ଆଜି ସର୍ବାଧିକ ୩୯ଶହ ୯୧ ପଜିଟିଭ, ୧୧ ମୃତ

ଆଜି ରାଜ୍ୟରେ ୩୯ ଶହ ୯୧  ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୨୩ ଶହ ୧୫ ଥିବା ବେଳେ ୧୬ ଶହ ୭୬ ସ୍ଥାନୀୟ ସଂକ୍ରମିତ । ସେହିପରି ୨୪ ଘଂଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି ।  ଖୋର୍ଦ୍ଧାରୁ ସର୍ବାଧିକ  ୬୮୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ  ୩୯୨, ପୁରୀରୁ ୩୩୨, ବଲାଙ୍ଗୀରରୁ ୧୮୦,ଅନୁଗୁଳରୁ ୧୧୪, ବରଗଡରୁ ୧୬୯, ଢେଙ୍କାନାଳରୁ ୧୦୧,ଜଗତସିଂହପୁରରୁ ୧୦୯,କେନ୍ଦ୍ରାପଡାରୁ ୧୪୭,କୋରାପୁଟରୁ ୧୨୭,ମୟୁରଭଂଜରୁ ୧୬୦,ନବରଙ୍ଗପୁରରୁ ୧୨୫, ସମ୍ବଲପୁରରୁ ୧୦୪,ଯାଜପୁରରୁ ୧୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ବାଲେଶ୍ୱରରୁ ୭୪,ଭଦ୍ରକରୁ ୮୨, ବୌଦ୍ଧରୁ ୪୧,ଦେବଗଡରୁ ୧୮, ଗଂଜାମରୁ ୯୫,ଗଜପତିରୁ ୧୮,କେନ୍ଦୁଝରରୁ ୮୧,ସୋନପୁରରୁ ୭୪,ସୁନ୍ଦରଗଡରୁ ୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଲକ୍ଷେ ୩୯ହଜାର  ୧୨୧ରେ ପହଚିଂଛି । ଏଯାଏ ଲକ୍ଷେ ୫ ହଜାର ୨୯୫ ଜଣ ସୁସ୍ଥ ହୋଇଥିବା ବେଳେ  ୩୩ ହଜାର ୧୮୨ ସକ୍ରିୟ ସଂକ୍ରମିକ୍ର ସଂଖ୍ୟା ରହିଛି ।

Related posts

Leave a Comment