୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତ ଗଲେ ରିୟା ।

ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଶେଷରେ ଡ୍ରଗ୍ସ ମାମଲାରେ ବନ୍ଧା ହୋଇଥିବା ବାନ୍ଧବୀ ରିୟା ଚକ୍ରବର୍ତି ଆଜି ଯାଇଛନ୍ତି ଜେଲ ହାଜତକୁ । ଏନସିବି ଗତକାଲି ତାଙ୍କୁ ଗିରଫ କରିବା ପରେ ଏନସିବି ଅଫିସରେ କଟିଥିଲା ପ୍ରଥମ ରାତି । ଆଜି ତାଙ୍କୁ ଜେଲ୍ ପଠାଯାଇଛି । କୋର୍ଟରୁ ଜାମିନ୍ ଆବେଦନ ଖାରଜ ହେବା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ କୋର୍ଟ ପଠାଇ ଦେଇଛନ୍ତି । ୨୨ ସେପ୍ଟେମ୍ୱର ଯାଏଁ ରିୟା ରହିବେ ଜେଲ ହାଜତରେ । ତେବେ ଗତକାଲି ପ୍ରଥମ ରାତିରେ ରିୟା ଏନସିବିର ଲକଅପରେ ଥିଲେ । ଆଜି ସକାଳେ ତାଙ୍କୁ ମୁମ୍ବାଇର ଭାଇଖାଲ ଜେଲକୁ ପଠାଯାଇଛି । ସେପଟେ ରିଆଙ୍କ ଓକିଲ ଆଜି ସେସନ୍ସ କୋର୍ଟରେ ରିୟାଙ୍କ ଜାମିନ ଆବେଦନ କରିବେ । ଏହାର ଶୁଣାଣି ଆଜି ସନ୍ଧ୍ୟା ସୁଦ୍ଧା ହୋଇପାରେ ।

Related posts

Leave a Comment