ପଶ୍ଚିମବଙ୍ଗ: ବ୍ରାହ୍ଣଣ ପୂଜାରୀଙ୍କ ଲାଗି ମାସିକ ଭତ୍ତା ଓ ମାଗଣା ଗୃହ ଘୋଷଣା କଲେ ମମତା ବାନାର୍ଜୀ

କୋଲକାତା ୧୪।୯:  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ଗରିବ ସନାତନ ବ୍ରାହ୍ମଣ ପୂଜାରୀଙ୍କ ଲାଗି ସୋମବାର ମାସିକ ଭତ୍ତା ଓ ମାଗଣା ଗୃହ ପ୍ରଦାନ ଲାଗି ଘୋଷଣା କରିଛନ୍ତି। ଏଥିରେ ଗରିବ ବ୍ରାହ୍ମଣଙ୍କ ଲାଗି ମାସିକ ୧ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହୟତା ରହିଛି। ୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ତେବେ ତା ପୂର୍ବରୁ ମମତାଙ୍କ ଏପରି ଘୋଷଣାକୁ ରାଜ୍ୟରେ ସଂଖ୍ୟାଲଘୁ ତୁଷ୍ଟିକରଣର ଖଣ୍ଡନ ବୋଲି କୁହାଯାଉଛି। ହିନ୍ଦୀ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ପୂର୍ବରୁ କୋଲାଘାଟରେ ଆକାଡେମୀ ସ୍ଥାପନା ଲାଗି ସନାତନ ବ୍ରାହ୍ମଣମାନଙ୍କୁ ଏକ ଭୂମି ପ୍ରଦାନ କରିଥିବା କହିଛନ୍ତି। ସବୁ ବ୍ରାହ୍ମଣ ସମ୍ପନ୍ନ ନୁହନ୍ତି ବୋଲି କହିଛନ୍ତି ମମତା। ତେବେ ଏଭଳି ଲୋକଙ୍କ ଆର୍ଥିକ ଓ ସାମାଜିକ ଉତ୍ଥାନ ଏବେ ସରକାରଙ୍କର ପ୍ରାଥମିକତା ହେବ ବୋଲି…

ବଲିଉଡ୍‌ରେ ଡ୍ରଗ୍ସ କନେକ୍ସନ୍‌ର ବଡ ଖୁଲାସା: ରିୟାଙ୍କୁ ଅନେକଥର ଡ୍ରଗ୍ସ ଦେଇଛନ୍ତି ସାରା ଅଲି ଖାନ୍

ମୁମ୍ବାଇ ୧୪/୦୯ : ରିୟା ଚକ୍ରବର୍ତୀ ଓ ଡ୍ରଗ୍ସ ମାମଲାରେ ବଡ ଖବର ସାମ୍ନାକୁ ଆସିଛି । ରିୟା ଅନେକଥର ସାରା ଅଲି ଖାନଙ୍କ ଠାରୁ ଡ୍ରଗ୍ସ ନେଇଥିବା ଜଣାପଡିଛି । ସାରା ମଧ୍ୟ ଅନେକଥର ରିୟାଙ୍କ ଠାରୁ ଡ୍ରଗ୍ସ ନେଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ସାରା ଅଲି ଖାନ ଜଣେ ହାଇ ପ୍ରୋଫାଇଲ ଡ୍ରଗ୍ସ ପେଡ଼ଲର ସମ୍ପର୍କରେ ଥିଲେ, ଯାହାକୁ ଏନସିବି ଖୋଜୁଛି । ସାରାଙ୍କ ଠାରୁ ଡ୍ରଗ୍ସ ନେଇ ରିୟା ସୁଶାନ୍ତଙ୍କ ପାଖକୁ ପହଞ୍ଚାଉଥିଲେ । ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଏନ୍‌ସିବି ଆଉ ୬ଜଣଙ୍କୁ ଗିରଫ କରିଛି । ଡ୍ରଗ୍ସ ମାମଲାରେ ଏନସିବି ଏବେ ସୁଦ୍ଧା ୧୬ଜଣଙ୍କୁ ଗିରଫ କରିସାରିଛି । ଜଣେ ଅଧିକାରୀ କହିଛନ୍ତି ଯେ, ୬ ଅଭିଯୁକ୍ତ କରମଜିତ ସିଂହ,…

‘କଙ୍ଗନା ରଣଓ୍ବତ ଯଦି ଲକ୍ଷ୍ମୀବାଈ ତାହେଲେ ଏମାନେ କ’ଣ ଅଶୋକ,ମଙ୍ଗଲ ପାଣ୍ଡେ ଆକବର ଆଉ ମୋଦି ? ପ୍ରକାଶ ରାଜଙ୍କ ଟ୍ବିଟକୁ ନେଇ ଝଡ଼

ମୁମ୍ବାଇ ୧୪/୯: ବଲିଉଡ ଅଭିନେତ୍ରୀ କଙ୍ଗନା ରଣଓ୍ବତ ଏବଂ ଶିବସେନାର ନେତୃତ୍ବ କରୁଥିବା ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ବିଏମସି ତାଙ୍କ ଅଫିସରେ ଭଙ୍ଗାରୁଜା କରିବା ପରେ ହିଁ କଙ୍ଗନା ରଣଓ୍ବତ,ଉଦ୍ଧବ ଠାକରେଙ୍କ ପ୍ରତି ଆକ୍ରମଣାତ୍ମକ ହୋଇଛନ୍ତି। ଅନ୍ୟପଟେ ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ କଙ୍ଗନାଙ୍କୁ ଟାର୍ଗେଟ୍ କରିଛନ୍ତି। ଏହି ସମୟରେ କଙ୍ଗନା ରଣଓ୍ବତଙ୍କୁ ନେଇ ସାଉଥର ସୁପରଷ୍ଟାର ଏବଂ ବଲିଉଡ ଅଭିନେତା ପ୍ରକାଶ ରାଜ ଏକ ଟ୍ବିଟ୍ କରିଛନ୍ତି ଯାହା ଖୁବ୍ ଭାଇରାଲ୍ ହେଉଛି। ପ୍ରକାଶ ରାଜ ,କଙ୍ଗନା ରଣଓ୍ବତଙ୍କୁ ପରିହାସ କରି ଏକ ମିମକୁ ନିଜ ଟ୍ବିଟର ହାଣ୍ଡଲରେ ସେୟାର କରିଛନ୍ତି। ମିମରେ କଙ୍ଗନା ରଣଓ୍ବତ ସମେତ ଶାହରୁଖ ଖାନ୍,ଦୀପିକା ପାଦୁକୋଣ,ହ୍ରିତିକ ରୋଶନ ଭଳି ସେଲିବ୍ରିଟି ନଜର ଆସିଛନ୍ତି। ଏହି ମିମକୁ ପୋଷ୍ଟ କରି ପ୍ରକାଶ ରାଜ ଲେଖିଛନ୍ତି- ଯଦି…

ଆସୁଛି ଆଉ ଏକ ଲଘୁଚାପ, ୨୧ ତାରିଖରୁ ବିଭିନ୍ନସ୍ଥାନରେ ବର୍ଷା

ଭୁବନେଶ୍ୱର ୧୫।୦୯: ରାଜ୍ୟରେ ଏବେ ୩-୪ ଦିନ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଆଗକୁ ମଧ୍ୟ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । କିନ୍ତୁ ଆସନ୍ତା ୧୭ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ଯାହା ୧୯ ତାରିଖରେ ଲଘୁଚାପରେ ପରିଣତ ହେବ । ଫଳରେ ଉତ୍ତର ଓଡ଼ିଶାରେ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । କୃଷିପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ଗତ ୧୩ ତାରିଖରେ ଲଘୁଚାପ ସୃଷ୍ଟି ହୋଇଥିବା ସ୍ଥାନରେ ୧୭ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଯାହା ୧୯ ତାରିଖରେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ। ଲଘୁଚାପରେ ପରିଣତ ହେବା ପରେ ଏହା ସ୍ଥଳ ଭାଗକୁ ନଯାଇ ପୂର୍ବ…

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଆସିପାରେ ୩ରୁ ଅଧିକ ପ୍ରସ୍ତାବ

ଭୁବନେଶ୍ୱର ୧୫।୦୯: ଆଜି ରାଜ୍ୟ କ୍ୟାବିନେଟ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବୈଠକରେ ୩ଟିରୁ ଅଧିକ ପ୍ରସ୍ତାବ ଆସିପାରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ। ପୂର୍ବାହ୍ନ ୧୧ଟା ୩୦ରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍  ବୈଠକରେ ୩ଟିରୁ ଅଧିକ ପ୍ରସ୍ତାବ ଆସିପାରେ। ଜିଏସ୍ ଟି ଆଇନ ସଂଶୋଧନ ସମ୍ପର୍କିତ ଅଧ୍ୟାଦେଶ ବିଲ୍ କୁ କ୍ୟାବିନେଟ୍  ଅନୁମୋଦନ ପାଇଁ ଅର୍ଥ ବିଭାଗର ପ୍ରସ୍ତାବ ରହିଛି। ଏହାସହିତ ଉଚ୍ଚଶିକ୍ଷା ବିଭାଗର ଗୋଟିଏ ପ୍ରସ୍ତାବ ରହିଛି। ସେହିପରି ସର୍ବସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ପ୍ରକଳ୍ପ ନିର୍ମାଣ ପାଇଁ ଆହ୍ବାନ ହୋଇଥିବା ଟେଣ୍ଡରକୁ ମଞ୍ଜୁରି ମିଳିବ ବୋଲି ଜଣାପଡ଼ିଛି ।

ନିଖୋଜର ୩ ଦିନ ପରେ ମିଳିଲା ଠିକାଦାରଙ୍କ ମୃତଦେହ

ଜଗତସିଂହପୁର ୧୫।୦୯: ତିନି ଦିନ ପରେ ମିଳିଲା ନିଖୋଜ ଠିକାଦାର ମନୋରଞ୍ଜନ ରାଉତଙ୍କ ମୃତ ଦେହ । ଜଗତସିଂହପୁର ମୂଷାଡିଆ ନିକଟସ୍ଥ ମହାନଦୀରୁ ଉଦ୍ଧାର ହେଲା ମୃତ ଦେହ । ଗତ ୧୨ ତାରିଖ ଦିନ ଅଳସୁଧାନିପୁର ଗାଁର ଠିକାଦାର ମନୋରଞ୍ଜନ ରାଉତ ତାରପୁର ନିକଟରେ ନଦୀ ପଠାରେ ସ୍କୁଟି ସହ ଏକ ସୁଇସାଇଡ଼ ନୋଟ ରଖି ନଦୀକୁ ଡେଇଁ ନିଖୋଜ ହୋଇ ଯାଇଥିଲେ । ସୁଇସାଇଡ଼ ନୋଟରେ ତାଙ୍କ ମୃତ୍ୟୁ ପାଇଁ ୩ ଜଣ ବ୍ୟକ୍ତିଙ୍କୁ ଦାୟୀ କରିଥିଲେ । ତିନି ଜଣ ଯୁବକ ବୀର ବଲ୍ଲଭପୁରର ସ୍ମୃତି ରଂଜନ ରାଉଳ,  ଅଳସୁଧା ଗାଁର ତ୍ରିଲୋଚନ ସ୍ବାଇଁ ଓ ନିପୁର ଗାଁର ସୁଧୀର ସାହାଣୀ ଠିକାଦାରୀ କାମ କରିବା ପାଇଁ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ଧାର ନେଇଥିଲେ । ତେବେ ଗତ ୧୦…

ଘୁଞ୍ଚିଲା UGC-NET ପରୀକ୍ଷା

ଭୁବନେଶ୍ୱର ୧୫।୦୯: ଘୁଞ୍ଚିଲା UGC-NET ପରୀକ୍ଷା । ସେପ୍ଟେମ୍ବର ୧୬ରେ ହେବାକୁ ଥିବା UGC-NET ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ବିଜ୍ଞପ୍ତି ଜାରି କରିଛି ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା NTA । ପରବର୍ତ୍ତୀ ପରୀକ୍ଷା ତାରିଖ ସ୍ଥିର ହେଲେ ଆଡମିଟ୍ କାର୍ଡ଼ ବିବରଣୀ ugc.nta.nic.inରେ ଉପଲବ୍ଧ ହେବ । ସେହିଭଳି ସେପ୍ଟେମ୍ବର ୧୬, ୧୭, ୨୨ ଓ ୨୩ରେ NTAର ଅନ୍ୟାନ୍ୟ ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି । ଏହି ସବୁ ପରୀକ୍ଷା ବାବଦରେ ମଧ୍ୟ NTA  ବିଜ୍ଞପ୍ତି ପ୍ରକାଶ କରିବ ବୋଲି କୁହାଯାଇଛି । ସାରା ଦେଶରେ କରୋନା ପରିସ୍ଥିତିକୁ ଦେଖି ପରୀକ୍ଷା ଘୁଞ୍ଚାଇବାକୁ ପୂର୍ବରୁ ଦାବି ହୋଇ ଆସୁଥିଲା ।

ରାଜଧାନୀ ରାସ୍ତାରେ ମାତାଲ୍‌ ଯୁବତୀଙ୍କ ହଙ୍ଗାମା : ପିସିଆର୍‌ ଆସି ୨ଯୁବତୀଙ୍କ ସହ ଅଟୋ ଚାଳକଙ୍କୁ ଉଠାଇନେଲା

ଭୁବନେଶ୍ୱର ୧୫।୦୯: ଚାରିଆଡେ କରୋନା ପାଇଁ କଟକଣା ଜାରି ରହିଛି । କିନ୍ତୁ ଏହି କଟକଣାରେ ସବୁଠୁ ବିବାଦୀୟ ବ୍ୟବସାୟ ଉପରେ ଲାଗୁପାରୁନି ରୋକ୍‌ । ଯେତେ କଟକଣା ସତ୍ତ୍ୱେ ବି ଚୋରାରେ ଚାଲିଛି କାରବାର । ତେବେ ଗତକାଲି ବିଳମ୍ବିତ ରାତିରେ ଏକ ଘଟଣା ପୁରା ଚହଲ ସୃଷ୍ଟି କରିଦେଇଛି। ୨ଜଣ ଯୁବତୀ ଜଣେ ଯୁବକଙ୍କୁ ଗାଳି ଗୁଲଜ ସହ ନିସ୍ତୁକ ମାଡ ମାରୁଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା । ଯୁବତୀ ୨ଜଣ କଲ୍‌ ଗାର୍ଲ ହୋଇଥିବା ସୂଚନା ରହିଛି । ତେଣୁ ମାଡ ଖାଇଥିବା ଯୁବକଜଣଙ୍କ ତାଙ୍କ ଗ୍ରାହକ ଥିଲେ । ଉଭୟଙ୍କ ମଧ୍ୟରେ ଟଙ୍କା ପଇସା ନେଣଦେଣକୁ ନେଇ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି । କିନ୍ତୁ ପରେ ଘଟଣାକୁ ଅନ୍ୟ ରୂପ ଦେବାକୁ…

ପିପିଲି ବିଧାୟକ ପ୍ରଦୀପ ମହାରଥୀ କରୋନା ପଜିଟିଭ

ଭୁବନେଶ୍ୱର ୧୫।୦୯: ରାଜ୍ୟରେ ଆଉ ଜଣେ ବିଧାୟକ କରୋନା ପଜିଟିଭ । ପିପିଲ ବିଧାୟକ ପ୍ରଦୀପ ମହାରଥୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ସୋସିଆଲ୍‌ ମିଡିଆ ଜରିଆରେ ସୂଚନା ଦେଇଛନ୍ତି । ପିପିଲି ବିଧାୟକ ପ୍ରଦୀପ ମହାରଥୀ ନିଜେ ସୋସିଆଲ ମିଡିଆରେକରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି । ଏହାସହିତ ଗତକିଛି ଦିନ ତଳେ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜ ନିଜର ଟେଷ୍ଟ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି । ଆଗକୁ ବିଧାନସଭା ଅଧିବେଶନ ଆସୁଛି । ଏହାପୂର୍ବରୁ ଅନେକ ମନ୍ତ୍ରୀ ଓ ବିଧାୟକ କରୋନା ସଂକ୍ରମିତ ହୋଇଛନ୍ତି । ଯେପରି ପୂର୍ବରୁ ସୁଶାନ୍ତ ସିଂହ, ପଦ୍ମୀନି ଦିଆନ,ଟୁକୁନି ସାହୁ, ସମୀର ରଞ୍ଜନ ଦାସ । ଆଉ ଏବେ ପିପିଲି ବିଧାୟକ ପ୍ରଦୀପ ମହାରଥୀ କରୋନା ସଂକ୍ରମିତ ହୋଇଛନ୍ତି ।