ଅପରେସନ ଅଲ୍‌ଆଉଟ୍‌, ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ନିହତ

ଶ୍ରୀନଗର ୧୭।୦୯: ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ନିହତ । ଶ୍ରୀନଗର ବଟମାଳୁ ଅଞ୍ଚଳରେ ଚାଲିଥିବା ଏନ୍‌କାଉଣ୍ଟରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ପୁରା ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି । ପୋଲିସ ସୂଚନାନୁସାରେ, ସ୍ଥାନୀୟ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ସୁରକ୍ଷାକର୍ମୀଙ୍କୁ ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୋଲିସ ପୁରା ଅଞ୍ଚଳକୁ ଘେରିଯାଇଥିଲେ , ଏବଂ ସର୍ଚ୍ଚ ଅପରେସନ ଆରମ୍ବ କରିଦେଇଥିଲେ । ତେବେ ପୁରା ଅଞ୍ଚଳକୁ ସେନା ଓ ପୋଲିସ ଘେରିବା ଦେଖି ଆତଙ୍କବାଦୀମାନେ ଗୁଳିଚାଳନା ଆରମ୍ବ କରିଥିଲେ । ଯାହାର ଦୃଢ ଜବାବ ସେନା ପକ୍ଷରୁ ଦିଆଯଆଇଥିଲା । ଦୀର୍ଘ ସମୟ ଧରି ସେନା ଓ ଆତଙ୍କବାଦୀ…

କାଳ ହେଲା କଳି ! ମାଆ-ପୁଅ ମୃତ

ସୁନ୍ଦରଗଡ଼ ୧୭।୦୯: ମାଆ, ପୁଅ ମୃତ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଗୋବିନ୍ଦପୁର ଗାଁର ଘଟଣା । ମୃତକ ହେଉଛନ୍ତି ଡମ୍ବରୁ କିଷାନଙ୍କ ପତ୍ନୀ ଅଷ୍ଟମୀ ଏବଂ ତାଙ୍କ ପୁଅ ବୋଲି ଜଣାପଡିଛି । ତେବେ କୌଣସି କାରଣକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ପରେ ଅଷ୍ଟମୀଙ୍କ ମୃତଦେହ ତାଙ୍କ ନିଜ ଘରୁ ଉଦ୍ଧାର ହୋଇଛି । ଗୁରୁତର ଅବସ୍ଥାରେ ଶିଶୁପୁତ୍ରକୁ ରାଉରକେଲା IGHରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଛି । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରୁଛି । ତେବେ ବିଷ ପାଇଁ ଅଷ୍ଟମୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

୭୦ବର୍ଷରେ ପଦାର୍ପଣ କଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବାରଣାସୀ ୧୭/୯: ଭାରତର ପ୍ରଧାନମନ୍ତ୍ରୀ ଏବଂ ଉତ୍ତରପ୍ରଦେଶର ଧର୍ମ ଏବଂ ଶିବ ନଗରୀ ବାରଣାସୀର ସାଂସଦ ନରେନ୍ଦ୍ର ଦାମୋଦର ମୋଦିଙ୍କର ଆଜି ଜନ୍ମଦିନ। ସେ ଆଜି ୭୦ବର୍ଷ ବୟସରେ ପଦାର୍ପଣ କଲେ। ଏହି ଅବସରରେ ଦେଶ ସହ ବିଶ୍ବବ୍ୟାପି ଲୋକେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ବିହାର,ଉତ୍ତର ପ୍ରଦେଶ,ରାଜସ୍ଥାନ,ଗୁଜରାଟ,ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରେ ପାର୍ଟି କାର୍ଯ୍ୟକର୍ତ୍ତା ସେବା ସପ୍ତାହ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସକାଳୁ ସୋସିଆଲ୍ ମିଡିଆ​‌ରେ ଶୁଭେଚ୍ଛାର ଲହରୀ ଛୁଟିଛି। ଲୋକେ ତାଙ୍କ ଦୀର୍ଘାୟୁର କାମନା କରିଛନ୍ତି। ବାରଣାସୀରେ ତାଙ୍କ ଜନ୍ମଦିନ ଉପଲକ୍ଷେ ଭାଜପା ଦ୍ବାରା ଚଲାଯାଉଥିବା ସେବା ସପ୍ତାହ ଅନୁସାରେ ପୂରା ସଂସଦୀୟ ଅଞ୍ଚଳରେ ବ୍ୟାପକ ସ୍ବଚ୍ଛତା ଅଭିଯାନ ଚଲାଯାଉଥିବା ଏହି ଅଭିଯାନରେ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ସହ ହିଁ ରାଜ୍ୟ,କ୍ଷେତ୍ର,ଜିଲ୍ଲା,ମହାନଗର ସହ ମଣ୍ଡଳ,ସେକ୍ଟର ଏବଂ ବୁଥ ଅଧ୍ୟକ୍ଷମାନେ ଆଗେଇ…

କରୋନା ଭାକସିନ୍ ଟ୍ରାଏଲ ସ୍ଥଗିତକୁ ନେଇ ସଫେଇ ରଖିଲା ଅକ୍ସଫୋର୍ଡ, କହିଲା ରୋଗ ସହ ଆଷ୍ଟ୍ରାଜେନେକା ଟିକାର କୌଣସି ସମ୍ପର୍କ ନାହିଁ

ନୂଆଦିଲ୍ଲୀ ୧୭/୦୯: ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା କରୋନା ଭାକସିନର କ୍ଲିନିକାଲ ଟ୍ରାଏଲ ସ୍ଥଗିତ ରଖିବା ନେଇ ସଫେଇ ଦେଇଛି। ଅକ୍ସଫୋର୍ଡ କହିଛି ଆଷ୍ଟ୍ରାଜେନେକା ଭାକସିନର କ୍ଲିନିକାଲ ଟ୍ରାଏଲ ସମୟରେ ଯେଉଁ ପାଶ୍ବପ୍ରତିକ୍ରିୟା ଦେଖାଦେଇଥିଲା ତାର କୋଭିଡ -୧୯ଟିକା ସହ କୌଣସି ସମ୍ବନ୍ଧ ମିଳିଲା ନାହିଁ। ତଦନ୍ତରୁ ଏଭଳି କିଛି ତଥ୍ୟ ମିଳି ନାହିଁ ଯେଉଁ କାରଣରୁ ଭାକସିନ୍ ଟ୍ରାଏଲ ସ୍ଥଗିତ ରଖାଯିବ ବୋଲି ଅକ୍ସଫୋର୍ଡ କହିଛି। ପରୀକ୍ଷା ପରେ ଭାକସିନ୍ ପୂରା ସୁରକ୍ଷିତ ଜଣାପଡ଼ିଛି। ଏହା ସହ ସେମାନଙ୍କ ପୂରା ଫୋକସ୍ ଲୋକଙ୍କ ସୁରକ୍ଷା ଉପରେ ଥିବା କହିଛି ଅକ୍ସଫୋର୍ଡ। ଅକ୍ସଫୋର୍ଡ ତାର ଏକ ଅନଲାଇନ୍ ଡକ୍ୟୁମେଣ୍ଟରେ ଜଣାଇଛି ଯେ ରସିର୍ଚ ମାଧ୍ୟମରେ ଭାକସିନ୍ ଡୋଜ୍ ଦିଆଯାଇଥିବା ଲୋକଙ୍କର ସମ୍ପୂଣ୍ର୍ଣ ସୁରକ୍ଷା ସହ ସମୀକ୍ଷା କରାଯାଇଛି। ଯେଉଁଥିରେ କୌଣସି ବିପଦର ଆଶଙ୍କା ନାହିଁ। ତେବେ କ୍ଳିନିକାଲ ଟ୍ରାଏଲ…

ରାଜ୍ୟରେ ଚିହ୍ନଟ ହେଲେ ୪୨୪୧ କରୋନା ସଂକ୍ରମିତ,୧୬୭୧୬୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର ୧୭।୦୯: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୨୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୭୧୬୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୦୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୭୩୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୪ଜଣ, ବାଲେଶ୍ୱର ଜିଲ୍ଲାରୁ ୧୪୧ଜଣ, ବରଗଡ଼ ଜିଲ୍ଲାରୁ ୧୪୯ଜଣ, ଭଦ୍ରକ ଜିଲ୍ଲାରୁ ୭୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୪ଜଣ, ବୌଦ୍ଧ ଜିଲ୍ଲାରୁ ୯୪ଜଣ, କଟକ ଜିଲ୍ଲାରୁ ୩୮୯ଜଣ, ଦେଓଗଡ଼ ଜିଲ୍ଲାରୁ ୬ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୬ଜଣ, ଗଜପତି ଜିଲ୍ଲାରୁ ୨୩ଜଣ,…

ଚାଲିଛି ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ : ଯାଜପୁରର ଦଶରଥପୁର ଓ ବରୀରେ କେନ୍ଦ୍ରୀୟ ଟିମର ସ୍ଥିତି ଆକଳନ; ରାଜ୍ୟ ବରିଷ୍ଠ ଅଧକାରୀଙ୍କ ସହ ଆଲୋଚନା ପରେ କେନ୍ଦ୍ରକୁ ଦେବେ ରିପୋର୍ଟ

ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଯାଜପୁର ଗସ୍ତରେ କେନ୍ଦ୍ରୀୟ ଟିମ୍ । ୩ ଜଣିଆ ଟିମ୍ ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ୍ ଖଣ୍ଡାସ ଠାରେ ସୃଷ୍ଟି ହୋଇଥିବା ଘାଇ ଦେଖିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ବନ୍ୟା ସଂର୍ପକୀୟ ସମସ୍ତ ବିଷୟରେ ଆଲୋଚନା କରିଥିଲେ । ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଟଙ୍କ ନେତୃତ୍ୱରେ ଆସିଥିବା ଏହି ଟିମରେ କୃଷି,ଜଳ ସଂପଦ,ସଡକ,ଗ୍ରାମ୍ୟ ଉନ୍ନୟନ ବିଭାଗର ସଦସ୍ୟ ଗସ୍ତ କରିଥିଲେ ।ଆଜି ଏହି ଟିମ୍ ବନ୍ୟା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଦଶରଥପୁର ଓ ବରୀ ବ୍ଲକ୍ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଅନ୍ୟ ପଟେ ବନ୍ୟା ଯୋଗୁ ଜିଲ୍ଲାରେ ସୃଷ୍ଟି ହୋଇଥିବା ୩୦ଟି ଘାଇର ମରାମତି ଜୋରସୋରରେ ଚାଲିଛି । ସପ୍ତାହେ ମଧ୍ୟରେ ଘାଇ ମରାମତି…

କରୋନା ରୋଗୀଙ୍କ ଦେହରେ କାମ ଦେଉଛି ପ୍ଲାଜମା ଥେରାପୀ : ରାଜ୍ୟରେ ହଜାରେ ଟପିଲା ପ୍ଲାଜମା; ସବୁ ସରକାରୀ ଓ ଘରୋଇ ମେଡିକାଲରେ ହେଉଛି ଉପଲବ୍ଧ

ପ୍ଲାଜମା ଥେରାପୀରେ ମାଇଲଖୁଂଟ ।  ରାଜ୍ୟରେ ପ୍ଲାଜମା ଥେରାପୀ ହଜାରରେ ଅତକ୍ରିମ ପଂହଚିଛି । ଟ୍ୱିଟ କରି ସ୍ୱାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି ।  ଗୁରୁତର କରୋନା ରୋଗୀଙ୍କ ଦେହରେ  ଏହି ପ୍ଲାଜମା ଥେରାପୀ ପ୍ରୟୋଗ  ଏକପ୍ରକାର ସଫଳ ସାବ୍ୟସ୍ତ ହୋଇଛି । ଦିଲ୍ଲୀରେ ପ୍ରଥମେ ଏହି ପ୍ଲାଜମା ଥେରାପୀ ଆରମ୍ଭ ହୋଇଥିଲା । ଏହାପରେ ରାଜ୍ୟରେ ଏସସିବିରେ ପ୍ରଥମ ଥର ଲାଗି ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲା । ପରେ ଏହା ଅନ୍ୟ ବଡ ମେଡିକାଲ ଜିଲ୍ଲା ସ୍ତରରେ ଉପଲବ୍ଧ ହୋଇଥିଲା ପ୍ଲାଜମା ।  ବର୍ତମାନ ରାଜ୍ୟର ସବୁ  ସରକାରୀ ଓ ଘରୋଇ ମେଡିକାଲରେ  ଏହି ପ୍ଲାଜମା ଥେରାପୀ ଉପଲବ୍ଧ ହେଉଛି ।

ରାସ୍ତା ମଝିରେ କଟାମୁଣ୍ଡ : ଅଳିଆଗଦାରେ ଶିଶୁର ମୃତଦେହ ପଡିବା ପରେ କୁକୁର ଝୁଣିଖାଇ ଆଣିଥିବା ସେନ୍ଦେହ; ଅନୁଗୁଳ ମିଶ୍ରପଡା ଅଂଚଳରୁ ଆସିଲା ଅଭାବନୀୟ ଦୃଶ୍ୟ

ଅନୁଗୁଳରେ ରାସ୍ତା ଉପରେ ଗଡୁଛି ନବଜାତ ଶିଶୁର କଟାମୁଣ୍ଡ । ଅନୁଗୁଳ ସହର ମିଶ୍ରପଡା ନିକଟ ନିଉ ଏରା ପବ୍ଲିକ୍ ସ୍କୁଲ ନିକଟ ରାସ୍ତା ଉପରେ ଏକ ଶିଶୁର କଟାମୁଣ୍ଡ ପଡିଥିବା ଦେଖିବାକୁ ମିଳିଛି । ଅଳିଆ ଗଦାରେ ମୃତ ନବଜାତ ଶିଶୁକୁ କେହି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ପରେ କୁକୁର ଏହାକୁ ଝୁଣି ଖାଇବା ପରେ କଟା ମୁଣ୍ଡଟି ଏବେ ରାସ୍ତା ଉପରେ ପଡିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।