ବାରଣାସୀ ୧୭/୯: ଭାରତର ପ୍ରଧାନମନ୍ତ୍ରୀ ଏବଂ ଉତ୍ତରପ୍ରଦେଶର ଧର୍ମ ଏବଂ ଶିବ ନଗରୀ ବାରଣାସୀର ସାଂସଦ ନରେନ୍ଦ୍ର ଦାମୋଦର ମୋଦିଙ୍କର ଆଜି ଜନ୍ମଦିନ। ସେ ଆଜି ୭୦ବର୍ଷ ବୟସରେ ପଦାର୍ପଣ କଲେ। ଏହି ଅବସରରେ ଦେଶ ସହ ବିଶ୍ବବ୍ୟାପି ଲୋକେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ଏହା ସହିତ ବିହାର,ଉତ୍ତର ପ୍ରଦେଶ,ରାଜସ୍ଥାନ,ଗୁଜରାଟ,ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରେ ପାର୍ଟି କାର୍ଯ୍ୟକର୍ତ୍ତା ସେବା ସପ୍ତାହ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସକାଳୁ ସୋସିଆଲ୍ ମିଡିଆରେ ଶୁଭେଚ୍ଛାର ଲହରୀ ଛୁଟିଛି। ଲୋକେ ତାଙ୍କ ଦୀର୍ଘାୟୁର କାମନା କରିଛନ୍ତି।
ବାରଣାସୀରେ ତାଙ୍କ ଜନ୍ମଦିନ ଉପଲକ୍ଷେ ଭାଜପା ଦ୍ବାରା ଚଲାଯାଉଥିବା ସେବା ସପ୍ତାହ ଅନୁସାରେ ପୂରା ସଂସଦୀୟ ଅଞ୍ଚଳରେ ବ୍ୟାପକ ସ୍ବଚ୍ଛତା ଅଭିଯାନ ଚଲାଯାଉଥିବା ଏହି ଅଭିଯାନରେ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ସହ ହିଁ ରାଜ୍ୟ,କ୍ଷେତ୍ର,ଜିଲ୍ଲା,ମହାନଗର ସହ ମଣ୍ଡଳ,ସେକ୍ଟର ଏବଂ ବୁଥ ଅଧ୍ୟକ୍ଷମାନେ ଆଗେଇ ଆସି ଭାଗ ନେଇଥିଲେ। ଏହା ସହିତ କାଶୀବାସୀମାନେ ତାଙ୍କ ଦୀର୍ଘାୟୁର କାମନା କରିଛନ୍ତି ଏବଂ କହିଛନ୍ତି ଯେ ଆପଣ ଏହିପରି ଭାବେ ଦେଶର ନେତୃତ୍ବ କରୁଥାନ୍ତୁ।