ପ୍ରଥମ ଥର ପାଇଁ ସତ ମାନିଲା ଚୀନ,ଗଲଓ୍ବାନ ସଂଘର୍ଷରେ ପ୍ରାଣ ହରାଇଥିଲେ ଚୀନ ସୈନିକ

ନୂଆଦିଲ୍ଲୀ ୧୮/୦୯: ମେ ମାସ ପ୍ରାରମ୍ଭରୁ ହିଁ ଚୀନ ଓ ଭାରତ ମଧ୍ୟରେ ସୀମା ବିବାଦ ଜାରି ରହିଛି। ଚୀନ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବାରୁ ଏହାର ଜବାବ ମଧ୍ୟ ଭାରତୀୟ ସେନା ସେମାନଙ୍କୁ ଦେଉଛି। ଏହି କ୍ରମରେ ଚୀନ ପ୍ରଥମ ଥର ପାଇଁ ସତ ମାନିଛି। ସେ ସ୍ବୀକାର କରିଛି ଗଲଓ୍ବାନ ଘାଟି ସଂଘର୍ଷରେ କେବଳ ଭାରତୀୟ ଯବାନ ନୁହନ୍ତି ବରଂ ଚୀନ ସେନାଙ୍କର ମଧ୍ୟ ପ୍ରାଣହାନି ଘଟିଥିଲା। ଏହା ପୂର୍ବରୁ ଚୀନ ଏହି କଥାକୁ ଆଦୌ ସ୍ବୀକାର କରୁ ନ ଥିଲା।

ଚୀନ ଖବରକାଗଜ ଗ୍ଳୋବାଲ ଟାଇମ୍ସର ସମ୍ପାଦକ ମାନିଛନ୍ତି ଯେ ଗଲଓ୍ବାନ ଘାଟି ସଂଘର୍ଷରେ ଚୀନ ସେନାଙ୍କୁ କ୍ଷତି ପହଞ୍ଚିଥିଲା ଓ କେତେଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ତେବେ ଗ୍ଲୋବାଲ ଟାଇମ୍ସର ମୁଖ୍ୟ ସମ୍ପାଦକ ହୁ ଶିଜିନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଏକ ବୟାନକୁ ଟ୍ବିଟ୍ କରି ଲେଖିଛନ୍ତି ଗଲଓ୍ବାନ ଘାଟିରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ଯବାନଙ୍କ ଠାରୁ ଖୁବ୍ କମ୍ ଚୀନ ଯବାନ ଶହୀଦ ହୋଇଛନ୍ତି। ଭାରତ ସେଦିନ ଚୀନର କୌଣସି ସୈନିକଙ୍କୁ ବନ୍ଦୀ କରି ନ ଥିବା ବେଳେ ଚୀନ କିନ୍ତୁ ଏଭଳି କାମ କରିଥିଲା।

ଶିଜିନ୍ ଟ୍ବିଟ୍ ସହିତ ଗୋଟିଏ ସ୍କ୍ରିନ୍ ସର୍ଟ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ରାଜନାଥ ସିଂହ କହିଥିଲେ ଗଲଓ୍ବାନ ସଂଘର୍ଷ ​‌ବେଳେ ଯଦିଓ ଭାରତୀୟ ଯବାନ ଶହିଦ ହୋଇଥିଲେ କିନ୍ତୁ ଭାରତ ଚୀନ ସେନାଙ୍କୁ କ୍ଷତି ପହଞ୍ଚାଇଥିଲା ।

ସେହିପରି ରାଜନାଥ ସିଂହ ଗତାକାଲି ରାଜ୍ୟସଭାରେ ଭାରତ-ଚୀନ ସୀମା ବିବାଦରେ ମତ ରଖିଥିଲେ। ସେ କହିଥିଲେ ପୂର୍ବ ଲଦାଖରେ ଚାଲେଞ୍ଜକୁ ଭାରତୀୟ ସେନା ସାମ୍ନା କରୁଛନ୍ତି। ଏହା ସହ ଏହି ସମସ୍ୟାର ସମାଧାନ ଶାନ୍ତିପୂଣ୍ର୍ଣ ତରିକାରେ କରିବା ପାଇଁ ଚିନ୍ତା କରାଯାଉଛି। ମାତ୍ର ଚୀନ ସବୁ​‌ବେଳେ ନିୟମ ଉଲ୍ଲଂଘନ କରୁଛି। ଯେଉଁଥିପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି।

Related posts

Leave a Comment