ପଶ୍ଚିମବଙ୍ଗ: ବ୍ରାହ୍ଣଣ ପୂଜାରୀଙ୍କ ଲାଗି ମାସିକ ଭତ୍ତା ଓ ମାଗଣା ଗୃହ ଘୋଷଣା କଲେ ମମତା ବାନାର୍ଜୀ

କୋଲକାତା ୧୪।୯:  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ଗରିବ ସନାତନ ବ୍ରାହ୍ମଣ ପୂଜାରୀଙ୍କ ଲାଗି ସୋମବାର ମାସିକ ଭତ୍ତା ଓ ମାଗଣା ଗୃହ ପ୍ରଦାନ ଲାଗି ଘୋଷଣା କରିଛନ୍ତି। ଏଥିରେ ଗରିବ ବ୍ରାହ୍ମଣଙ୍କ ଲାଗି ମାସିକ ୧ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହୟତା ରହିଛି। ୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ତେବେ ତା ପୂର୍ବରୁ ମମତାଙ୍କ ଏପରି ଘୋଷଣାକୁ ରାଜ୍ୟରେ ସଂଖ୍ୟାଲଘୁ ତୁଷ୍ଟିକରଣର ଖଣ୍ଡନ ବୋଲି କୁହାଯାଉଛି।

ହିନ୍ଦୀ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ପୂର୍ବରୁ କୋଲାଘାଟରେ ଆକାଡେମୀ ସ୍ଥାପନା ଲାଗି ସନାତନ ବ୍ରାହ୍ମଣମାନଙ୍କୁ ଏକ ଭୂମି ପ୍ରଦାନ କରିଥିବା କହିଛନ୍ତି। ସବୁ ବ୍ରାହ୍ମଣ ସମ୍ପନ୍ନ ନୁହନ୍ତି ବୋଲି କହିଛନ୍ତି ମମତା। ତେବେ ଏଭଳି ଲୋକଙ୍କ ଆର୍ଥିକ ଓ ସାମାଜିକ ଉତ୍ଥାନ ଏବେ ସରକାରଙ୍କର ପ୍ରାଥମିକତା ହେବ ବୋଲି କହିଛନ୍ତି। ଏଥିରେ ଏପରି ଲୋକଙ୍କୁ ଚିହ୍ନଟ କରି ମାସିକ ୧ହଜାର ଟଙ୍କା ଭତ୍ତା ଓ ସରକାରଙ୍କ ଆବାସ ଯୋଜନାରେ ନିଶୁଳ୍କ ବାସଗୃହ ଯୋଗାଇ ଦିଆଯିବ ବୋଲି ମମତା ବାନାର୍ଜୀ କହିଛନ୍ତି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତାଙ୍କ ତୃଣମୂଳ କଂଗ୍ରେସ ଲାଗି ବିଜେପି ଆହ୍ୱାନ ପାଲଟିଛି। ସରକାରଙ୍କ ସଂଖ୍ୟାଲଘୁ ତୁଷ୍ଟିକରଣକୁ ବିଜେପି ରାଜ୍ୟରେ ପ୍ରସଙ୍ଗ କରିଥିବା ବେଳେ ଏହାକୁ ନେଇ କିଛି ଭୋଟବ୍ୟାଙ୍କ ମଧ୍ୟ ତିଆରି କରିସାରିଲାଣି। ଏଥିରେ ମମତାଙ୍କ ଘୋଷଣା ଏବେ ବିଜେପି ବାଟ କାଟିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

Related posts

Leave a Comment