ସମ୍ବଲପୁର ୧୮।୦୯: ପୋଖରୀ ହୁଡା ମହିଳାଙ୍କୁ ଅସଦାଚରଣ । ମହିଳା ବିରୋଧ କରିବାରୁ ଗଳା କାଟିଦେଲା ନାବାଳକ । ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅଞ୍ଚଳରେ ଘଟିଛି ଏମିତି ଏକ ଘଟଣା ।
ସୂଚନା ଅନୁସାରେ ଧନୁପାଲି ଖଇରପାଲି ଗ୍ରାମର ଜଣେ ମହିଳା ଗାଧୋଇବା ପାଇଁ ସନ୍ଧ୍ୟାରେ ପୋଖରୀକୁ ଯାଇଥିଲେ । ତେବେ ଗାଧୋଇସାରି ଫେରିବା ବେଳେ ପୂର୍ବରୁ ବୁଦା ମୂଳେ ଲୁଚି ରହିଥିବା ଜଣେ ନାବାଳକ ତାଙ୍କୁ ପଛ ପଟୁ ଜାବୁଡି ଧରି ଅସଦାଚରଣ ବ୍ୟବହାର କରିଥିଲା । ଯାହାଫଳରେ ମହିଳା ଜଣକ ଚିତ୍କାର କରିବାରୁ ଏକ ଧାରୁଆ ଅସ୍ତ୍ରରେ ମହିଳାଙ୍କ ବେକ କାଟି ଫେରାର ହୋଇଯାଇଥିଲା । ତେବେ ରକ୍ତାକ୍ତ ଅବସ୍ଥାରେ ମହିଳା ଘରେ ସବୁ କଥା ଜଣାଇବା ପରେ ଧନୁପାଲି ଥାନାରେ ଏତଲା ହୋଇଥିଲା । ପୋଲିସ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ନାବାଳକ ଜଣକୁ ଗିରଫ କରିଛି ।