୀନ ରହିଛି । ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ ହୋଇଚାଲିଛି । ଖାସ୍‌ କରି ଖୋର୍ଦ୍ଧା , କଟକ ଜିଲ୍ଲା ପରି କେତେକ ଉପକୂଳ ଜିଲ୍ଲାରେ ବଢୁଛି ସଂକ୍ରମଣ ସଂଖ୍ୟା । ଖାସ୍‌ କରି ଅମାନିଆଙ୍କ ପାଇଁ ସଂକ୍ରମଣ ବଢୁଥିବାର ଜଣାପଡିଛି ।ତେବେ ସେହି ଅମାନିଆଙ୍କ ପ୍ରତି କଠୋର ମନୋଭାବ ଦେଖାଇଛନ୍ତି ରାଜ୍ୟ ସରକାର । ଏଣିକି ବିନା କାମରେ ବାହାରେ ବୁଲିବା ଓ କୋଭିଡ଼ କଟକଣା ନମାନିବା ପଡିବ ମହଙ୍ଗା । ଅମାନିଆ ସାବଧାନ! ପଦାକୁ ବାହାରିବାବେଳେ ମାସ୍କ ପିନ୍ଧିବାକୁ ଭୁଲନ୍ତୁ ନାହିଁ । ଛକ ବଜାରରେ ଖଟି ଜମାନ୍ତୁ ନାହିଁ । ଅଯଥାରେ ଭିଡ଼ କରନ୍ତୁ ନାହିଁ । ପରସ୍ପରଠାରୁ ଦୂରତା ରକ୍ଷା କରନ୍ତୁ । ନହେଲେ ଆଉ ଛାଡ୍‌ ମିଳିବନି । ବୁଧବାରଠାରୁ ଅମାନିଆଙ୍କ ବରୋଧରେ କଠୋର…