TATA Projectsକୁ ମିଳିଲା ନୂଆ ସଂସଦ ଭବନ ନିର୍ମାଣର ଠିକା, ୮୬୧.୯୦କୋଟି ଟଙ୍କାରେ ନିର୍ମିତ ହେବ ବିଲ୍ଡିଂ

ନୂଆଦିଲ୍ଲୀ ୧୬।୯: ଟାଟା ପ୍ରୋଜେକ୍ଟସ୍ ଲିମିଟେଡଙ୍କୁ ନୂଆ ସଂସଦ ଭବନ ନିର୍ମାଣର ଠିକାମିଳିଛି। ୮୬୧.୯୦ କୋଟି ଟଙ୍କାରେ କମ୍ପାନୀ ଏହି ନିର୍ମାଣ କାର୍ଯ୍ୟଲାଗି ଠିକା ହାସଲ କରିଛନ୍ତି। ତେବେ ସଂସଦ ଭବନ ନିର୍ମାଣ କାର୍ଯ୍ୟ ଠିକା ନେବାକୁ ଦୌଡରେ ୭ କମ୍ପାନୀ ଥିଲେ।  ହେଲେ ନିର୍ମାଣର ଟେଣ୍ଡର ଟାଟାଙ୍କ ହାତକୁ ଯାଇଛି। ଅନ୍ୟ ଯେଉଁ କମ୍ପାନୀମାନେ ଏହି ନିର୍ମାଣ କାର୍ଯ୍ୟଲାଗି ଆଗ୍ରହୀ ଥିଲେ ସେମାନଙ୍କ ମଧ୍ୟରେ ଏଲଏଣ୍ଡଟି, ଆଇଟିଡି ସିମେଣ୍ଟେସନ ଇଣ୍ଡିଆ ଲିମିଟେଡ, ଏନସିସି ଲିମିଟେଡ, ଉତ୍ତରପ୍ରଦେଶ ରାଜକୀୟ ନିର୍ମାଣ ନିଗମ ଲିମିଟେଡ ଓ ପିଏସପି ପ୍ରୋଜେକ୍ଟସ୍ ଲିମିଟେଡ ଆଦି ମଧ୍ୟ ଥିଲେ। ଦେଶର ନୂଆ ସଂସଦ ଭବନ ନେଇ ମଙ୍ଗଳବାର ପ୍ରଥମ ଥର ସୂଚନା ମିଳିଥିଲା। ଏଥିରେ ସଂସଦ ଭବନର ଡିଜାଇନ ସମ୍ପର୍କରେ ମଧ୍ୟ ଜଣାପଡିଥିଲା। ଦେଶର ନୂଆ ସଂସଦ ଭବନ ସୌଧ ଉପରେ ଗୌରବର ପ୍ରତୀକ…

ମୋବାଇଲ ଚାର୍ଜରରେ ତଣ୍ଟି ଚିପି ସ୍ଵାମୀଙ୍କୁ ମାରି ଦେଲେ, ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ ଓକିଲ

କୋଲକାତା ୧୬।୦୯: ପଶ୍ଚିମବଙ୍ଗର ଉତ୍ତରୀ ୨୪ ପ୍ରଗଣା ଜିଲ୍ଲାର ଏକ ଫାଷ୍ଟ ଟ୍ରାକ ଅଦାଲତ ବୁଧବାର ଓକିଲ ଅନିନ୍ଦିତା ପାଲଙ୍କୁ ମୋବାଇଲ ଚାର୍ଜରରେ ସ୍ଵାମୀଙ୍କ ବେକ ଚିପି ହତ୍ୟା କରିବା ଅପରାଧରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅତିରିକ୍ତ ଜିଲ୍ଲା ଦୌରା ଜଜ ସୁଜିତ କୁମାର ଝା ସୋମବାର ସ୍ଵାମୀଙ୍କୁ  ହତ୍ୟା ମାମଲାରେ ଓକିଲ ଅନିନ୍ଦିତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ସଜା ଶୁଣାଇଛନ୍ତି। ଏହା ସହିତ ୧୦ ଟଙ୍କାର ଜୋରିମାନା ଲଗାଇଛନ୍ତି। ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ତାଙ୍କୁ ଅତିରିକ୍ତ ଏକ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି। ସ୍ଵତନ୍ତ୍ର ସରକାରୀ ଓକିଲ ବିଭାସ ଚାଟାର୍ଜୀ ଦୋଷୀ ଅନିନ୍ଦିତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାକୁ ଅନୁରୋଧ କରିଥିଲେ। ସେ କୋର୍ଟରେ କହିଥିଲେ ଯେ, ଏହା ସୁନିୟୋଜିତ ହତ୍ୟାକାଣ୍ଡ। କିନ୍ତୁ କୋର୍ଟ ମହିଳା ଓକିଲଙ୍କ ତିନି ବର୍ଷର…

ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ନେଇ ବିବାଦ । ବିଶ୍ୱବିଦ୍ୟାଳୟ ଗୁଡ଼ିକର ସ୍ୱାଧିନତାକୁ ସଂକୁଚିତ କରାଯାଉଥିବା ନେଇ ଅଭିଯୋଗ ଆଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱର ମିଳାଇଲା କଂଗ୍ରେସ, ଶିକ୍ଷାବିତ ମଧ୍ୟ ଉଠାଇଲେ ପ୍ରଶ୍ନ

ବିଶ୍ୱ ବିଦ୍ୟାଳୟ ଆଇନ ସଂଶୋଧନ ପ୍ରସଙ୍ଗକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧ । ଏହା ଲାଗୁ ହେବା ଦ୍ୱାରା କଣ କ୍ଷତି ହେବ ସେନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ନିଶଙ୍କ ପୋଖରିଆଲଙ୍କ ନିକଟକୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର । – ଓଡିଶା ବିଶ୍ୱବିଦ୍ୟାଳୟ ଆକ୍ଟ-୧୯୮୯ର ସଂଶୋଧନ ଏବଂ ରେଭେନସା ବିଶ୍ୱବିଦ୍ୟାଳୟ ଆକ୍ଟ ୨୦୦୫କୁ ରଦ୍ଦ କରିବା ଏବଂ ଉଚ୍ଚ ଶିକ୍ଷା ବିଭାଗ ଅଧିନକୁ ଏହାକୁ ଆଣିବା ଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱାୟତତା କ୍ଷୁର୍ଣ୍ଣ ହେବ । – ବିଶ୍ୱବିଦ୍ୟାଳୟର ପରିଚାଳନାର ଭାର ସିନେଟ ବଦଳରେ ସିଣ୍ଡିକେଟ ହାତରେ ରହିବା ଦ୍ୱାରା ସିନେଟର ଦାୟିତ୍ୱ ଏବଂ ଗୁରୁତ୍ୱରେ ଫରକ ଆସିବ – ଭିସି ନିଯୁକ୍ତି ପାଇଁ ଥିବା କମିଟିରେ ସରକାରଙ୍କ ପକ୍ଷରୁ ଜଣେ ବିଶିଷ୍ଟ ଶିକ୍ଷାବିତ ସଦସ୍ୟ ରହିବା ଦ୍ୱାରା ଭିସି ନିଯୁକ୍ତିରେ ବାଧା ଉପୁ ଯିବ ।…

କଟକ-ଭୁବନେଶ୍ୱର ଆସି ଚିକିତ୍ସା କରିବାରେ ରାଜ୍ୟ ବାହାର ରୋଗୀଙ୍କୁ ନାହିଁ ବାରଣ

ଗୁରୁତର ରୋଗୀଙ୍କୁ କଟକ-ଭୁବନେଶ୍ୱର ସ୍ଥାନାନ୍ତର ପ୍ରସଙ୍ଗରେ ଜିଲ୍ଲାପାଳ ଏବଂ ସିଡିଏମ୍ଓ ମାନଙ୍କୁ କରାଯାଇଥିବା ଚିଠିକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ସରକାର । ରାଜ୍ୟ ସରକାର କହିଛନ୍ତି-ଗୁରୁତର ରୋଗୀଙ୍କୁ ଭୁବନେଶ୍ୱର-କଟକ ଆଣିବାକୁ ସରକାର ମନା କରିନାହାଁନ୍ତି । ବାହାର ଜିଲ୍ଳାର ରୋଗୀଙ୍କୁ କଟକ-ଭୁବନେଶ୍ୱର ଆସିବା ଉପରେ କୌଣସି ରୋକ ଲଗାଯାଇନାହିଁ । ଗୁରୁତର ରୋଗୀଙ୍କ ଚିକିତ୍ସା ସୁବିଧା ଯେମିତି ମଜବୁତ ହେବ ଉପରେ ଗୁରୁତ୍ୱ ଦିଆଯାଇଛି । ରୋଗୀଙ୍କୁ କଟକ ଭୁବନେଶ୍ୱର ଆସିଲା ବେଳେ ଯେମିତି ଅସୁବିଧା ନହେବ ସେଥି ପ୍ରତି ଗୁରୁତ୍ୱ ଦିଆଯାଇଛି । କଟକ-ଭୁବନେଶ୍ୱରରେ ରାଜ୍ୟର ସବୁ ଅଂଚଳର ରୋଗୀ ଚିକିତ୍ସା ପାଇବାର ଅଧିକାର ରହିଛି । ବିନା ପ୍ରସ୍ତୁତିରେ ରୋଗୀ ସ୍ଥାନାନ୍ତର କରିବା ଯୋଗୁଁ ଅଘଟଣର ଆଶଙ୍କା ରହିଛି । ତେଣୁ ଏସବୁ ଦୃଷ୍ଟିରେ ରଖି ଚିଠି କରାଯାଇଥିବା ସ୍ପଷ୍ଟ କରିଛନ୍ତି ରାଜ୍ୟ…

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା: ୨ମୃତ, ୧ ଗୁରୁତର

ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଦେଇ ଯାଇଥିବା ଚାରିଛକ-ହରଭଙ୍ଗା ପୂର୍ତ୍ତ ରାସ୍ତାରେ ବୁଧବାର ଅପରାହ୍ନରେ ଏକ ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟଜଣେ ଗୁରୁତର ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରୁ ଜଣେ ହରଭଙ୍ଗା ଗ୍ରାମର ପ୍ରଶାନ୍ତ ଦନାୟକ(୨୧) ଏବଂ ଅନ୍ୟଜଣେ ହେଲେ ତଳଗାଁ ପଞ୍ଚାୟତ ଗଣ୍ଡିସର ଗ୍ରାମର ସାନୁ ନାୟକ(୨୩)। ଗୁରୁତର ଆହତ ଜଣକ ହେଲେ ଅଜିତ ଭୋକ୍ତା(୨୦) ବୋଲି ଜଣାପଡିଛି। ଦୁର୍ଘଟଣା ଖବର ପାଇ ଚାରିଛକ ସ୍ଥିତ ଦମକଳ ବାହିନୀ ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲ ରେ ଭର୍ତ୍ତି କରିଥିଲେ।ଡାକ୍ତର ସେମାନଙ୍କୁ ପରୀକ୍ଷା କରି ପ୍ରଶାନ୍ତ ଓ ସାନୁକୁ ମୃତ ଘୋଷଣା କରିବା ସହ ଅଜିତ ଭୋକ୍ତାଙ୍କୁ…

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରେମଡେସିଭର୍‌ ଏବଂ ଫାବିପାରିଭିରର ବ୍ୟବହାର ଅନୁମୋଦିତ: ସୁପ୍ରିମ୍‌ କୋର୍ଟ

ଦେଶରେ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଫଳପ୍ରଦ ସାବ୍ୟସ୍ତ ହୋଇଥିବା ରେମଡେସିଭର୍‌ ଏବଂ ଫାବିପାରିଭିର ଔଷଧର ବ୍ୟବହାର ଅନୁମୋଦିତ ଏବଂ ଏହାକୁ ନେଇ କୌଣସି ପ୍ରକାରର ଦ୍ୱନ୍ଦ୍ୱ ରହିବା ଉଚିତ ନୁହେଁ ବୋଲି ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଆଜି ସ୍ପଷ୍ଟ କରି ଦେଇଛନ୍ତି। ସୁପ୍ରିମ କୋର୍ଟ କହିଛନ୍ତି ଯେ ରେମଡେସିଭର୍‌ ଏବଂ ଫାବିପାରିଭିରକୁ କୋଭିହ୍‌-୧୯ର ଚିକିତ୍ସା ପାଇଁ ଜୀବନରକ୍ଷାକାରୀ ଔଷଧ ଭାବରେ ବ୍ୟବହାର କରିବାକୁ କେନ୍ଦ୍ର ସରକାର ଅନୁମୋଦନ କରି ସାରିଛନ୍ତି। ଏହି ଔଷଧ ମଧ୍ୟ ଫଳପ୍ରଦ ସାବ୍ୟସ୍ତ ହୋଇଛି। ତେଣୁ, ଏହାକୁ ନେଇ ସାଧାରଣରେ କୌଣସି ପ୍ରକାରର ଦ୍ୱନ୍ଦ୍ୱ ରହିବା ଅନୁଚିତ। ଉଲ୍ଲେଖଯୋଗ୍ୟ, ରେମଡେସିଭର୍‌ ଏବଂ ଫାଭିପିରାଭିର ହେଉଛି ଆଣ୍ଟିଭାଇରାଲ୍‌ ଔଷଧ ଏବଂ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସାରେ ଏହି ଔଷଧର କାର୍ଯ୍ୟକାରିତାକୁ ନେଇ ଡାକ୍ତରୀ ବିଶେଷଜ୍ଞଙ୍କ ମଧ୍ୟରେ…