ଅକ୍ପିଜେନ୍ ସପ୍ଲାଏ ଉପରେ କଟକଣା ନ ଲଗାଇବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ନିର୍ଦେଶ

ମୁମ୍ବାଇ ୧୧/୦୯: କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୪୫ ଲକ୍ଷ ଟପିଛି। ସଂକ୍ରମିତ ରୋଗୀଙ୍କୁ ନିଶ୍ବାସ-ପ୍ରଶ୍ବାସ ନେବାରେ ସମସ୍ୟା ଦେଖାଦେଉଛି। ଏଭଳି କ୍ଷେତ୍ରରେ ରୋଗୀଙ୍କୁ ଅକ୍ସିଜେନ୍ ସପୋର୍ଟ ଦରକାର ହୁଏ। ଅକ୍ସିଜେନ୍ ସପ୍ଲାଏରେ କୌଣସି ସମସ୍ୟା ନ ଉପୁଜିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନୂଆ ନିର୍ଦେଶ ଜାରି କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ଚିଠି ଲେଖିଛନ୍ତି। ଯେଉଁଥିରେ କୁହାଯାଇଛି ସବୁ ସ୍ଥାନରେ ମେଡିକାଲ ଅକ୍ସିଜେନର ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଉ, ଯେମିତି କରୋନା ରୋଗୀଙ୍କ କୌଣସି ସମସ୍ୟା ଉପୁଜିବ ନାହିଁ। ଏହା ସହ ଅନୁରୋଧ କରାଯାଇଛି ଯେ କୌଣସି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଅକ୍ସିଜେନ୍ ସପ୍ଲାଏ ଉପରେ ଯେମିତି କୌଣସି କଟକଣା ନ ଲଗାଇବେ। ପ୍ରତ୍ୟେକ ରାଜ୍ୟର ଏହା ଦାୟିତ୍ବ ଯେ ଯେମିତି ଜରୁରୀ କୋଭିଡ-୧୯ ରୋଗୀଙ୍‌କୁ…

ଏ ଜନ୍ମରେ ଆଉ ବର୍ଷାଙ୍କ ସହ ରହିବିନି

ଭୁବନେଶ୍ଵର ୧୧।୦୯:  ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବୈବାହିକ ଜୀବନ ମାମଲା ସଂପ୍ରତି ଅଦାଲତରେ ବିଚାରଧୀନ ରହିଛି। ରାଜ୍ୟରେ ଏହି  ହାଇପ୍ରୋଫାଇଲ ଯୋଡିଙ୍କ ବିବାଦ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ମଧ୍ୟ ଖୋରାକ ଯୋଗାଇଛି। ଏହା ମଧ୍ୟରେ ଅନୁଭବ ମହାନ୍ତି ଟ୍ଵିଟ୍‌ କରି ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଏ ଜନ୍ମରେ ବର୍ଷାଙ୍କ ସହ ଆଉ ରହବିନି। ଅର୍ଥ ଖର୍ଚ୍ଚ କରି ମୋତେ ବଦନାମ କରାଯାଉଛି। ଅନୁଭବଙ୍କ ଘରକୁ ମାନବାଧିକାର କର୍ମୀ ସଦସ୍ୟ ଯିବା ପ୍ରସଙ୍ଗରେ ଅନୁଭବ ଟ୍ଵିଟ୍ କରି କହିଛନ୍ତି ବର୍ଷାଙ୍କ ସହ ଏ ଜନ୍ମରେ ମୋର ଆଉ ରହିବାର ନାହିଁ। ବର୍ଷାକୁ ମୁଁ କିମ୍ବା ମୋ ପରିବାର ଆଦୌ ଗ୍ରହଣ କରିବୁ ନାହିଁ। ମୋତେ ଓ ମୋ ପରିବାରକୁ ମାରି ଦେବାକୁ ଚାହୁଁଥିବା ଝିଅକୁ ଗ୍ରହଣ କରିବୁନି।…