ବଜାରରେ ବିକ୍ରି ହେବ କଙ୍ଗନା ପ୍ରିଣ୍ଟ୍‌ ଶାଢ଼ି, ସମର୍ଥନରେ ବ୍ୟବସାୟୀ

ମୁମ୍ବାଇ ୧୩/୦୯: ମହାରାଷ୍ଟ୍ର ସରକାର ଓ କଙ୍ଗନାଙ୍କ ବାକଯୁଦ୍ଧ ଜାରି ରହିଛି। ଏବେ ବି ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଏପରିକି ବିଏମସି କଙ୍ଗନାଙ୍କ ଅଫିସକୁ ଭଙ୍ଗାରୁଜା କରିଥିଲା। ଏହି ଘଟଣା ପରେ ଅନେକ କଙ୍ଗନାଙ୍କ ସମର୍ଥନରେ ବାହାରି ଥିଲେ। ଏପରିକି ତାଙ୍କ ସମର୍ଥନରେ ଶାଢ଼ି ବ୍ୟବସାୟୀ ଆଗକୁ ଆସିଛନ୍ତି। ସୁରଟର ଏକ ଶାଢ଼ି ବ୍ୟବସାୟୀ କଙ୍ଗନାଙ୍କୁ ସପୋର୍ଟ କରିବାକୁ ଯାଇ ତାଙ୍କ ଫିଲ୍କ ମଣିକଣ୍ଣିର୍ର୍କାଙ୍କ ପୋଷ୍ଟରକୁ ବ୍ୟବହାର କରିଛନ୍ତି। ଶାଢ଼ିର ଆଞ୍ଚଲାରେ ଇଂରାଜି ଲେଖାଯାଇଛି i support kangana ranaut।

ବ୍ୟବସାୟୀ ପୁରୁଷୋତ୍ତମ ଝୁନଝୁନ୍ ଓ୍ବାଲା ଓରଫ୍ ଛୋଟୁ କହିଛନ୍ତି ପୂରା ଦେଶ ଦେଖୁଛି ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ କିପରି ହଇରାଣ କରାଯାଉଛି। ତାଙ୍କ କାମ ମହିଳାଙ୍କ ପାଇଁ ଶାଢ଼ି ତିଆରି କରିବା ଓ ବିକ୍ରି କରିବା। ଏଣୁ କଙ୍ଗନାଙ୍କୁ ସମର୍ଥନ କରିବା ଦରକାର ବୋଲି ସେ କହିଛନ୍ତି। ସେଥିପାଇଁ ତାଙ୍କୁ ସମର୍ଥନ କରିବାକୁ ଯାଇ ଶାଢ଼ିରେ ତାଙ୍କ ଫଟୋକୁ ଛପାଯାଇଛି।

ଗତକାଲି ଶାଢ଼ି ତିଆରି ଶେଷ ହୋଇଛି। କିଛି ଦିନ ଭିତରେ ଗ୍ରାହକଙ୍କ ଠାରେ ଏହାର ଚାହିଦା ବଢ଼ିବା ନେଇ ଦୋକାନୀ ଆଶା ପ୍ରକାଶ କରିଛନ୍ତି। ତେବେ ମାର୍କେଠରେ କେତେ ଖଣ୍ଡ ବିକ୍ରି ହେବ କି ନାହିଁ ତାହା ସମୟ କହିବ ବୋଲି ଛୋଟୁ କହିଛନ୍ତି।

Related posts

Leave a Comment