ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ଶର୍ବରୀ ଦତ୍ତଙ୍କ ରହସ୍ୟମୟ ମୃତ୍ୟୁ : ତଦନ୍ତ ଚଳାଇଛି କୋଲକାତା ପୋଲିସ୍

କୋଲକାତା ୧୮/୯: ପ୍ରଖ୍ୟାତ ଫ୍ୟାଶନ୍ ଡିଜାଇନର ଶର୍ବରୀ ଦତ୍ତାଙ୍କର ପରଲୋକ ଘଟିଛି। ଶର୍ବରୀଙ୍କ ଶବ ତାଙ୍କ କୋଲକାତା ସ୍ଥିତ ବାସଭବନର ବାଥରୁମରୁ ଉଦ୍ଧାର ହୋଇଛି। ଶର୍ବରୀଙ୍କ ମୃତ୍ୟୁର କାରଣ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ।

ପୋଲିସର କହିବା ମୁତାବକ ବାଥରୁମରୁ ପାଖାପାଖି ରାତି ୧୨ଟାରେ ଶର୍ବରୀଙ୍କ ଶବ ଜବତ କରାଯାଇଛି। ସୂଚନା ମିଳିବା ମାତ୍ରେ କୋଲକାତା ପୋଲିସ୍ ତୁରନ୍ତ ଘଟଣାସ୍ଥଳ​‌ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଶର୍ବରୀଙ୍କ ପରିବାର ଲୋକଙ୍କ କହିବା ମୁତାବକ ୬୩ବର୍ଷ ବୟସ୍କା ଶର୍ବରୀଙ୍କୁ ଶେଷ ଥର ମଙ୍ଗଳବାର ରାତିରେ ଡିନର କରିବାବେଳେ ଦେଖାଯାଇଥିଲା। ଏହା ପରଠୁ ସେ କାହା ସହିତ କଥା ହୋଇନଥିଲେ। ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ଶର୍ବରୀଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଛି। କିନ୍ତୁ ତାଙ୍କ ପରିବାର ଲୋକେ କହିଛନ୍ତି ଯେ ସେ ପୂରା ଠିକ୍ ଥିଲେ। କୋଲକାତା ପୋଲିସ୍ ମାମଲାର ତଦନ୍ତ କରୁଛି। ବର୍ତ୍ତମାନ ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଶର୍ବରୀ ପ୍ରସିଦ୍ଧ ବଙ୍ଗାଳୀ କବି ଅଜିତ ଦତ୍ତଙ୍କ ଝିଅ। ଶର୍ବରୀ ଜଣେ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ଥିଲେ।

Related posts

Leave a Comment