ଅଜଣା ରୋଗର ଆତଙ୍କ : ଗାଁରେ ଗଲାଣି ୧୮ଜଣଙ୍କ ଜୀବନ, ୩/୪ଦିନରେ ଜଣେ ଲୋକଙ୍କ ମୃତ୍ୟୁ !

ନବରଙ୍ଗପୁର ୧୯।୦୯: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବଡ ଆଟି ଗାଁରେ ଅଜଣା ରୋଗର ଆତଙ୍କ । କରୋନା ମହାମାରୀ ସମୟରେ ପ୍ରାୟ ୧୮ ଜଣଙ୍କ ମୃତ୍ୟୁ ହେବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗାଁ ଲୋକେ । ଗାଁରେ ଗତ ଅଗଷ୍ଟ ୫ ତାରିଖରୁ ବର୍ତ୍ତମାନ ସୁଧା ମୋଟ ୪୩ ଦିନରେ ୩-୪ ଦିନ ବ୍ୟବଧାନରେ ମୋଟ ୧୮ ଜଣ ମୃତ୍ୟୁ ହୋଇଥିବା ଗ୍ରାମବାସୀମାନେ କହିଛନ୍ତି ।

ତେବେ ମୃତଙ୍କ ମାନଙ୍କ ମଧ୍ୟରେ ଏକ ବର୍ଷରୁ କମ ୩ ଜଣ ରହିଥିବା ବେଳେ ୧୫ରୁ ୧୬ ବର୍ଷ ବୟସର ୨ ଜଣ ଯୁବତୀ, ୨୫ରୁ ୩୫ ବର୍ଷ ବୟସର ୭ ଜଣ ଏବଂ ୪୦ରୁ ୫୦ ଏବଂ ପ୍ରାପ୍ତ ବୟସ୍କ ୬ ଜଣ ରହିଛନ୍ତି । ଏହି ୧୮ ଜଣ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ପ୍ରଥମେ ଜ୍ଵର ଏବଂ ପରେ ଝାଡାବାନ୍ତି ହେବାରୁ ସେମାନଙ୍କ ମୃତ୍ୟୁ ହୋଇଛି । ଆଟି ଗାଁରେ ମୋଟ ୭୬୦ ପରିବାର ବସବାସ କରୁଥିବା ବେଳେ, ଲୋକଙ୍କ ପାଇଁ ୨ ଟି ଅଙ୍ଗନୱାଡି ସହ ଗୋଟିଏ ଉପ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । କିନ୍ତୁ ଉପସ୍ବାସ୍ଥ୍ୟକେନ୍ଦ୍ରରେ କୌଣସି ସ୍ବାସ୍ଥ୍ୟକର୍ମୀ ନାହାଁନ୍ତି ।

ସେପଟେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ବହୁ ଦୂରରେ ରହିଛି । ଏପରି ଅବସ୍ଥାରେ ଲୋକେ ଥିଲେ ମଧ୍ୟ ଗାଁ କିମ୍ବା ସେମାନଙ୍କ ପଞ୍ଚାୟତକୁ ସ୍ବାସ୍ଥ୍ୟକର୍ମୀ ଯାଉନଥିବା ଅଭିଯୋଗ ହୋଇଛି । ଘଟଣା ବିଷୟରେ ଆମେ ନବରଙ୍ଗପୁର ସିଡିଏମଓଙ୍କୁ ଯୋଗାଯୋଗ କରିଥିଲୁ । ଗାଁକୁ ସ୍ବାସ୍ଥ୍ୟକର୍ମୀ ପଠାଇ ସ୍ଥିତି ଅନୁଧ୍ୟାନ କରିବାକୁ କିନ୍ତୁ ପ୍ରତିଶ୍ରୁତି ଦେଇଥିଲେ । ଗତକାଲି ଗାଁକୁ ଡାକ୍ତରୀ  ଟିମ୍ ଯାଇ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି । ଏବେ ସୁଧା ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏହି ମୃତ୍ୟୁ କରୋନା ଜନିତ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ।

Related posts

Leave a Comment