‘କଙ୍ଗନା ରଣଓ୍ବତ ଯଦି ଲକ୍ଷ୍ମୀବାଈ ତାହେଲେ ଏମାନେ କ’ଣ ଅଶୋକ,ମଙ୍ଗଲ ପାଣ୍ଡେ ଆକବର ଆଉ ମୋଦି ? ପ୍ରକାଶ ରାଜଙ୍କ ଟ୍ବିଟକୁ ନେଇ ଝଡ଼

ମୁମ୍ବାଇ ୧୪/୯: ବଲିଉଡ ଅଭିନେତ୍ରୀ କଙ୍ଗନା ରଣଓ୍ବତ ଏବଂ ଶିବସେନାର ନେତୃତ୍ବ କରୁଥିବା ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ବିଏମସି ତାଙ୍କ ଅଫିସରେ ଭଙ୍ଗାରୁଜା କରିବା ପରେ ହିଁ କଙ୍ଗନା ରଣଓ୍ବତ,ଉଦ୍ଧବ ଠାକରେଙ୍କ ପ୍ରତି ଆକ୍ରମଣାତ୍ମକ ହୋଇଛନ୍ତି। ଅନ୍ୟପଟେ ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ କଙ୍ଗନାଙ୍କୁ ଟାର୍ଗେଟ୍ କରିଛନ୍ତି। ଏହି ସମୟରେ କଙ୍ଗନା ରଣଓ୍ବତଙ୍କୁ ନେଇ ସାଉଥର ସୁପରଷ୍ଟାର ଏବଂ ବଲିଉଡ ଅଭିନେତା ପ୍ରକାଶ ରାଜ ଏକ ଟ୍ବିଟ୍ କରିଛନ୍ତି ଯାହା ଖୁବ୍ ଭାଇରାଲ୍ ହେଉଛି।

ପ୍ରକାଶ ରାଜ ,କଙ୍ଗନା ରଣଓ୍ବତଙ୍କୁ ପରିହାସ କରି ଏକ ମିମକୁ ନିଜ ଟ୍ବିଟର ହାଣ୍ଡଲରେ ସେୟାର କରିଛନ୍ତି। ମିମରେ କଙ୍ଗନା ରଣଓ୍ବତ ସମେତ ଶାହରୁଖ ଖାନ୍,ଦୀପିକା ପାଦୁକୋଣ,ହ୍ରିତିକ ରୋଶନ ଭଳି ସେଲିବ୍ରିଟି ନଜର ଆସିଛନ୍ତି। ଏହି ମିମକୁ ପୋଷ୍ଟ କରି ପ୍ରକାଶ ରାଜ ଲେଖିଛନ୍ତି- ଯଦି ଗୋଟିଏ ଫିଲ୍ମ କରି କଙ୍ଗନା ରଣଓ୍ବତ ନିଜକୁ ରାଣୀ ଲକ୍ଷ୍ମୀବାଇ ଭାବୁଛନ୍ତି ତେବେ ଦୀପିକା ପଦ୍ମାବତ,ହ୍ରିତିକ ଆକବର,ଶାହରୁଖ ଅଶୋକା,ଅଜୟ ଭଗତ ସିଂହ,ଆମୀର ଖାନ୍ ମଙ୍ଗଲ ପାଣ୍ଡେ ଏବଂ ବିବେକ ମୋଦି ଜୀ।

ପ୍ରକାଶ ରାଜ ଏପରି କଙ୍ଗନା ରଣଓ୍ବତଙ୍କୁ ନେଇ ଏହି ମିମ ସେୟାର କରିଛନ୍ତି। କିଛି ଦିନ ତଳେ ଶିବସେନା ତରଫରୁ ଟାର୍ଗେଟ୍ କରାଯିବା ପରେ କଙ୍ଗନା ରଣଓ୍ବତ କହିଥିଲେ ଯେ ସେ ମଣିକର୍ଣ୍ଣିକାରେ ସେ ରାଣୀ ଲକ୍ଷ୍ମୀବାଇଙ୍କ ଭୂମିକାରେ ଅଭିନୟ କରିଥିଲେ ଏବଂ ମରାଠୀ ଲୋକଙ୍କ ମଥା ଗର୍ବରେ ଉଚ୍ଚ କରିଛନ୍ତି। ପ୍ରକାଶ ରାଜଙ୍କ ଦ୍ବାରା ସେୟାର କରାଯାଇଥିବା ଏହି ମିମ କଙ୍ଗନା ରଣଓ୍ବତଙ୍କ ସେହି ବୟାନ ଉପରେ ପ୍ରସ୍ତୁତ କରାଯାଇଛି। କିଛି ଦିନ ତଳେ ପ୍ରକାଶ ରାଜ ,କଙ୍ଗନା ରଣଓ୍ବତଙ୍କ ଓ୍ବାଇ କ୍ୟାଟେଗରୀ ସୁରକ୍ଷା ପ୍ରଦାନ କରିବା ଉପରେ ମଧ୍ୟ ବର୍ଷିଥିଲେ।

Related posts

Leave a Comment