ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ : ଚାଲିଗଲା ପୁଅର ଜୀବନ, ବାପା ଗୁରୁତର

ସାଲେପୁର ୧୮।୦୯: କଟକ ଜିଲ୍ଲା ଟାଙ୍ଗୀ ଥାନା କଏରାପାରୀ ଛକରେ ଦୁର୍ଘଟଣା ଘଟିଛି । ବାଇକ ଓ ଟ୍ରକ ମଧ୍ୟରେ ଧକ୍କା । ଟ୍ରକ ଧକ୍କାରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଥିବା ଜଣାପଡିଛି । ବାପାଙ୍କୁ ଗୁରୁତର ଅୂସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଚନା ମୁତାବକ, ଆଜି ସକାଳ ସମୟରେ ଶାଳଗାଁ ପଞ୍ଚାୟତ ଖାଇ ପଡିଆ ଗାଁର ବଟକୃଷ୍ଣ ମହାରଣା ଓ ତାଙ୍କ ପୁଅ ପବନି ମହାରଣା ଏକ ବାଇକରେ  ଛତିଆ ଅଭିମୁଖେ ଯାଉଥିଲେ । ଠିକ୍‌ ଏହି ସମୟରେ  କଏରାପାରୀ  ଛକ ନିକଟରେ ପଛପଟରୁ ଏକ ଦଶଚକିଆ ଟ୍ରକ ଦେଇଥିଲା । ଯାହାଫଳରେ କି ବାପା ଓ ପୁଅ ପଡିଯାଇଥିଲା । ତେବେ ଦୁର୍ଘଟଣା ଘଟାଇ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସେପଟେ ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା…

ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ଆଜି ସୁଦ୍ଧା ଜୀବନ ହାରିଲେଣି ୬୮୨

ଭୁବନେଶ୍ବର ୧୮।୦୯: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ୧୩ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୮୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ୧୩ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ରହିଥିବା ବେଳେ । ପୁରୀ ଓ କେନ୍ଦ୍ରପଡ଼ାରୁ ୨ ଜଣ ଲେଖାଏଁ ରହିଛନ୍ତି । ବରଗଡ଼, ବଲାଙ୍ଗୀର,କଟକ ଓ ଗଜପତି,କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୭୧୩୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୭୧୪୦ ଟି ଆକ୍ଟିଭ୍‌ କେସ୍‌…

ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ଶର୍ବରୀ ଦତ୍ତଙ୍କ ରହସ୍ୟମୟ ମୃତ୍ୟୁ : ତଦନ୍ତ ଚଳାଇଛି କୋଲକାତା ପୋଲିସ୍

କୋଲକାତା ୧୮/୯: ପ୍ରଖ୍ୟାତ ଫ୍ୟାଶନ୍ ଡିଜାଇନର ଶର୍ବରୀ ଦତ୍ତାଙ୍କର ପରଲୋକ ଘଟିଛି। ଶର୍ବରୀଙ୍କ ଶବ ତାଙ୍କ କୋଲକାତା ସ୍ଥିତ ବାସଭବନର ବାଥରୁମରୁ ଉଦ୍ଧାର ହୋଇଛି। ଶର୍ବରୀଙ୍କ ମୃତ୍ୟୁର କାରଣ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ। ପୋଲିସର କହିବା ମୁତାବକ ବାଥରୁମରୁ ପାଖାପାଖି ରାତି ୧୨ଟାରେ ଶର୍ବରୀଙ୍କ ଶବ ଜବତ କରାଯାଇଛି। ସୂଚନା ମିଳିବା ମାତ୍ରେ କୋଲକାତା ପୋଲିସ୍ ତୁରନ୍ତ ଘଟଣାସ୍ଥଳ​‌ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଶର୍ବରୀଙ୍କ ପରିବାର ଲୋକଙ୍କ କହିବା ମୁତାବକ ୬୩ବର୍ଷ ବୟସ୍କା ଶର୍ବରୀଙ୍କୁ ଶେଷ ଥର ମଙ୍ଗଳବାର ରାତିରେ ଡିନର କରିବାବେଳେ ଦେଖାଯାଇଥିଲା। ଏହା ପରଠୁ ସେ କାହା ସହିତ କଥା ହୋଇନଥିଲେ। ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ଶର୍ବରୀଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଛି। କିନ୍ତୁ ତାଙ୍କ ପରିବାର ଲୋକେ କହିଛନ୍ତି ଯେ ସେ ପୂରା ଠିକ୍ ଥିଲେ। କୋଲକାତା…

ସେପ୍ଟେମ୍ବର ୨୮ରେ କୋର୍ଟରେ ହାଜର ହେବେ ସଲମାନ ଖାନ୍, ସମସ୍ୟାରେ ବିଗବସ୍ ସିଜନ୍-୧୪

ମୁମ୍ବାଇ ୧୭/୦୯: ଟେଲିଭିଜନ ଜଗତର ଲୋକପ୍ରିୟ ତଥା ବିବାଦୀୟ ରିଏଲିଟି ଶୋ’ ବିଗବସ୍ ସିଜନ ୧୪ର ଅପେକ୍ଷାରେ ଅଛନ୍ତି ଦର୍ଶକ। ଖୁବଶୀଘ୍ର ଶୋ’ ପ୍ରିମିୟର୍ ମଧ୍ୟ ହେବ। ତେବେ ପ୍ରିମିୟର ପାଇଁ କେଇଟା ଦିନ ବାକି ଥିବାରୁ ଏହାର ନିର୍ମାତାମାନେ ଶୋ’ର ପ୍ରସ୍ତୁତିରେ ଲାଗିଛନ୍ତି। ଏବେ କିନ୍ତୁ ଲାଗୁଛି ଶୋ’ ସମସ୍ୟାରେ ପଡ଼ିପାରେ। ସୂତ୍ର ଅନୁସାରେ ବିଗବସ୍ ହୋଷ୍ଟ ସଲମାନ ଖାନଙ୍କୁ ସେପ୍ଟେମ୍ବର ୨୮ରେ ଯୋଧପୁର ଅଦାଲତରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ଏହି ଖବର ଶୁଣିବା ପରେ ବିଗବସ୍ ନିର୍ମାତା ଖୁବ୍ ଚିନ୍ତାରେ ଅଛନ୍ତି। କାରଣ ଶୋ’ ସଞ୍ଚାଳନ ପାଇଁ ସଲମାନ କୋଟି କୋଟି ଟଙ୍କା ନିଅନ୍ତି। ଏହା ସହ ସଲମାନଙ୍କ ନାଁରେ ମଧ୍ୟ ନିର୍ମାତା ବାଜି ଲଗାନ୍ତି। ସଲମାନଙ୍କ ଯୋଧପୁର କୋର୍ଟରେ ହାଜିର ହେବା ଶୋ’ ମେକର୍ସଙ୍କ ପାଇଁ ମହଙ୍ଗା ହୋଇପାରେ ବୋଲି ଆଲୋଚନା…

ରାଜ୍ୟରେ ଚିହ୍ନଟ ହେଲେ ୪୧୮୦ କରୋନା ସଂକ୍ରମିତ,୧୭୧୩୪୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର ୧୮।୦୯: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୧୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୧୩୪୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୬୬ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୭୧୪ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୭୧୩୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୭୧୪୦ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩୩୪୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା…

ପ୍ରଥମ ଥର ପାଇଁ ସତ ମାନିଲା ଚୀନ,ଗଲଓ୍ବାନ ସଂଘର୍ଷରେ ପ୍ରାଣ ହରାଇଥିଲେ ଚୀନ ସୈନିକ

ନୂଆଦିଲ୍ଲୀ ୧୮/୦୯: ମେ ମାସ ପ୍ରାରମ୍ଭରୁ ହିଁ ଚୀନ ଓ ଭାରତ ମଧ୍ୟରେ ସୀମା ବିବାଦ ଜାରି ରହିଛି। ଚୀନ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବାରୁ ଏହାର ଜବାବ ମଧ୍ୟ ଭାରତୀୟ ସେନା ସେମାନଙ୍କୁ ଦେଉଛି। ଏହି କ୍ରମରେ ଚୀନ ପ୍ରଥମ ଥର ପାଇଁ ସତ ମାନିଛି। ସେ ସ୍ବୀକାର କରିଛି ଗଲଓ୍ବାନ ଘାଟି ସଂଘର୍ଷରେ କେବଳ ଭାରତୀୟ ଯବାନ ନୁହନ୍ତି ବରଂ ଚୀନ ସେନାଙ୍କର ମଧ୍ୟ ପ୍ରାଣହାନି ଘଟିଥିଲା। ଏହା ପୂର୍ବରୁ ଚୀନ ଏହି କଥାକୁ ଆଦୌ ସ୍ବୀକାର କରୁ ନ ଥିଲା। ଚୀନ ଖବରକାଗଜ ଗ୍ଳୋବାଲ ଟାଇମ୍ସର ସମ୍ପାଦକ ମାନିଛନ୍ତି ଯେ ଗଲଓ୍ବାନ ଘାଟି ସଂଘର୍ଷରେ ଚୀନ ସେନାଙ୍କୁ କ୍ଷତି ପହଞ୍ଚିଥିଲା ଓ କେତେଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ତେବେ ଗ୍ଲୋବାଲ ଟାଇମ୍ସର ମୁଖ୍ୟ ସମ୍ପାଦକ ହୁ ଶିଜିନ୍ ପ୍ରତିରକ୍ଷା…

ନିଛାଟିଆ ରାସ୍ତାରେ ମହିଳାଙ୍କୁ ଅସଦାଚରଣ, ବିରୋଧ କରିବାରୁ ଗଳା କାଟିଦେଲା ନାବାଳକ : ଥାନା ମାମଲା ଦାୟର

ସମ୍ବଲପୁର ୧୮।୦୯: ପୋଖରୀ ହୁଡା ମହିଳାଙ୍କୁ ଅସଦାଚରଣ । ମହିଳା ବିରୋଧ କରିବାରୁ ଗଳା କାଟିଦେଲା ନାବାଳକ । ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅଞ୍ଚଳରେ ଘଟିଛି ଏମିତି ଏକ ଘଟଣା । ସୂଚନା ଅନୁସାରେ ଧନୁପାଲି ଖଇରପାଲି ଗ୍ରାମର ଜଣେ ମହିଳା ଗାଧୋଇବା ପାଇଁ ସନ୍ଧ୍ୟାରେ ପୋଖରୀକୁ ଯାଇଥିଲେ । ତେବେ ଗାଧୋଇସାରି ଫେରିବା ବେଳେ ପୂର୍ବରୁ ବୁଦା ମୂଳେ ଲୁଚି ରହିଥିବା ଜଣେ ନାବାଳକ ତାଙ୍କୁ ପଛ ପଟୁ ଜାବୁଡି ଧରି ଅସଦାଚରଣ ବ୍ୟବହାର କରିଥିଲା । ଯାହାଫଳରେ ମହିଳା ଜଣକ ଚିତ୍କାର କରିବାରୁ ଏକ ଧାରୁଆ ଅସ୍ତ୍ରରେ ମହିଳାଙ୍କ ବେକ କାଟି ଫେରାର ହୋଇଯାଇଥିଲା । ତେବେ ରକ୍ତାକ୍ତ ଅବସ୍ଥାରେ ମହିଳା ଘରେ ସବୁ କଥା ଜଣାଇବା ପରେ ଧନୁପାଲି ଥାନାରେ ଏତଲା ହୋଇଥିଲା । ପୋଲିସ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ନାବାଳକ…

ଅଜଣା ରୋଗର ଆତଙ୍କ : ଗାଁରେ ଗଲାଣି ୧୮ଜଣଙ୍କ ଜୀବନ, ୩/୪ଦିନରେ ଜଣେ ଲୋକଙ୍କ ମୃତ୍ୟୁ !

ନବରଙ୍ଗପୁର ୧୯।୦୯: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବଡ ଆଟି ଗାଁରେ ଅଜଣା ରୋଗର ଆତଙ୍କ । କରୋନା ମହାମାରୀ ସମୟରେ ପ୍ରାୟ ୧୮ ଜଣଙ୍କ ମୃତ୍ୟୁ ହେବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗାଁ ଲୋକେ । ଗାଁରେ ଗତ ଅଗଷ୍ଟ ୫ ତାରିଖରୁ ବର୍ତ୍ତମାନ ସୁଧା ମୋଟ ୪୩ ଦିନରେ ୩-୪ ଦିନ ବ୍ୟବଧାନରେ ମୋଟ ୧୮ ଜଣ ମୃତ୍ୟୁ ହୋଇଥିବା ଗ୍ରାମବାସୀମାନେ କହିଛନ୍ତି । ତେବେ ମୃତଙ୍କ ମାନଙ୍କ ମଧ୍ୟରେ ଏକ ବର୍ଷରୁ କମ ୩ ଜଣ ରହିଥିବା ବେଳେ ୧୫ରୁ ୧୬ ବର୍ଷ ବୟସର ୨ ଜଣ ଯୁବତୀ, ୨୫ରୁ ୩୫ ବର୍ଷ ବୟସର ୭ ଜଣ ଏବଂ ୪୦ରୁ ୫୦ ଏବଂ ପ୍ରାପ୍ତ ବୟସ୍କ ୬ ଜଣ ରହିଛନ୍ତି । ଏହି ୧୮ ଜଣ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ପ୍ରଥମେ ଜ୍ଵର…