ଋଷିଆରୁ ଆସିଛି ଭଲ ଖବର : ଆସନ୍ତା ସପ୍ତାହରୁ ମିଳିବ କରୋନା ଔଷଧ

ନୂଆଦିଲ୍ଲୀ ୧୯/୯: ବିଶ୍ୱର ପ୍ରଥମ କରୋନା ଟିକା ବାହାର କରିଥିବା ଋଷିଆରୁ ଆସିଛି ଆଉ ଏକ ଭଲ ଖବର । ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ଦେଖାଯାଉଥିବା କରୋନା ଆକ୍ରାନ୍ତଙ୍କ ପାଇଁ ଏକ ଔଷଧକୁ ଅନୁମତି ଦେଇଛି ପୁଟିନ ପ୍ରଶାସନ । କରୋନା-ଭି ନାଁରେ ଏହି ଔଷଧକୁ ବିକଶିତ କରିଛି ଆର-ଫାର୍ମା । ଶୁକ୍ରବାର କମ୍ପାନୀ କହିଛି ଆଗାମୀ ସପ୍ତାହରୁ ଏହା ବଜାରରେ ଉପଲବ୍ଧ ହେବ । ହସ୍ପିଟାଲରେ ଭର୍ତ୍ତି ହୋଇନଥିବା ଆକ୍ରାନ୍ତ ମଧ୍ୟ ଏହି ଔଷଧ ବଜାରରୁ ନେଇ ଡାକ୍ତରଙ୍କ ପରାମର୍ଶରେ ଖାଇପାରିବେ । ଔଷଧ ନିର୍ମାତା ଆର-ଫାର୍ମା କହିଛି ପ୍ରାୟ ୧୬୮ ଜଣ ଆକ୍ରାନ୍ତଙ୍କଠାରେ ଏହି ଔଷଧର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପରେ ଔଷଧକୁ ଅନୁମତି ମିଳିଛି । ସେହିପରି ଆଉ ଏକ କରୋନା ଔଷଧ ଆଭିଫାଭିରକୁ ଗତ ମେ’ ମାସରେ ଅନୁମତି…

ସୁଶାନ୍ତ ମୃତ୍ୟୁ ମାମଲା: ସଲମାନ ଓ କରଣ ଜୋହରଙ୍କ ସମେତ ୮ ସେଲିବ୍ରିଟିଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦେଶ

ମୁଜାଫରପୁର ୧୮/୦୯: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମୁଜାଫରପର ଜିଲ୍ଲା କୋର୍ଟ ଆଜି ଏକ ବଡ଼ ନିଷ୍ପତି ଶୁଣାଇଛନ୍ତି। ଆଦେଶ ଅନୁସାରେ ୮ଜଣ ସେଲିବ୍ରିଟି ଉକ୍ତ ଜିଲ୍ଲା କୋର୍ଟରେ ହାଜର ହେବେ। ସେମାନେ ନିଜେ ନଚେତ ଓକିଲଙ୍କ ମାଧ୍ୟମରେ ହାଜର ହୋଇପାରିବେ । ତେବେ ଏ ନେଇ ଅକ୍ଟେବାର ୭ ତାରିଖ ସ୍ଥିର ହୋଇଛି। ଜିଲ୍ଲା କୋର୍ଟଙ୍କ ଆଦେଶ ଅନୁସାରେ ସଲମାନ ଖାନ, କରଣ ଜୋହର, ଆଦିତ୍ୟ ଚୋପଡ଼ା, ସାଜିଦ ନଦିଆଓ୍ବାଲା, ସଞ୍ଜୟ ଲୀଳା ଭଂସାଲୀ, ଏକତା କପୁର, ଭୂଷଣ କୁମାର ଓ ଦୀନେଶ ବିଜୟନ ଅକ୍ଟୋବର ୭ରେ କୋର୍ଟରେ ହାଜର ହେବେ। ଏହା ବାଦ୍ ଏ ସମସ୍ତଙ୍କୁ କୋର୍ଟ ନୋଟିସ୍ ମଧ୍ୟ ପଠାଯାଇଛି। ଏମାନଙ୍କ ବିରୋଧରେ ଆଡଭୋକେଟ୍ ସୁଧୀର ଓଝା ଅଭିଯୋଗ ଆଣିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ପରିବାରବାଦକୁ ଦର୍ଶାଇ ଏମାନଙ୍କୁ…

କୁମ୍ଭମେଳା ୨୦୨୧: କରୋନା ଯୋଗୁ ପ୍ରଥମ ଥର ଶ୍ରଦ୍ଧାଳୁଙ୍କ ପାଇଁ ଜାରି ହେବ ପାସ୍

ନୂଆଦିଲ୍ଲୀ ୧୯/୦୯: ଦୁନିଆର ସବୁଠୁ ବଡ଼ ମେଳା କୁମ୍ଭମେଳା । ପ୍ରତିବର୍ଷ ବହୁ ସଂଖ୍ୟକ ଶ୍ରଦ୍ଧାଳୁ କୁମ୍ଭମେଳା ଆୟୋଜନରେ ସାମିଲ ହୁଅନ୍ତି। ଏଥର କିନ୍ତୁ ସେମିତି କିଛି ଘଟିବ ନାହିଁ। କରୋନା ଯୋଗୁ ମେଳାରେ କିଛିଟା ପରିବର୍ତନ ଦେଖିବାକୁ ମିଳିବ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତ ଗତକାଲି କହିଛନ୍ତି ୨୦୨୧ରେ ହରିଦ୍ବାର କୁମ୍ଭ ମେଳା ଆୟୋଜନରେ ନିର୍ଧିଷ୍ଟ ସଂଖ୍ୟକ ଲୋକମାନେ ଏକତ୍ରିତ ହେ​‌ବେ। ଏ ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ପାସ୍ ଜାରି କରାଯିବ। କାରଣ କରୋନା ମହାମାରୀ ଯୋଗୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ସୀମିତ ରଖାଯିବ। ଏ ପ୍ରସଙ୍ଗରେ ରାଓ୍ବତ ସନ୍ଥମାନଙ୍କ ସହ ଆଲୋଚନା କରିଛନ୍ତି। ସେମାନେ ମଧ୍ୟ ରାଓ୍ବତଙ୍କ କଥାରେ ସହମତି ପ୍ରକାଶ କରିଛନ୍ତି। ତେବେ ଏଥର ଇତିହାସରେ ପ୍ରଥମ ଥର ପାଇଁ କୁମ୍ଭମେଳାରେ ଶ୍ରଦ୍ଧାଳୁଙ୍କୁ ପାସ୍ ଜାରି କରାଯିବାର ବ୍ୟବସ୍ଥା ହେବ। ରାଜ୍ୟରେ ବିଜେପି…

ଉର୍ମିଳା ମାତୋଣ୍ଡକରଙ୍କୁ ଲିଗାଲ୍ ନୋଟିସ୍

ମୁମ୍ବାଇ ୧୯/୦୯ : ଦେବଭୂମି ଓ ବୀରଭୂମି ହିମାଚଳ ପ୍ରଦେଶକୁ ଡ୍ରଗ୍ସର ଗଡ କହିବାରୁ ରାଜ୍ୟରେ ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ବିରୋଧ କରାଯାଇଛି । ଧର୍ମଶାଳା ଅଭିଵକ୍ତା ବିଶ୍ୱ ଚକ୍ଷୁ ଉର୍ମିଳାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଉର୍ମିଳାଙ୍କୁ ସେ ଲିଗାଲ ନୋଟିସ ପଠାଇଛନ୍ତି । ହିମାଚଳର ଛବି ଧୁମିଳ କରିବାରୁ ଫୌଜଦାରୀ ମାନହାନି ମାମଲା ରୁଜ୍ଜୁ କରାଯିବ । ଧର୍ମଶାଳା ଓକିଲ ବିଶ୍ୱ ଚକ୍ଷୁ କହିଛନ୍ତି ଯେ, ଦେବଭୂମି ହିମାଚଳ ପ୍ରଦେଶ କେବଳ ଦେବଭୂମି ନୁହେଁ, ଦେଶ ଓ ସାରା ବିଶ୍ୱରେ ବୀରଭୂମି ଭାବେ ପରିଚିତ । ରାଜ୍ୟର ବୀର ଦେଶର ସୁରକ୍ଷା ପାଇଁ ସର୍ବଦା ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ଏହାସହ ହିମାଚଳ ଝିଅ କଙ୍ଗନା ରାଣବାତ ସୁଶାନ୍ତ ସିଂହ ମୃତ୍ୟୁ ମାମଲା, ବଲିଉଡରେ ଡ୍ରଗ୍ସ ମାମଲାକୁ ନେଇ ଖୁଲାସା…

ବାଲେଶ୍ବର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବେ ଓଡିଆ ସିନେଷ୍ଟାର ଅରିନ୍ଦମ୍!

ବାଲେଶ୍ବର ୧୯/୯:  ବାଲେଶ୍ବର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଓଡିଆ ସିନେଷ୍ଟାର ଅରିନ୍ଦମ୍ ରାୟ । ଏନେଇ  ଚର୍ଚ୍ଚା ଜୋର ଧରିଛି । ବାଲେଶ୍ବର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ  ସାଂସଦ ରବିନ୍ଦ୍ର ଜେନାଙ୍କ ସମ୍ପର୍କୀୟ ହେଉଛନ୍ତି ଅରିନ୍ଦମ୍ । ଏହା ସହ ବିଜେଡ଼ିର ଆଉ ଜଣେ ତୁଙ୍ଗ ନେତାଙ୍କ ସହ ଅରିନ୍ଦମଙ୍କ ପାରିବାରିକ ସମ୍ପର୍କ ରହିଛି। ଏହା ବ୍ୟତୀତ ସେ ଗତ ଥର ବିଜେଡ଼ି ପାଇଁ ପ୍ରଚାର କରିଥିଲେ। ସେଥିପାଇଁ ଦଳୀୟ କର୍ମୀ ଅରିନ୍ଦମଙ୍କ ନାଁ ନେଇ ଚର୍ଚ୍ଚା କରୁଛନ୍ତି । ବାଲେଶ୍ବର ସଦର ବିଧାନସଭା ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେଡ଼ି,ବିଜେପି ଓ କଂଗ୍ରେସ୍ ନିଜ ନିଜର କସରତ ଆରମ୍ଭ କରିଛନ୍ତି। ଦିବଂଗତ ବିଧାୟକ ମଦନ ମୋହନ ଦତ୍ତ ଗତ ବର୍ଷ ବିଜେପି ଆସନ ଜିିତିଥିବାବେଳେ ତାଙ୍କ ଆକସ୍ମିକ ମୃତ୍ୟୁ ଯୋଗୁଁ…

ଦେଶରେ ୮୫ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା : ୨୪ଘଣ୍ଟାରେ ୧୨୪୭ ମୃତ

ନୂଆଦିଲ୍ଲୀ ୧୯/୯: ଭାରତରେ ୫୩ ଲକ୍ଷ ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ଗତ କିଛି ଦିନ ହେଲା ଦିନକୁ ପ୍ରାୟ ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୯୩ ହଜାର ୩୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୪୭ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩ ଲକ୍ଷ ୮ ହଜାର ୧୫କୁ ବୃଦ୍ଧି ହୋଇଛି । ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୧୩ ହଜାର ୯୬୪ଟି ଆକ୍ଟିଭ କେସ ଥିବା ବେଳେ ୪୨ ଲକ୍ଷ ୮ ହଜାର ୪୩୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ଏବେ ସୁଦ୍ଧା ମୋଟ ୬ କୋଟି ୨୪ ଲକ୍ଷ ୫୪ ହଜାର ୨୫୪ ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ଗତକାଲି ୮ ଲକ୍ଷ ୮୧ ହଜାର…

ଜନସାଧାରଣଙ୍କ ସମର୍ଥନ ଓ ସହୃଦୟତା ପାଇଁ କୃତଜ୍ଞତା ଜଣାଇଲେ ଭିକୁ ସେଠଙ୍କ‌ ପତ୍ନୀ

ଭୁବନେଶ୍ୱର ୧୯/୦୯ : ଭିକୁ ସେଠ ପତ୍ନୀଙ୍କ ନିବେଦନ -ଯାତ୍ରା ଜଗତର ଲୋକପ୍ରିୟ ଅଭିନେତା ମହେନ୍ଦ୍ର ଦାସ ଓରଫ ଭିକୁ ସେଠଙ୍କ ଅକାଳ ବିୟୋଗରେ ଭାଙ୍ଗି ପଡିଛି ତାଙ୍କୁ ପୁରା ପରିବାର । ଆଉ ସେମାନଙ୍କ ଆର୍ଥିବ ଅବସ୍ଥା ସ୍ବଛଳ ନାହିଁ | ଚଳିତ ବର୍ଷ ମହେନ୍ଦ୍ର ଦାସ ପାର୍ବତୀ ଗଣନାଟ୍ୟରେ ଅଭିନୟ ଜାରି ରଖିଥିଲେ । ତେବେ ସେହି ପାର୍ଟିର ପ୍ରଯୋଜକ ତାଙ୍କ ବକେୟା ଦରମା ଅଢେଇ ଲକ୍ଷ ଟଙ୍କା ବାକି ରଖିଛନ୍ତି । ସେହି ଟଙ୍କା ପାଇବା ପାଇଁ ତାଙ୍କ ପତ୍ନୀ ବେବିନା ଦାସ ନ୍ୟୁଜ୍7ର ସହାୟତା ଲୋଢି ଥିଲେ । ତେବେ ସେ ଜନସାଧାରଣଙ୍କଠାରୁ କୌଣସି ଆର୍ଥିକ ସହାୟତା ଚାହାଁନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଜନସାଧାରଣଙ୍କ ଠାରୁ ଆର୍ଥିକ ସହାୟତା ଲୋଡ଼ିନଥିଲେ । ସେ ଯାତ୍ରା ମାଲିକଙ୍କ ଠାରୁ କେବଳ…

ଆଇପିଏଲ ଉଦଘାଟନୀ ମ୍ୟାଚ୍: ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ, ଗଣମାଧ୍ୟମକୁ ଷ୍ଟାଡିୟମ ମନା

ନୂଆଦିଲ୍ଲୀ ୧୯/୦୯ : ଆଜି ଆଇପିଏଲର ଉଦଘାଟନୀ ମ୍ୟାଚ୍ । ଫଟାଫଟ କ୍ରିକେଟ ପାଇଁ ସଜେଇ ହୋଉଛି ଦୁବାଇ । ଆଲୋକମାଳାରେ ଝଲସୁଛି ଷ୍ଟାଡିୟମ। ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଦୁବାଇ ଓ ଆବୁଧାବୀର ଷ୍ଟାଡିୟମ୍ । ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ । ୟୁଏଇରେ ହେବାକୁ ଥିବା ଚଳିତ ବର୍ଷ ଆଇପିଏଲରେ ମୋଟ ୫୬ ମ୍ୟାଚ୍ ଖେଳାଯିବ । ଏଥିରୁ ଦୁବାଇରେ ୨୪ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଆବୁଧାବିରେ ୨୦ଟି ମ୍ୟାଚ୍ ଖେଳାଯିବ ।ସେହିପରି ୧୨ଟି ଲିଗ ମ୍ୟାଚ୍ ଶାରଜାହ ଷ୍ଟାଡିୟମରେ ଖେଳା ଯିବ । ଅନ୍ୟପକ୍ଷରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିକଟରେ ଶାରଜାହ ଷ୍ଟାଡିୟମ ଗସ୍ତରେ ଯାଇଥିଲେ । ସେଠାରେ ସେ ଷ୍ଟାଡିୟମ ଅନୁଧ୍ୟାନ କରିଥିଲେ । ତେବେ ଚଳିତ ଆଇପିଏଲ ମ୍ୟାଚ ଏହି ୩…

ରାଜ୍ୟରେ ଚିହ୍ନଟ ହେଲେ ୪୨୦୯ କରୋନା ସଂକ୍ରମିତ,୧୭୫୫୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର ୧୯।୯: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୨୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୫୫୫୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୪୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୭୬୮ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୭୫୫୫୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୭୨୩୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩୭୫୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୭୧୫୮୨୨ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ ସହ ହାତ ମିଳାଉଥିବା ବିଗ୍ ବିଙ୍କ ଫଟୋ ଭାଇରାଲ୍: ମୁହଁ ଖୋଲିଲେ ଅଭିଷେକ

ନୂଆଦିଲ୍ଲୀ ୧୯/୦୯ : ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ଏଜ ଫଟୋ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି । ଫଟୋରେ ବିଗ ବି ଜଣେ ବ୍ୟକ୍ତିଙ୍କ ସହ ହାତ ମିଳୁଥିବା ନଜର ଆସିଛନ୍ତି । ଫଟୋକୁ ଦେଖି ଦାବି ହୋଇଛି ଯେ ଫଟୋରେ ଅମିତାଭଙ୍କ ସହ ନଜର ଆସିଥିବା ବ୍ୟକ୍ତି ଆଉ କେହି ନୁହେଁ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମ । ଅନେକ ଲୋକ ଦାବି କରିଛନ୍ତି ଯେ ଉକ୍ତ ବ୍ୟକ୍ତି ଜଣକ ଦେଖିବାକୁ ବିଲକୁଲ ଦାଉଦ ଇବ୍ରାହିମ ଭଳି । ଏହି ଫଟୋ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି । ଫଟୋକୁ ନେଇ ବିଗ ବିଙ୍କୁ ମଧ୍ୟ ଟ୍ରୋଲ କରାଯାଉଛି । ଭାଇରାଲ ଫଟୋ ସହ ଏକ କ୍ୟାପସନ ମଧ୍ୟ ରହିଛି । ଫଟୋ ବହୁତ ପୁରୁଣା । କିନ୍ତୁ ଯେହେତୁ ଜୟା…