ଧୋନୀଙ୍କୁ ମିସ୍ କରୁଛନ୍ତି ତାଙ୍କର ସବୁଠାରୁ ବଡ ପ୍ରଶଂସକ

ନୂଆଦିଲ୍ଲୀ ୧୦/୦୯ : କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଆଇପିଏଲ ଆୟୋଜନ ଭାରତ ନ ହୋଇ ୟୁଏଇରେ ହୋଇଛି | କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ଖେଳାଳି ଏଥର ନିଜ ପରିବାରକୁ ସାଙ୍ଗରେ ନେଇ ନାହାନ୍ତି | ଆଇପିଏଲରେ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ ପତ୍ନୀ ସାକ୍ଷୀ ଓ ଝିଅ ଜିଭାକୁ ସାଙ୍ଗରେ ନେଇଯାଆନ୍ତି |

କିନ୍ତୁ ଚଳିତ ବର୍ଷ କରୋନା ଯୋଗୁଁ ପରିବାରକୁ ସାଙ୍ଗରେ ନେଇ ଯାଇନାହାନ୍ତି | ସେଥିପାଇଁ ତାଙ୍କ ଚୁଲବୁଲି ଝିଅ ଜିଭା ତାଙ୍କୁ ବହୁତ ମିସ କରୁଛି | ସୋସିଆଲ ମିଡ଼ିଆରେ ଜିଭାଙ୍କର ଏଜ ଭିଡିଓ ଭାଇରାଲ ହୋଇଛି | ଭିଡିଓରେ ଜିଭାଙ୍କୁ ଧୋନୀଙ୍କ ଏକ ସ୍କେଚ ସହ ଦେଖିବାକୁ ମିଳିଛି |

କିନ୍ତୁ ଚଳିତ ବର୍ଷ କରୋନା ଯୋଗୁଁ ପରିବାରକୁ ସାଙ୍ଗରେ ନେଇ ଯାଇନାହାନ୍ତି | ସେଥିପାଇଁ ତାଙ୍କ ଚୁଲବୁଲି ଝିଅ ଜିଭା ତାଙ୍କୁ ବହୁତ ମିସ କରୁଛି | ସୋସିଆଲ ମିଡ଼ିଆରେ ଜିଭାଙ୍କର ଏଜ ଭିଡିଓ ଭାଇରାଲ ହୋଇଛି |

ଭିଡିଓରେ ଜିଭାଙ୍କୁ ଧୋନୀଙ୍କ ଏକ ସ୍କେଚ ସହ ଦେଖିବାକୁ ମିଳିଛି |ଚେନ୍ନାଇ ସୁପରକିଙ୍ଗସ ଧୋନୀଙ୍କ ଅଧିନାୟକତ୍ୱରେ ୩ଥର ମ୍ୟାଚ ଜିତିଛି | ସିଏସକେ କେବଳ ୩ଥର ଆଇପିଏଲ ଟ୍ରଫି ଜିତିଛି ତାହାନୁହେଁ | ସିଏସକେ ଆଇପିଏଲ ଇତିହାସର ଏକମାତ୍ର ଟିମ ଯିଏ ପ୍ରତିବର୍ଷ ପ୍ଳେଅଫରେ ପହଞ୍ଚେ | ଗତବର୍ଷ ମଧ୍ୟ ଚେନ୍ନାଇ ଫାଇନାଲରେ ପହଞ୍ଚିଥିଲା |

ମୁମ୍ବାଇ ଇଂଡିଆନ୍ସ ସହ ସିଏସକେ ଫାଇନାଲ ମ୍ୟାଚ ଖେଳିଥିଲା | ମୁମ୍ବାଇ ଏକ ରନରେ ଜିତି ଟ୍ରଫି ହାତେଇଥିଲା | ତେବେ ଚଳିତ ବର୍ଷ ସିଏସକେ ପାଇଁ ଟିକିଏ ସମସ୍ୟା ହୋଇପାରେ | ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଓ ସ୍ପିନର ହରଭଜନ ସିଂହ ଆଇପିଏଲ ଖେଳୁନାହାଁନ୍ତି |

 

Related posts

Leave a Comment