ସମୁଦ୍ର କୂଳରେ ଦେଖାଗଲା ଏକ ବିକଟାଳ ଜୀବ : ଇଣ୍ଟରନେଟରେ ଭାଇରାଲ୍ ହେଲା ଫଟୋ

ସମୁଦ୍ରରେ ଅନେକ ଏପରି ଜୀବ ଅଛନ୍ତି ଯାହା ବିଷୟରେ ମନୁଷ୍ୟଙ୍କୁ ଏବେ ବି କୌଣସି ସୂଚନା ନାହିଁ। ଅଧିକାଂଶ ସମୟରେ ଏପରି ଜୀବ ସମୁଦ୍ର କୂଳରେ ଆସି ଯାଇଥାନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଯାଇଥାଏ। ନିକଟରେ ଅଜଣା ସାମୁଦ୍ରିକ ଜୀବର ଭିଡିଓ ଭାଇରାଲ୍ ହୋଇଛି ଯାହା Gooseneck Barnacle ନାମକ ପ୍ରଜାତିର। ଏହି ପୋଷ୍ଟକୁ ମାର୍ଟିନ୍ ଗ୍ରୀନ୍ ନାମକ ବ୍ୟକ୍ତି ଫେସବୁକରେ କ୍ୟାପସନ୍ ସହ ସେୟାର କରିଥିଲେ। ମାର୍ଟିନ୍ ଏବଂ ତାଙ୍କ ପରିବାର ଛୁଟିରେ ଥିଲେ। ସେମାନେ ଉତ୍ତର ଓ୍ବେଲ୍ସରୁ ଆସିଥିବାବେଳେ କେର୍ନାର୍ଫେନ କୂଳରେ ବୁଲୁଥିଲେ। ସେଠାରେ ସେମାନେ ଏକ ଅଦ୍ଭୁତ ସାମୁଦ୍ରିକ ଜୀବ ଦେଖିଥିଲେ। ପାଖରୁ ଦେଖିବା ପରେ ସେମାନେ ଅନୁଭବ କରିଥିଲେ ଯେ କାଠରେ ଯେପରି ହଜାର ହଜାର ଅଦ୍ଭୁତ ଜୀବ ଲାଗିଛନ୍ତି। ସେମାନେ ଯେତେବେଳେ ଏହା ବିଷୟରେ ପତ୍ତା ଲଗାଇଥିଲେ…

ଧୋନୀଙ୍କୁ ମିସ୍ କରୁଛନ୍ତି ତାଙ୍କର ସବୁଠାରୁ ବଡ ପ୍ରଶଂସକ

ନୂଆଦିଲ୍ଲୀ ୧୦/୦୯ : କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଆଇପିଏଲ ଆୟୋଜନ ଭାରତ ନ ହୋଇ ୟୁଏଇରେ ହୋଇଛି | କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ଖେଳାଳି ଏଥର ନିଜ ପରିବାରକୁ ସାଙ୍ଗରେ ନେଇ ନାହାନ୍ତି | ଆଇପିଏଲରେ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ ପତ୍ନୀ ସାକ୍ଷୀ ଓ ଝିଅ ଜିଭାକୁ ସାଙ୍ଗରେ ନେଇଯାଆନ୍ତି | କିନ୍ତୁ ଚଳିତ ବର୍ଷ କରୋନା ଯୋଗୁଁ ପରିବାରକୁ ସାଙ୍ଗରେ ନେଇ ଯାଇନାହାନ୍ତି | ସେଥିପାଇଁ ତାଙ୍କ ଚୁଲବୁଲି ଝିଅ ଜିଭା ତାଙ୍କୁ ବହୁତ ମିସ କରୁଛି | ସୋସିଆଲ ମିଡ଼ିଆରେ ଜିଭାଙ୍କର ଏଜ ଭିଡିଓ ଭାଇରାଲ ହୋଇଛି | ଭିଡିଓରେ ଜିଭାଙ୍କୁ ଧୋନୀଙ୍କ ଏକ ସ୍କେଚ ସହ ଦେଖିବାକୁ ମିଳିଛି | କିନ୍ତୁ ଚଳିତ ବର୍ଷ କରୋନା ଯୋଗୁଁ ପରିବାରକୁ…

କଙ୍ଗନା କହିଲେ ଶିବସେନା ହେଉଛି ସୋନିଆ ସେନା, ଉଦ୍ଧବ ଠାକରେ ବଂଶବାଦର ନମୁନା

ମୁମ୍ବାଇ ୧୦/୦୯: ବିଏମସି ଗତକାଲି ବଲିଉଡ୍ ଅଭିନେତ୍ରୀ କଙ୍ଗନାଙ୍କ ରଣାଓ୍ବତଙ୍କ ମୁମ୍ବାଇ ପାଲି ହିଲ ସ୍ଥିତ ଅଫିସରେ ବୁଲଡୋଜର ଚଲାଇ ଥିଲା। ବିଏମସିର ଏଭଳି କାର୍ଯ୍ୟାନୁଷ୍ଠାନ ପରେ କଙ୍ଗନା କ୍ରମାଗତ ଶିବସେନା ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି ଆସୁଛନ୍ତି। ତେବେ କଙ୍ଗନା ଆଜି ଉଦ୍ଧବଙ୍କ ସହ କଂଗ୍ରେସକୁ ଟାର୍ଗେଟ କରି ଶିବସେନାକୁ ସୋନିଆ ସେନା ବୋଲି କହିଛନ୍ତି। କଙ୍ଗନା ଟ୍ବିଟ୍ କରି କହିଛନ୍ତି, ଯେଉଁ ବିଚାରାଧାରା ଉପରେ ଶ୍ରୀ ବାଲା ସାହେବ ଠାକରେ ଶିବସେନା ନିର୍ମାଣ କରିଥିଲେ ଆଜି ସେ କ୍ଷମତା ପାଇଁ ସେହି ବିଚାରଧାରାକୁ ବିକ୍ରି ଶିବସେନାରୁ ସୋନିଆ ସେନା ହୋଇଛି। ଯେଉଁ ଗୁଣ୍ଡା ମୋ ପଛରେ ମୋ ଘର ଭାଙ୍ଗିଲେ ସେମାନଙ୍କୁ ସିଭିକ୍ ବଡି କହିବା ଠିକ୍ ନୁହେଁ, ସମ୍ବିଧାନର ଏମିତି ଅପମାନ କରିବା ମଧ୍ୟ ଉଚିତ ନୁହେଁ। ଅନ୍ୟପକ୍ଷେ…

ଭୁଲରେ ବି ରଖନ୍ତୁ ନାହିଁ ଏହି ଦିଗରେ ଝରକା –କବାଟ

ବାସ୍ତୁଶାସ୍ତ୍ରରେ ଦିଗର ସବୁଠୁ ଅଧିକ ମହତ୍ତ୍ବ ରହିଥାଏ। ଯଦି ଆପଣଙ୍କ ଘର ଏବଂ ଏହା ଭିତରେ ଜିନିଷର ଦିଗ ଠିକ୍ ନଥିବ ତେବେ ସେଠାରେ ରହୁଥିବା ଲୋକଙ୍କ ଦଶା ବିଗିଡ଼ିଯାଇଥାଏ। ଅନେକ ଥର ଏତେ ଖରାପ ପ୍ରଭାବ ପଡ଼ିଥାଏ ଯେ ପୂରା ଘର ବରବାଦ ହୋଇଯାଇଥାଏ। ଏପରି କ୍ଷେତ୍ରରେ ଏହା ଜାଣିବା ଜରୁରୀ ହୋଇଥାଏ ଯେ ଘରର କବାଟ ଝରକାର ଉପଯୁକ୍ତ ଦିଗ କେଉଁଠି? ଏହା ସହିତ ଯଦି ଆପଣଙ୍କ ଘରର ଜିନିଷର ଦିଗ ଠିକ୍ ନାହିଁ ତେବେ ନକରାତ୍ମକ ପ୍ରଭାବରୁ ବର୍ତ୍ତିବା ପାଇଁ କ’ଣ ଉପାୟ ରହିଛି? ଦକ୍ଷିଣ-ପଶ୍ଚିମ ଦିଗକୁ ନେତୃତ୍ବ ଦିଗ ମଧ୍ୟ କୁହାଯାଏ। ଘରର ଏହି ଦିଗ ଖୋଲା ନହେବା ଉଚିତ୍। ଅର୍ଥାତ୍ ଆପଣଙ୍କ ଘରର ଏହି ଦିଗରେ ଝରକା,କବାଟ ନହେବା ଉଚିତ୍। ଐଶ୍ବରିକ ଶକ୍ତି ଈଶାନ କୋଣରୁ ପ୍ରବେଶ କରିଥାଏ ଏବଂ…

ନଦୀରେ ଭାସୁଛି ଯୁବକ ଓ ଯୁବତୀଙ୍କ ମୃତଦେହ !

ମାର୍ଶାଘାଇ ୧୦।୦୯: ଲୁଣା ନଦୀରେ ଭାସୁଛି ୨ଟି ମୃତଦେହ । କେନ୍ଦ୍ରାପଡ଼ା ଜିଲ୍ଲା କଳପଡ଼ା ପୋଲ ନିକଟରେ ୨ଟି ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଆଜି ସକାଳ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା କଳପଡ଼ା ପୋଲ ନିକଟରେ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକ ଦେଖିଥିଲେ । ଯାହା ପରେ ନଦୀରେ ମୃତଦେହ ଭାସୁଥିବାର ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଆଲୋଡନା ସୃଷ୍ଟି ହୋଇଯାଇଛି । ନଦୀରେ ଭାସୁଥିବାର ୨ଟି ମୃତଦେହ ଯଥାକ୍ରମେ ଜଣେ ଯୁବକ ଓ ଯୁବତୀଙ୍କର ହୋଇଥିବା ଜଣାପଡିଛି । ଯାହାକି ଏକ ଚିନ୍ତାର ବିଷୟ ପାଲଟଛି । ତେବେ ନଦୀରେ ୨ଟି ମତଦେହ ଆସିଲା କେଉଁଆଡୁ, ତାହା ବର୍ତ୍ତମାନ ସବୁଠୁ ଚିନ୍ତାର ବିଷୟ । କେଉଁଆଡୁ ଏହି ୨ଟି ମୃତଦେହ ଆସିଲା, ନା କିଏ ହତ୍ୟା କରି ଫିଙ୍ଗିଦେଇଛି , ନା…

ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଖାତାରୁ କ୍ଲୋନ୍ ଚେକ୍ ଜରିଆରେ ବାହାର କରାଯାଇଛି ୬ ଲକ୍ଷ ଟଙ୍କା

ଅଯୋଧ୍ୟା ୧୦/୦୯ : ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଖାତାରୁ ଜାଲିଆତି କରି ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଥିବା ମାମଲା ସାମ୍ନାକୁ ଆସିଛି | ରାଜଧାନୀ ଲଖନଉର ଦୁଇଟି ବ୍ୟାଙ୍କରୁ ଚେକ୍ କ୍ଲୋନିଙ୍ଗ୍ ଜରିଆରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଖାତାରେ ଜାଲିଆତି ହୋଇଛି | ତୃତୀୟଥର ଖାତାରୁ ଟଙ୍କା ଉଠାଇବାକୁ ଚେଷ୍ଟା କରିବା ସମୟରେ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ ପାଖକୁ ଫୋନ ଦ୍ୱାରା ସୂଚନା ଦିଆଯାଇଥିଲା | ଟ୍ରଷ୍ଟ ଖାତାରୁ ଟଙ୍କା ଉଠାଇବା ମାମଲାକୁ ନେଇ ହଇଚଇ ସୃଷ୍ଟି ହୋଇଛି | ଅଯୋଧ୍ୟା ଥାନାରେ ଜାଲିଆତି ବିରୋଧ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ ହୋଇଛି | ପ୍ରାପ୍ତ ସୂଚନା ଅନୁଯାୟୀ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଖାତାରୁ ପାଖାପାଖି ୬ ଲକ୍ଷ ଟଙ୍କା ବାହାର କରାଯାଇଛି |…

ଆଜି ସର୍ବାଧିକ ୩୯ଶହ ୯୧ ପଜିଟିଭ, ୧୧ ମୃତ

ଆଜି ରାଜ୍ୟରେ ୩୯ ଶହ ୯୧  ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୨୩ ଶହ ୧୫ ଥିବା ବେଳେ ୧୬ ଶହ ୭୬ ସ୍ଥାନୀୟ ସଂକ୍ରମିତ । ସେହିପରି ୨୪ ଘଂଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି ।  ଖୋର୍ଦ୍ଧାରୁ ସର୍ବାଧିକ  ୬୮୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ  ୩୯୨, ପୁରୀରୁ ୩୩୨, ବଲାଙ୍ଗୀରରୁ ୧୮୦,ଅନୁଗୁଳରୁ ୧୧୪, ବରଗଡରୁ ୧୬୯, ଢେଙ୍କାନାଳରୁ ୧୦୧,ଜଗତସିଂହପୁରରୁ ୧୦୯,କେନ୍ଦ୍ରାପଡାରୁ ୧୪୭,କୋରାପୁଟରୁ ୧୨୭,ମୟୁରଭଂଜରୁ ୧୬୦,ନବରଙ୍ଗପୁରରୁ ୧୨୫, ସମ୍ବଲପୁରରୁ ୧୦୪,ଯାଜପୁରରୁ ୧୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୭୪,ଭଦ୍ରକରୁ ୮୨, ବୌଦ୍ଧରୁ ୪୧,ଦେବଗଡରୁ ୧୮, ଗଂଜାମରୁ ୯୫,ଗଜପତିରୁ ୧୮,କେନ୍ଦୁଝରରୁ ୮୧,ସୋନପୁରରୁ ୭୪,ସୁନ୍ଦରଗଡରୁ ୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଲକ୍ଷେ ୩୯ହଜାର  ୧୨୧ରେ ପହଚିଂଛି । ଏଯାଏ…

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ଏନଡିଏ ପ୍ରାର୍ଥୀଙ୍କ ହରିବଂଶଙ୍କ ସପକ୍ଷରେ ସମର୍ଥନ ଲୋଡିଲେ

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ପାଇଁ ସମର୍ଥନ ଲୋଡି ମୁଖ୍ୟମନ୍ତ୍ରୀ ତଥା ବିଜେପି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଫୋନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ଜେଡିୟୁର ହରିବଂଶ ନାରାୟଣ ସିଂ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ନିର୍ବାଚନ ପାର୍ଲାମେଂଟ ଅଧିବେଶନର ପ୍ରଥମ ଦିନରେ ଆସନ୍ତା ୧୪ ତାରିଖରେ ହେବ । ଗତ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବି ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ କରିଥିଲା ବିଜେଡି । ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ରାଜ୍ୟସଭା ସଦସ୍ୟତା ସରିବା ପରେ ଏହି ନିର୍ବାଚନ ହେଉଛି । ଜେଡିୟୁ ପକ୍ଷରୁ ସେ ପୁଣି ଥରେ ଗୃହକୁ ନିର୍ବାଚିତ ହୋଇସାରିଛନ୍ତି । ସଂଖ୍ୟାଦୃଷ୍ଟିରୁ ଉପାଧ୍ୟକ୍ଷ ନିର୍ବାଚନ ଏନଡିଏ ଜିତିବା ଏକପ୍ରକାର ନିଶ୍ଚିତ ଥିବାବେଳେ…

ବାୟୁସେନାରେ ସାମିଲ ହେଲା ‘ବାହୁବଳୀ’

ଆଜିର ଦିନ ଭାରତୀୟ ବାୟୁସେନା ପାଇଁ ଐତିହାସିକ ହୋଇ ରହିବ । କାରଣ ଆନୁଷ୍ଠାନିକ ଭାବେ ଆଜି ଭାରତୀୟ ବାୟୁସେନାରେ ସାମିଲ ହେଲା ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ । ପଂଜାବର ଅମ୍ୱାଲା ଏୟାରବେସ୍ ରେ ବିଶେଷ ପୂଜାର୍ଚନା ପରେ ବାୟୁସେନାରେ ସାମିଲ ହୋଇଛି ବାହୁବଳି ରାଫେଲ୍ । ସମସ୍ତ ଧର୍ମର ପୂଜକଙ୍କ ଦ୍ୱାରା ପୂଜାର୍ଚନା ଓ ମନ୍ତ୍ରପାଠ କରି ରାଫେଲକୁ ବାୟୁସେନାକୁ ହସ୍ତାନ୍ତର କରାଯାଇଥିଲା । ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏବଂ ଫ୍ରାନ୍ସର ରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପର୍ଲେ ଉପସ୍ଥିତ ରହିଥିଲେ । ଭାରତ ଓ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ତଥା ଅଧିକାରୀଙ୍କ ଉପସ୍ଥିତିରେ ସଂପନ୍ନ ହୋଇଥିଲା ସର୍ବଧର୍ମ ପୂଜା । ଭାରତୀୟ ବାୟୁସେନାରେ ରାଫେଲର ସାମିଲ ହେବା ପରେ ଏହାର ବଳ ବଢିବ । ପ୍ରଥମ ପର୍ଯ୍ୟାୟରେ ଫ୍ରାନସ୍ରୁ ଆସିଛି ୫ଟି ରାଫେଲ…