ମାଇକ୍ରୋସପ୍ଟ ନୁହେଁ, ଏବେ ‘ଟିକ୍-ଟକ୍’ର ଆମେରିକୀୟ ବ୍ୟବସାୟ କିଣିବ ଓରାକଲ୍

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ଏବେ ଚାଇନିଜ୍ ସର୍ଟ ଭିଡିଓ ଆପ୍ ଟିକ୍-ଟକ୍ କିଣିବ ନାହିଁ | ଆମେରିକାର କମ୍ପାନି ମାଇକ୍ରୋସଫ୍ଟ କହିଛି ଯେ, ଟିକ୍-ଟକର ପ୍ୟାରେଣ୍ଟ୍ କମ୍ପାନି ବାଇଟ୍ ଡାନ୍ସ ମାଇକ୍ରୋସଫ୍ଟର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ତେବେ ମାଇକ୍ରୋସଫ୍ଟକୁ ଛାଡ଼ି ଏବେ ବାଇଟ୍ ଡାନ୍ସ ଆମେରିକାର ଓରାକଲ୍ କମ୍ପାନିକୁ ଟିକ୍-ଟକ୍ ବିକ୍ରି କରିବାକୁ ଚିନ୍ତା କରୁଥିବା ସାମ୍ନାକୁ ଆସିଛି। ସୂଚନା ମୁତାବକ, ବାଇଟ୍ ଡାନ୍ସକୁ ଟିକ୍-ଟକର ଆମେରିକୀୟ ବ୍ୟବସାୟ ବିକ୍ରୟ କରିବାକୁ ରାଷ୍ଟ୍ରପତି ଟ୍ରମ୍ପ ୧୦୦ଦିନ ସମୟ ଦେଇଥିବା ବେଳେ ଏହି ସମୟ ମଧ୍ୟରେ ବିକ୍ରି ନହେଲେ ଆମେରିକାରେ ଟିକ୍-ଟକ୍ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି କହିଥିଲେ ରାଷ୍ଟ୍ରପତି ଟ୍ରମ୍ପ। ତେବେ ପ୍ରଥମେ ମାଇକ୍ରୋସଫ୍ଟ ଟିକ୍-ଟକକୁ କିଣିବା ନେଇ ଖବର ମିଳୁଥିବା ବେଳେ ଏବେ ବାଇଟ୍ ଡାନ୍ସ ଓରାକିଲକୁ ଟିକ୍-ଟକ୍ ବିକ୍ରି କରିବା ପାଇଁ ଚିନ୍ତା କରୁଥିବା ଜଣା ପଡ଼ିଛି।…

ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ

ଭୁବନେଶ୍ବର: ରବିବାର ଦିନ ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଓ ମଞ୍ଚ ଅଭିନେତା ଅଜିତ ଦାସଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ‌ପ୍ଟେମ୍ବର ୧ ତାରିଖ ଦିନ  ସେ କୋଭିଡ୍-୧୯ ପଜିଟିଭ୍ ଥିବା ଜଣାପଡ଼ିବା ପରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କିନ୍ତୁ, ଡାକ୍ତରଖାନା ତରଫରୁ ତାଙ୍କ ମୃତ୍ୟୁର କାରଣ ଘୋଷଣା କରାଯାଇନାହିଁ। ‘ନ୍ୟାସ୍‌ନାଲ୍ ସ୍କୁଲ୍ ଅଫ୍ ଡ୍ରାମା’ରୁ ଅଭିନୟରେ ଡିପ୍ଲୋମା ହାସଲ କରିବା ପରେ ୧୯୭୬ ମସିହାରେ ପ୍ରଥମେ ‘ସିନ୍ଦୂର ବିନ୍ଦୁ’ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଏଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। ଏହାପରେ ସେ ‘ଅଭିମାନ’, ‘ଗୌରୀ’, ବଳିଦାନ’, ‘ଗୋଲାମଗିରି’, ‘ଏ ନୁହେଁ କାହାଣୀ’, ‘ଫୁଲଚନ୍ଦନ’, ‘ହାକିମବାବୁ’, ‘ସହରୀବାଘ’, ‘ମମତାର ଡୋରି’, ‘ଏଇ ତ ଦୁନିଆ’, ‘ତୁଣ୍ଡବାଇଦ’, ‘ମୁଁ ତୁମେ ଓ…

ଚୀନର ଅନଲାଇନ ଗୁଇନ୍ଦାଗିରି : ଟାର୍ଗେଟରେ ରାଷ୍ଟ୍ରପତିଙ୍କ ଠାରୁ ପ୍ରଧାନମନ୍ତ୍ରୀଙ୍କ ସମେତ ୧୦ ହଜାର ଭାରତୀୟଙ୍କ ନାଁ

ନୂଆଦିଲ୍ଲୀ ୧୪।୦୯: ଭାରତ ଓ ଚୀନ୍‌ ମଧ୍ୟରେ ଲଦାଖ ସୀମାରେ ଉତ୍ତେଜନା ଲାଗିରହିଛି । ସୀମାରେ ଅଘୋଷିତ ଯୁଦ୍ଧ ପରିସ୍ଥିତି ଦେଖାଦେଇଛି । ସୀମାରେ ପରିସ୍ଥିତିକୁ ଗୋଲମାଳିଆ କରିବା ପାଇଁ ଚୀନ୍‌ ଅନେକ କୁଚକ୍ରାନ୍ତ କରିଚାଲିଛି । କିନ୍ତୁ ଏହି ସବୁ ଭିତରେ ଚୀନ୍‌ର ଆଉ ଏକ କଳାକାରନାମା ଧରାପଡିଛି । ଚୀନ୍‌ ନିଜ ଦେଶର କିଛି ବୈଷୟିକ କମ୍ପାନୀମାନଙ୍କ ମାଧ୍ୟମରେ ଭାରତରେ ଗୁଇନ୍ଦା ଗିରି ଆରମ୍ଭ କରିଛି । ଏହି ଗୁଇନ୍ଦା ତାଲିକାରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀ ପର୍ଯ୍ୟନ୍ତ ରହିଛନ୍ତି । ସେହିପରି ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ସେନା ଅଫିସର, ବଡ ବଡ଼ ଉଦ୍ୟୋଗପତିଙ୍କ ଟାର୍ଗେଟ କରିଯାଇଛି । ଏହି ଗୁଇନ୍ଦା ଗିରି ଖବର ସେତିକିବେଳେ ସାମ୍ନାକୁ ଆସିଛି , ଯେତେବେଳେ ଅନେକ ଚୀନ୍‌ କମ୍ପାନୀ ଓ ଆପ୍‌ ଉପରେ ଭାରତ…

ବଜାରରେ ବିକ୍ରି ହେବ କଙ୍ଗନା ପ୍ରିଣ୍ଟ୍‌ ଶାଢ଼ି, ସମର୍ଥନରେ ବ୍ୟବସାୟୀ

ମୁମ୍ବାଇ ୧୩/୦୯: ମହାରାଷ୍ଟ୍ର ସରକାର ଓ କଙ୍ଗନାଙ୍କ ବାକଯୁଦ୍ଧ ଜାରି ରହିଛି। ଏବେ ବି ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଏପରିକି ବିଏମସି କଙ୍ଗନାଙ୍କ ଅଫିସକୁ ଭଙ୍ଗାରୁଜା କରିଥିଲା। ଏହି ଘଟଣା ପରେ ଅନେକ କଙ୍ଗନାଙ୍କ ସମର୍ଥନରେ ବାହାରି ଥିଲେ। ଏପରିକି ତାଙ୍କ ସମର୍ଥନରେ ଶାଢ଼ି ବ୍ୟବସାୟୀ ଆଗକୁ ଆସିଛନ୍ତି। ସୁରଟର ଏକ ଶାଢ଼ି ବ୍ୟବସାୟୀ କଙ୍ଗନାଙ୍କୁ ସପୋର୍ଟ କରିବାକୁ ଯାଇ ତାଙ୍କ ଫିଲ୍କ ମଣିକଣ୍ଣିର୍ର୍କାଙ୍କ ପୋଷ୍ଟରକୁ ବ୍ୟବହାର କରିଛନ୍ତି। ଶାଢ଼ିର ଆଞ୍ଚଲାରେ ଇଂରାଜି ଲେଖାଯାଇଛି i support kangana ranaut। ବ୍ୟବସାୟୀ ପୁରୁଷୋତ୍ତମ ଝୁନଝୁନ୍ ଓ୍ବାଲା ଓରଫ୍ ଛୋଟୁ କହିଛନ୍ତି ପୂରା ଦେଶ ଦେଖୁଛି ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ କିପରି ହଇରାଣ କରାଯାଉଛି। ତାଙ୍କ କାମ ମହିଳାଙ୍କ ପାଇଁ ଶାଢ଼ି ତିଆରି କରିବା ଓ ବିକ୍ରି କରିବା। ଏଣୁ କଙ୍ଗନାଙ୍କୁ ସମର୍ଥନ କରିବା ଦରକାର ବୋଲି ସେ…

ଅଧିକ କଳା ଲୁଣ ଖାଉଛନ୍ତି କି? ସାବଧାନ,ହୋଇପାରେ ଏହି ସବୁ ମାରାତ୍ମକ ରୋଗ

କଳା ଲୁଣ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଏହା ଅଧିକ ସେବନ କରିବା ଦ୍ବାରା ଶରୀରକୁ କ୍ଷତି ପହଞ୍ଚିଥାଏ। ଅନେକ ରୋଗରୁ ସୁରକ୍ଷିତ ରହିବା ପାଇଁ କଳା ଲୁଣ ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ କିନ୍ତୁ ଏହାର ସେବନ ସୀମିତ ମାତ୍ରାରେ କରିବା ଉଚିତ୍। କଳା ଲୁଣ ଅଧିକ ସେବନ କରିବା ଦ୍ବାରା ଉଚ୍ଚ ରକ୍ତଚାପ ସମସ୍ୟା ହୋଇପାରେ। ଉଚ୍ଚ ରକ୍ତଚାପ ରୋଗୀଙ୍କୁ ସୀମିତ ମାତ୍ରାରେ କଳା ଲୁଣ ସେବନ କରିବା ଉଚିତ୍।କଳା ଲୁଣ ଅଧିକ ସେବନ କରିବା ଦ୍ବାରା ହୃଦ ରୋଗ ସମ୍ବନ୍ଧିତ ସମସ୍ୟା ହୋଇପାରେ। ହୃଦରୋଗୀଙ୍କୁ ସୀମିତ ମାତ୍ରାରେ କଳା ଲୁଣ ସେବନ କରିବା ଉଚିତ୍।କଳା ଲୁଣ ଅଧିକ ସେବନ କରିବା ଦ୍ବାରା ଷ୍ଟୋନ୍ ସମସ୍ୟା ହୋଇପାରେ। କଳା ଲୁଣରେ ସୋଡିୟମ ଅଧିକ ମାତ୍ରାରେ ଥାଏ ଯାହା ଫଳରେ ଶରୀରରେ କ୍ରିଷ୍ଟାଲ୍ ଅଧିକ…

ରାଜ୍ୟରେ ରେକର୍ଡ ସଂଖ୍ୟକ ୪୧୯୮ କରୋନା ସଂକ୍ରମିତ, ୧୫୫୦୦୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର ୧୪।୦୯: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୧୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୫୦୦୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୭୬ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୭୨୨ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୦୮ଜଣ , ବାଲେଶ୍ୱର ଜିଲ୍ଲାରୁ ୧୩୦ଜଣ, ଭଦ୍ରକ ଜିଲ୍ଲାରୁ ୯୫ଜଣ, ଭଦ୍ରକ ଜିଲ୍ଲାରୁ ୫୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୯୭ଜଣ, ବୌଦ୍ଧ ଜିଲ୍ଲାରୁ ୧୯ଜଣ, କଟକ ଜିଲ୍ଲାରୁ ୩୬୭ଜଣ, ଦେଓଗଡ଼ ଜିଲ୍ଲାରୁ ୩୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୦ଜଣ,…

ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି, ୨୪ ଘଣ୍ଟାରେ ବିଭିନ୍ନ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର ୧୪।୦୯: ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି । ଆନ୍ଧ୍ରପ୍ରଦେଶ ତଟବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ଉପକୂଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।  ଏହା ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଅଧିକ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ କୋରାପୁଟ, ମାଲକାନଗିରି, ଗଜପତି, ରାୟାଗଡା, ନବରଙ୍ଗପୁର ଏବଂ କନ୍ଧମାଳ, କାଳାହାଣ୍ଡି, ଗଞ୍ଜାମ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକା ଏବଂ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି।  ଏଥିସହ କୋରାପୁଟ, ମାଲକାନଗିରି, ରାୟଗଡା, କାଲାହାଣ୍ଡି, ଗଜପତି, ନବରଙ୍ଗପୁର ଜିଲ୍ଲାର ଏକ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହଛି । ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲା ପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ…

ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ୧୫୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ

ଭୁବନେଶ୍ୱର ୧୪।୦୯: ଆଜିଠୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ପରୀକ୍ଷା ଆଜିଠୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୪ରେ ଶେଷ ହେବ । ପରୀକ୍ଷା ଦେବେ ମୋଟ ୩୫ ହଜାର ୫୮୮ ଛାତ୍ରଛାତ୍ରୀ । ମାଟ୍ରିକ ସପ୍ଲିମେଣ୍ଟାରୀ ପାଇଁ ୧୫୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ଓପନ୍ ପରୀକ୍ଷା ପାଇଁ ୮୮ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ମାଧ୍ୟମିକ ଶିକ୍ଷା ପରିଷଦ ସମ୍ପାଦକ ସୂଚନା ଦେଇଛନ୍ତି । ୨୨ହଜାର ୬ଶହ ୪୯ଜଣ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଉଥିବା ବେଳେ ୧୨ହଜାର ୯ଶହ ୩୯ଜଣ ପରୀକ୍ଷାର୍ଥୀ ଓପନ୍ ସ୍କୁଲ ପରୀକ୍ଷା ଦେବେ । ଚଳିତ ବର୍ଷ ଶହେ ମାର୍କ ବଦଳରେ ପ୍ରତି ବିଷୟରେ ୮୦ ନମ୍ବରର ପରୀକ୍ଷା କରାଯିବ । ପୂର୍ବାହ୍ନ ୧୦ଟା ବେଳେ ପରୀକ୍ଷା ଆରମ୍ଭ ହେବ । କୋଭିଡ-19 ଗାଇଡ଼ଲାଇନ ସମ୍ପୂର୍ଣ୍ଣ ଭାବେ ପାଳନ…

JNUର ପୂର୍ବତନ ଛାତ୍ରନେତା ଉମର ଖାଲିଦ ଗିରଫ

ନୂଆଦିଲ୍ଲୀ ୧୪।୦୯:  ଦିଲ୍ଲୀ ହିଂସା ଘଟଣାରେ JNUର ପୂର୍ବତନ ଛାତ୍ରନେତା ଉମର ଖାଲିଦ ଗିରଫ । ଗତ ଫେବୃଆରୀ ମାସରେ ହୋଇଥିବା ଦିଲ୍ଲୀ ହିଂସା ଘଟଣାରେ ଉମର ଖାଲିଦ ଗିରଫ ହୋଇଛନ୍ତି। ଦିଲ୍ଲା ସ୍ପେଶାଲ୍‌ ସେଲ୍‌ ପକ୍ଷରୁ ଉମର ଖାଲିଦଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ହିଂସାରେ ଲୋକଙ୍କୁ ଉତ୍ତେଜିତ କରିବା ଓ ଭଙ୍ଗାରୁଜା ଘଟଣାରେ ଉମରଙ୍କୁ ଗିରଫ କରାଯାଇଛି। ୟୁଏପିଏ ଧାରାରେ ଖଲିଦଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ମାରାଥନ ଜେରା ପରେ ରାତି ଅଧରେ ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ । ହିଂସା ପାଇଁ ଷଡଯନ୍ତ୍ର କରିଥିବା ପ୍ରମାଣ ମିଳିବା ପରେ ଗିରଫ କରିଥିବା ପୋଲିସ ଦାବି କରିଛି । ସୂଚନା ଅନୁସାରେ ସମନ ପଠାଇ ତାଙ୍କୁ ପଚରାଉଚରା କରିବା ପାଇଁ ଡାକିଥିଲା ପୋଲିସ୍ । ଏବଂ ପ୍ରାୟ ୧୧…

ସଂସଦର ମୌସୁମୀ ଅଧିବେଶନ: ଆଜି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ; ଏନ୍‌ଡିଏ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ ଦେଇପାରେ ବିଜେଡି

ଆଜିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ବିଜୁ ଜନତା ଦଳ କେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ସେ ନେଇ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ। ତେବେ ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏନ୍ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ବିଜେଡିର ସମର୍ଥନ ମିଳିବା ନେଇ ଦଳ ସଭାପତି ନବୀନ ପଟ୍ଟନାୟକ ଏକ ପ୍ରକାର ସବୁଜ ସଙ୍କେତ ଦେଇଛନ୍ତି। ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇଆସିଛି। ୨୦୧୮ରେ ବି ଏନ୍ଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଥିଲା।ଏଥରକ ବି ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀ ଶ୍ରୀ ସିଂହଙ୍କୁ ସମର୍ଥନ କରିବ ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି। ୨୪୫ ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ ୨୩୩ ଜଣ…