କାଳ ହେଲା କଳି ! ମାଆ-ପୁଅ ମୃତ

ସୁନ୍ଦରଗଡ଼ ୧୭।୦୯: ମାଆ, ପୁଅ ମୃତ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଗୋବିନ୍ଦପୁର ଗାଁର ଘଟଣା । ମୃତକ ହେଉଛନ୍ତି ଡମ୍ବରୁ କିଷାନଙ୍କ ପତ୍ନୀ ଅଷ୍ଟମୀ ଏବଂ ତାଙ୍କ ପୁଅ ବୋଲି ଜଣାପଡିଛି ।

ତେବେ କୌଣସି କାରଣକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ପରେ ଅଷ୍ଟମୀଙ୍କ ମୃତଦେହ ତାଙ୍କ ନିଜ ଘରୁ ଉଦ୍ଧାର ହୋଇଛି । ଗୁରୁତର ଅବସ୍ଥାରେ ଶିଶୁପୁତ୍ରକୁ ରାଉରକେଲା IGHରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଛି । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରୁଛି । ତେବେ ବିଷ ପାଇଁ ଅଷ୍ଟମୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

Related posts

Leave a Comment