କ୍ବିଇନ୍’ କଙ୍ଗନାଙ୍କ ଡ୍ରଗ୍ସ ଲିଙ୍କ ! ମୁମ୍ବାଇ ପୋଲିସ୍‌ କରିବ ତଦନ୍ତ

ମୁମ୍ବାଇ ୦୮/୦୯: ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ମୁହଁ ଖୋଲିବା ପରଠୁ ମହାରାଷ୍ଟ୍ର ସରକାରଙ୍କ ସ୍କାନରରେ ‘କ୍ବିନ୍’ କଙ୍ଗନା। ସୁଶାନ୍ତଙ୍କ ମାମଲାରେ ମୁମ୍ବାଇ ପୋଲିସ ଓ ମହାରାଷ୍ଟ୍ରଙ୍କୁ ଟାର୍ଗେଟ କରି ଅଡ଼ୁଆରେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ। ଏବେ କଙ୍ଗନା ଡ୍ରଗ୍ସ ସେବନ କରୁଥିବା ନେଇ ଅଭିଯୋଗ ପରେ ମୁମ୍ବାଇ ପୋଲିସ ଘଟଣାର ତଦନ୍ତ କରିବ। ଏନେଇ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ନିର୍ଦେଶ ମଧ୍ୟ ଦେଇସାରିଛନ୍ତି। କଙ୍ଗନାଙ୍କ ପୂର୍ବତନ ପ୍ରେମିକ ତଥା ଅଭିନେତା ଅଧ୍ୟୟନ ସୁମନଙ୍କ ଏକ ଅଭିଯୋଗକୁ ଭିତ୍ତି କରି ମହାରାଷ୍ଟ୍ର ସରକାର କଙ୍ଗନା ବିରୋଧରେ ତଦନ୍ତ ନିର୍ଦେଶ ଦେଇଛନ୍ତି। ଅନୀଲ ଦେଶମୁଖ କହିଛନ୍ତି ଯ, ଅଧ୍ୟୟନ ସୁମନ ଯିଏକି ଜଣେ ବରିଷ୍ଠ ଅଭିନେତା ଶେଖର ସୁମନଙ୍କ ପୁଅ ସେ ପୂର୍ବରୁ ଅଭି​‌ଯୋଗ କରିଥିଲେ ଯେ କଙ୍ଗନା ଡ୍ରଗ୍ସ ସେବନ କରିବା ସହ ତାଙ୍କୁ ଡ୍ରଗ୍ସ…

ସେପ୍ଟେମ୍ବର ୨୧ରୁ ନବମ-ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆଂଶିକ ଭାବେ ଖୋଲିବ ବିଦ୍ୟାଳୟ |

ନୂଆଦିଲ୍ଲୀ ୦୮।୦୯: କରୋନା ସଂକ୍ରମଣ ମଧ୍ୟରେ କେନ୍ଦ୍ର ସରକାର ଆଂଶିକ ଭାବେ ବିଦ୍ୟାଳୟ ଖୋଲିବା ନେଇ ମଙ୍ଗଳବାର  ଏସଓପି ଜାରି କରିଛନ୍ତି। ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ସେପ୍ଟେମ୍ବର ୨୧ରୁ ଆଂଶିକା ଭାବେ ଖୋଲିବା ନେଇ ସରକାର ପ୍ରସ୍ତୁତି କରୁଛନ୍ତି। ଅନଲକ୍‌-୪ ଗାଇଡ୍‌ଲାଇନ୍‌ରେ ଗୃହ ମନ୍ତ୍ରଣାଳୟ କହିଛି ନବମରୁ ଦ୍ଵାଦଶ ଶ୍ରେଣୀର ଛାତ୍ର-ଛାତ୍ରୀ ବାପା-ମାଙ୍କ ସହମତିରେ ଶିକ୍ଷକଙ୍କ ପରାମର୍ଶ ନେବା ପାଇଁ ସେପ୍ଟେମ୍ବର ୨୧ରୁ ସ୍କୁଲ ଯାଇ ପାରିବେ। କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସେପ୍ଟେମ୍ବର ୨୧ରୁ ଛାତ୍ର-ଛାତ୍ରୀ ଆଂଶିକ ଭାବେ ବିଦ୍ୟାଳୟ ଯିବା ନେଇ ମାନକ ପରିଚାଳନା ପ୍ରକ୍ରିୟା( ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜିୟର ବା ଏସଓସପି) ଜାରି କରିଛନ୍ତି। ଭାରତ ସରକାର ପର୍ଯ୍ୟାୟକ୍ରମେ ସମସ୍ତ ଗତିବିଧି ଖୋଲିବା ଆରମ୍ଭ କରିଛନ୍ତି। ଏହି ଆଧାରରେ ବିଦ୍ୟାଳୟକୁ ସେପ୍ଟେମ୍ବର ୨୧ରୁ ଆଂଶିକ ଭାବେ ଖୋଲାଯିବ।…

ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା , କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର ୦୯।୦୯: ଆସନ୍ତା ୪/୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବ । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାକୁ ଥିବାରୁ ସାବଧାନତା ଅବଲମ୍ବନ କରିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି । ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। ବାଲେଶ୍ବର, ଭଦ୍ରକ, କଟକ, ଜଗତ୍ ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ପୁରୀ, ନୟାଗଡ଼, କୋରାପୁଟ ଓ ରାୟଗଡ଼ାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ସ୍ବଳ୍ପ ବର୍ଷା ହୋଇପାରେ। ତେବେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବରର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି…

ଲକ୍‌ଡାଉନ୍ ଲଜ୍ଜା : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା

ଭୁବନେଶ୍ୱର ୦୯।୦୯: ଲକଡାଉନ୍ ବେଳେ ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା ।  ଅଭିଯୋଗର ୯ ଦିନ ପରେ ବି ପୋଲିସ ହାତ ଖାଲି । ଜଣେ ପୋଲିସ କର୍ମଚାରୀଙ୍କ ସମେତ ୭ ଅଭିଯୁକ୍ତଙ୍କ ମଧ୍ୟରୁ କୌଣସି ଜଣକୁ ବି ଏପର୍ଯ୍ୟନ୍ତ ଗିରଫ କରିବାକୁ ସକ୍ଷମ ହୋଇପାରିନି କମିଶନରେଟ୍ ପୋଲିସ୍ । ସେପଟେ ଅଭିଯୁକ୍ତଙ୍କ ନାଁ ଗାଁ ଠିକଣା ସବୁ କିଛି ପାଇ ସାରିଛି ପୋଲିସ । ହେଲେ ଜଣେ ବି ଅଭିଯୁକ୍ତ କମିଶନରେଟ୍ ପୋଲିସ ପଞ୍ଝାକୁ ଆସିପାରି ନାହାନ୍ତି । ଯାହାକୁ ନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଫେରାଦ୍ ହୋଇଛନ୍ତି ପୀଡ଼ିତାଙ୍କ ଓକିଲ । ଏଭଳି ସ୍ଥିତିରେ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ପୀଡ଼ିତାଙ୍କ ଓକିଲ । ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ସଂପୃକ୍ତ ଥିବାରୁ ମାମଲାକୁ ଚାପି ଦେବାକୁ କମିଶନରେଟ୍…

ରାଜ୍ୟରେ ଚିହ୍ନଟ ହେଲେ ୩୭୪୮ କରୋନା ସଂକ୍ରମିତ,୧୩୫୧୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର ୦୯।୦୯: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୭୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୫୧୩୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୧୦ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୫୩୮ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୭ଜଣ, ବାଲେଶ୍ୱର ଜିଲ୍ଲାରୁ ୧୦୩ଜଣ, ବରଗଡ଼ ଜିଲ୍ଲାରୁ ୯୨ଜଣ, ଭଦ୍ରକ ଜିଲ୍ଲାରୁ ୪୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୬୩ଜଣ, ବୌଦ୍ଧ ଜିଲ୍ଲାରୁ ୫୮ଜଣ, କଟକ ଜିଲ୍ଲାରୁ ୩୯୨ଜଣ, ଦେଓଗଡ଼ ଜିଲ୍ଲାରୁ ୨୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୫ଜଣ, ଗଜପତି…

କଙ୍ଗନାଙ୍କୁ ଅପମାନଜନକ ମନ୍ତବ୍ୟ ମାମଲାରେ ବାରାଣାସୀରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ବିରୋଧରେ FIR

ବାରାଣାସୀ ୦୯/୦୯ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଅଭିନେତ୍ରୀ କଙ୍ଗନା ରଣାୱତ ଓ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ଚାଲିଥିବା ଶବ୍ଦ ବାଣ ଓ ଆରୋପ-ପ୍ରତ୍ୟାରୋପ ମାମଲା ବର୍ତ୍ତମାନ ବାରାଣାସୀ ଯାଏଁ ପହଞ୍ଚିଛି | କଙ୍ଗନାଙ୍କୁ ନେଇ ସଞ୍ଜୟ ରାଉତଙ୍କ ଆପତ୍ତିଜନକ ମନ୍ତବ୍ୟ ପରେ ବାରାଣାସୀରେ ବିଜେପିର ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନର ମହିଳା ସଦସ୍ୟ ସଞ୍ଜୟ ରାଉତଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି | ମଙ୍ଗଳବାର ସିଗରା ଥାନାରେ ମହିଳା ସଦସ୍ୟ ମାମଲା ରୁଜ୍ଜୁ କରିଛନ୍ତି | ଥାନା ଅଧ୍ୟକ୍ଷ କହିଛନ୍ତି ଯେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରି ମାମଲା ରୂଜୁ କରି ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ବିଜେପିର ‘ବେଟି ବଚାଓ ବେଟି ପଢ଼ାଓ’ ପ୍ରକଳ୍ପର ମହିଳା ସଦସ୍ୟ କହିଛନ୍ତି ଯେ ଭାରତୀୟ ସଂସ୍କୃତିରେ…

ଶ୍ରୀରାମଙ୍କ ନାଁରେ ହେବ ଅଯ୍ୟୋଧ୍ୟା ଏୟାରପୋର୍ଟ

ଅଯୋଧ୍ୟା ୦୯/୦୯: ଅଯୋଧ୍ୟା ଏୟାରପୋର୍ଟର ନାଁ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଙ୍କ ନାଁରେ କରାଯିବ। ଏହା ସହ ଏୟାରପୋର୍ଟ ମଧ୍ୟ ଅନ୍ତରାଷ୍ଟ୍ରୀୟ ସ୍ତରର ହେବ। ଏ ନେଇ ଯୋଗୀ ସରକାର ନାମ ପରିବର୍ତନ ଓ ଏୟାରପୋର୍ଟ ସଂପ୍ରସାରଣ ବୃଦ୍ଧି ଦିଗରେ କାମ ଆରମ୍ଭ କରିଛନ୍ତି। ୨୦୨୧ ସୁଦ୍ଧା ଏୟାରପୋର୍ଟ ନିର୍ମାଣକାର୍ଯ୍ୟ ପୂରା କରାଯିବା ଯୋଜନା ରହିଛି। ରାମ ମନ୍ଦିର ନିର୍ମାଣ ପରେ ଏଠାକୁ ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏୟାରପୋର୍ଟ ବିସ୍ତାରର ଯୋଜନା ପ୍ରସ୍ତୁତି କରିଛନ୍ତି। ତେବେ ୨୦୧୭ରେ ଅଯ୍ୟୋଧ୍ୟା ଏୟାରପୋର୍ଟ ବିକାଶକୁ ଦୁଇଟି ପର୍ଯ୍ୟାୟରେ ଆରମ୍ଭ କରିବ ଯୋଜନା କରାଯାଇଥିଲା। ଏ ପାଇଁ କରାଯାଇଥିବା ଟେକ୍ନୋ-ଇକୋନମିକ ସର୍ଭେର ପ୍ରଥମ ପର୍ଯ୍ୟାୟରେ ଏଟିଆର-୭୨ ବିମାନକୁ ବିକଶିତ କରାଯିବା ଲକ୍ଷ୍ୟ ରଖାଯାଇ ଥିଲା। ଏଥିରେ ରନଓ୍ବେର…

ପ୍ରଥମ ମହିଳା ରାଷ୍ଟ୍ରପତି ହୋଇପାରିବେ ନାହିଁ କମଲା ହାରିସ

ଓ୍ବାଶିଂଟନ୍ ୦୯/୦୯: ଆମେରିକାରେ ନିର୍ବାଚନ ରାଜନୀତି ଜୋର ଧରିଛି। ଏହା ସହ ପରସ୍ପରକୁ ସମାଲୋଚନା କରିବାକୁ କେହି ପଛଉ ନାହାନ୍ତି। ଏହି କ୍ରମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡେମୋକେଟ୍ରିକ ପ୍ରାର୍ଥୀଙ୍କ ଉପରେ ଜୋରରେ ବର୍ଷିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଟ୍ରମ୍ପ ଉପରାଷ୍ଟ୍ରପତି ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ କମଲା ହାରିସଙ୍କୁ ଟାର୍ଗେଟ କରିଛନ୍ତି। ଲୋକ କମଲା ହାରିସଙ୍କୁ ପସନ୍ଦ କରନ୍ତି ନାହିଁ। ସେ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇ ପାରିବେ ନାହିଁ। ଏହା ଆମ ଦେଶ ପାଇଁ ଅପମାନ ହେବ ବୋଲି କହିଛନ୍ତି ଟ୍ରମ୍ପ। ଟ୍ରମ୍ପ କରୋନା ଟିକାକୁ ନେଇ କମଲା ହାରିସଙ୍କୁ ଟାର୍ଗେଟ କରି ଏ କଥା କହିଛନ୍ତି। ସେ ଆହୁରି କହିଛନ୍ତି କମଲାଙ୍କ ବୟାନବାଜି ଯୋଗୁ ସେ କେବେ ବି ଦେଶର ରାଷ୍ଟ୍ରପତି ହୋଇପାରିବେ ନାହିଁ। ହାରିସ ଟିକାର ଉପେକ୍ଷା କରୁଛନ୍ତି, ଯେମିତି…

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସାମୟିକ ସ୍ଥଗିତ

କରୋନା ମୁକାବିଲା ଉଦ୍ୟମକୁ ବଡ ଝଟକା । ଯେଉଁ ଟୀକା ଉପରେ ସାରା ବିଶ୍ୱର ନଜର ରହିଥିଲା, ସେହି ଟୀକାର ପରୀକ୍ଷଣ ଉପରେ ଲାଗିଛି ସାମୟିକ ରୋକ୍ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମୟରେ ପାଶ୍ୱର୍ ପ୍ରତିକ୍ରିୟା ଦେଖା ଯିବା ପରେ ଏହାର ପରୀକ୍ଷଣକୁ ସାମୟିକ ସ୍ଥଗିତ ରଖାଯାଇଛି । ଟୀକା ନେବା ପରେ ବ୍ରିଟେନରେ ଜଣେ ବ୍ୟକ୍ତି ଅସୁସ୍ଥ ହେବା ପରେ ଟୀକା ପରୀକ୍ଷଣ ଉପରେ ସାମୟିକ ରୋକ୍ ଲାଗିଛି । ବର୍ତମାନ ଏହି ଟୀକାର ଆଗାମୀ ପରୀକ୍ଷଣକୁ ନେଇ ବର୍ତମାନ ଦେଖା ଦେଇଛି ସନ୍ଦେହ । ଆମେରିକା, ବ୍ରିଟେନ୍ ରେ ଏହି ଟୀକାର ପରୀକ୍ଷଣ ସମୟରେ ଶରୀର ପ୍ରତି ଘାତକ ହେବା ପରେ କିଛି ପ୍ରତିକ୍ରିୟା ନଜର ଆସିଛି । ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଏଷ୍ଟ୍ରାଜେନେକ୍ ମିଳିତ ଭାବେ ଏହି…

୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତ ଗଲେ ରିୟା ।

ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଶେଷରେ ଡ୍ରଗ୍ସ ମାମଲାରେ ବନ୍ଧା ହୋଇଥିବା ବାନ୍ଧବୀ ରିୟା ଚକ୍ରବର୍ତି ଆଜି ଯାଇଛନ୍ତି ଜେଲ ହାଜତକୁ । ଏନସିବି ଗତକାଲି ତାଙ୍କୁ ଗିରଫ କରିବା ପରେ ଏନସିବି ଅଫିସରେ କଟିଥିଲା ପ୍ରଥମ ରାତି । ଆଜି ତାଙ୍କୁ ଜେଲ୍ ପଠାଯାଇଛି । କୋର୍ଟରୁ ଜାମିନ୍ ଆବେଦନ ଖାରଜ ହେବା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ କୋର୍ଟ ପଠାଇ ଦେଇଛନ୍ତି । ୨୨ ସେପ୍ଟେମ୍ୱର ଯାଏଁ ରିୟା ରହିବେ ଜେଲ ହାଜତରେ । ତେବେ ଗତକାଲି ପ୍ରଥମ ରାତିରେ ରିୟା ଏନସିବିର ଲକଅପରେ ଥିଲେ । ଆଜି ସକାଳେ ତାଙ୍କୁ ମୁମ୍ବାଇର ଭାଇଖାଲ ଜେଲକୁ ପଠାଯାଇଛି । ସେପଟେ ରିଆଙ୍କ ଓକିଲ ଆଜି ସେସନ୍ସ କୋର୍ଟରେ ରିୟାଙ୍କ ଜାମିନ ଆବେଦନ କରିବେ । ଏହାର ଶୁଣାଣି ଆଜି…