ସେପ୍ଟେମ୍ବର ୨୧ରୁ ନବମ-ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆଂଶିକ ଭାବେ ଖୋଲିବ ବିଦ୍ୟାଳୟ |

ନୂଆଦିଲ୍ଲୀ ୦୮।୦୯: କରୋନା ସଂକ୍ରମଣ ମଧ୍ୟରେ କେନ୍ଦ୍ର ସରକାର ଆଂଶିକ ଭାବେ ବିଦ୍ୟାଳୟ ଖୋଲିବା ନେଇ ମଙ୍ଗଳବାର  ଏସଓପି ଜାରି କରିଛନ୍ତି। ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ସେପ୍ଟେମ୍ବର ୨୧ରୁ ଆଂଶିକା ଭାବେ ଖୋଲିବା ନେଇ ସରକାର ପ୍ରସ୍ତୁତି କରୁଛନ୍ତି। ଅନଲକ୍‌-୪ ଗାଇଡ୍‌ଲାଇନ୍‌ରେ ଗୃହ ମନ୍ତ୍ରଣାଳୟ କହିଛି ନବମରୁ ଦ୍ଵାଦଶ ଶ୍ରେଣୀର ଛାତ୍ର-ଛାତ୍ରୀ ବାପା-ମାଙ୍କ ସହମତିରେ ଶିକ୍ଷକଙ୍କ ପରାମର୍ଶ ନେବା ପାଇଁ ସେପ୍ଟେମ୍ବର ୨୧ରୁ ସ୍କୁଲ ଯାଇ ପାରିବେ। କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସେପ୍ଟେମ୍ବର ୨୧ରୁ ଛାତ୍ର-ଛାତ୍ରୀ ଆଂଶିକ ଭାବେ ବିଦ୍ୟାଳୟ ଯିବା ନେଇ ମାନକ ପରିଚାଳନା ପ୍ରକ୍ରିୟା( ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜିୟର ବା ଏସଓସପି) ଜାରି କରିଛନ୍ତି।

ଭାରତ ସରକାର ପର୍ଯ୍ୟାୟକ୍ରମେ ସମସ୍ତ ଗତିବିଧି ଖୋଲିବା ଆରମ୍ଭ କରିଛନ୍ତି। ଏହି ଆଧାରରେ ବିଦ୍ୟାଳୟକୁ ସେପ୍ଟେମ୍ବର ୨୧ରୁ ଆଂଶିକ ଭାବେ ଖୋଲାଯିବ। ନମବରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର-ଛାତ୍ରୀ ସ୍ଵେଚ୍ଛାକୃତ ଭାବେ ଶିକ୍ଷକଙ୍କ ପରାମର୍ଶ ପାଇଁ ବିଦ୍ୟାଳୟ ଆସି ପାରିବେ ବୋଲି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି।

କଣ ରହିଛି ଏସଓପିରେ

ସତର୍କତାମୂଳକ ଭାବେ  ବିଦ୍ୟାଳୟରେ ଶିକ୍ଷକ, ସହାୟକ କର୍ମଚାରୀ ଏବଂ ବିଦ୍ୟାର୍ଥୀ ସାମାଜିକ ଦୂରତା ନିୟମ ପାଳନ କରିବା ବାଧ୍ୟତାମୂଳକ। ସମସ୍ତଙ୍କ ମଧ୍ୟରେ ଦୁରତା ୬ ଫୁଟ୍ ରହିବା ଜରୁରୀ। ଫେସ୍ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା,ନିଜ ଶରୀରର ଯତ୍ନ ରଖିବା ଏବଂ ଛାପ ପକାଇବା ଆଦି ଏସଓପିରେ ସାମିଲ।

ସ୍କୁଲକୁ ବିଶେଷ କରି ଏହା ସୁନିଶ୍ଚିତ କରିବାକୁ କୁହାଯାଇଛି ଯେ, ଅନଲାଇନ୍‌ କିମ୍ବା ଦୂର ଶିକ୍ଷାକୁ ଅନୁମତିକୁ ପ୍ରୋତ୍ସାହିତ କରିବା ଜରୁରୀ। ନବମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀର ଛାତ୍ରଙ୍କୁ ନିଜର ଶିକ୍ଷକ ପରାମର୍ଶ ନେବା ପାଇଁ ସ୍କୁଲ  ଆସିବାକୁ ଅନୁମତି ଦେବେ।

ସେଥିପାଇଁ ବାପା-ମା କିମ୍ବା ଅଭିଭାବକ ଲିଖିତ ସହମତି ଦେବେ। ଏହିପରି ପରିଦର୍ଶକ ଏବଂ ଶିକ୍ଷକ-ଛାତ୍ରଙ୍କ ମଧ୍ୟରେ ପାରସ୍ପରିକ କଥାବାର୍ତ୍ତା ଏକ ସଂଗଠିତ ହେବା ଆବଶ୍ୟକ।

କଣ୍ଟେନମେଣ୍ଟ ଜୋନ୍‌ ବ୍ୟତୀତ ବାକି ଅଞ୍ଚଳରେ ଆଂଶିକ ଭାବେ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ୍‌ରେ ରହୁଥିବା ଶିକ୍ଷକ, କର୍ମଚାରୀ ଓ ଛାତ୍ର-ଛାତ୍ରୀଙ୍କୁ ବିଦ୍ୟାଳୟ ଯିବାକୁ ଅନୁମତି ଦିଆଯିବ ନାହିଁ। ଛାତ୍ର, ଶିକ୍ଷକ ଓ କର୍ମଚାରୀଙ୍କୁ କଣ୍ଟେନମେଣ୍ଟ ଜୋନ୍‌ ମଧ୍ୟରେ ପଡୁଥିବା ଅଞ୍ଚଳ ପରିଦର୍ଶନ ନକରିବାକୁ ପରାମର୍ଶ ଦିଆଯିବ।

ଗତିବିଧି ପୁଣି ଥରେ ଆରମ୍ଭ କରିବା ପୂର୍ବରୁ କ୍ଷେତ୍ର, ଲାବୋରେଟୋରୀ, ଅନ୍ୟାନ୍ୟ ସାଧାରଣ ଉପଯୋଗୀ କ୍ଷେତ୍ରଗୁଡିକରେ ସୋଡିୟମ୍ ହାଇପୋକ୍ଲୋରାଇଟ୍ ସିଞ୍ଚନ କରି ପରିମଳ କରାଯିବ। ବିଦ୍ୟାଳୟରେ ବାରମ୍ବାର ସ୍ପର୍ଶ କରାଯାଉଥିବା ପୃଷ୍ଠଗୁଡିକ ପ୍ରତି ବିଶେଷ ଧ୍ୟାନ ଦିଆଯିବ।

ଯେଉଁ ବିଦ୍ୟାଳୟଗୁଡିକୁ କ୍ଵାରେଣ୍ଟାଇନ୍‌ କେନ୍ଦ୍ର ଭାବେ ବ୍ୟବହାର କରାଯାଇଛି ସେହି ସ୍କୁଲଗୁଡିକୁ ଭଲ ଭାବେ ସାନିଟାଇଜ୍‌ ଓ ସଫା ସୁତୁରା କରାଯିବ।  ବିଦ୍ୟାଳୟକୁ ୫୦ ପ୍ରତିଶତରୁ ଅଧିକ କର୍ମଚାରୀ ଯେମିତି ନଆସିବେ ଏହା ସୁନିଶ୍ଚିତ କରାଯିବ। ଆବଶ୍ୟକସ୍ଥଳେ ସ୍କୁଲରେ ଅନଲାଇନ୍‌ ଟିଚିଂ ଏବଂ ଟେଲି କାଉନସେଲିଂ ବ୍ୟବସ୍ଥା ରହିବ।

ବାୟୋମେଟ୍ରିକ ଉପସ୍ଥିତି ବଦଳରେ ସ୍କୁଲ କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା କରିବେ।

ବିଦ୍ୟାଳୟରେ ସମସ୍ତଙ୍କ ମଧ୍ୟରେ ଛଅ ଫୁଟ୍ ଦୂରତା ରହିବା ଜରୁରୀ।

ପରିସର ଭିତରେ ଏବଂ ବାହାରେ ଧାଡି ସୁନିଶ୍ଚିତ କରିବା ପାଇଁ ଚଟାଣରେ ଛଅ ଫୁଟ୍ ଦୂରତାରେ ଗୋଲେଇ କରାଯିବ। ଏହି ପରି  ବିଦ୍ୟାଳୟରେ ଶିକ୍ଷକ, କର୍ମଚାରୀ ଓ ଛାତ୍ର-ଛାତ୍ରୀ ପରସ୍ପର ମଧ୍ୟରେ ଶାରୀରିକ ଦୂରତା ବଜାୟ ରଖିବେ।

ଏକତ୍ର ହେବା, ଖେଳ ଓ ଏମିତି କାର୍ଯ୍ୟକ୍ରମ ଯାହା ଭିଡ ସୃଷ୍ଟି କରେ ସେ ସବୁ ଉପରେ କଠୋର ନିଷେଦ୍ଧାଦେଶ ରହିବ। ସ୍କୁଲକୁ କୌଣସି ପ୍ରକାରର ଜରୁରୀକାଳୀନ ମାମଲାରେ ଯୋଗାଯୋଗ କରିବା ପାଇଁ ରାଜ୍ୟର ହେଲ୍ପଲାଇନ୍‌ ନମ୍ବର ଉପଲବ୍ଧ ରହିବ। ଶିକ୍ଷକ, ଛାତ୍ର, କର୍ମଚାରୀଙ୍କୁ ସ୍ଥାନୀୟ ସ୍ଵାସ୍ଥ୍ୟ ଅଧିକାରୀଙ୍କ ନମ୍ଵର ମଧ୍ୟ ଉପଲବ୍ଧ କରାଯିବ।

ଶୀତତାପ ନିୟନ୍ତ୍ରଣ ଯନ୍ତ୍ର କିମ୍ବା ଭେଣ୍ଟିଲେସନ ପାଇଁ ସିପିଡବ୍ଲ୍ୟୁର ଗାଇଡ୍‌ଲାଇନ୍ ପାଳନ କରାଯିବ। ସର୍ତ୍ତ ଅନୁଯାୟୀ ସମସ୍ତ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ତାପମାତ୍ରା ୨୪ ରୁ ୩୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ। ପ୍ରତି କୋଠରୀରେ ଆପେକ୍ଷିକ ଆର୍ଦ୍ରତା ପ୍ରତି ୪୦-୭୦ପରିସର ମଧ୍ୟରେ ରହିବା ଉଚିତ।

ଯେତେ ବେଳେ ଶାରୀରିକ ଅସୁସ୍ଥତା ଦେଖାଯିବ ଏବଂ କୀଟାଣୁ ନାଶକ ସିଞ୍ଚନ ହେବ ସେହି ସମୟରେ  ଛାତ୍ରଙ୍କୁ ଉପଯୁକ୍ତ ସ୍ଥାନରେ ରଖାଯିବ।

ବାୟାମଶାଳରେ ମନ୍ତ୍ରଣାଳୟର ଗାଇଡ୍‌ଲାଇନ୍‌ର ପାଳନ କରାଯିବ। ସ୍ଵିମିଂ ପୁଲ୍ ବନ୍ଦ ରହିବ।

ସେହିଭଳି ଦକ୍ଷତା କିମ୍ବା ଉଦ୍ୟୋଗୀ ତାଲିମ ପ୍ରତିଷ୍ଠାନ, ଡାକ୍ତରୀ ପାଠ୍ୟକ୍ରମ ପରିଚାଳନା କରୁଥିବା ଉଚ୍ଚଶିକ୍ଷା ପ୍ରତିଷ୍ଠାନ, ଲାବୋରେଟୋରୀ ଏବଂ ପରୀକ୍ଷାମୂଳକ କାର୍ଯ୍ୟ ଆବଶ୍ୟକ କରୁଥିବା ବୈଷେୟିକ  ଏବଂ ବୃତ୍ତିଗତ କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ଅଧ୍ୟୟନ ପାଇଁ SOP ମଧ୍ୟ ଜାରି କରାଯାଇଛି।

Related posts

Leave a Comment