ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ ସହ ହାତ ମିଳାଉଥିବା ବିଗ୍ ବିଙ୍କ ଫଟୋ ଭାଇରାଲ୍: ମୁହଁ ଖୋଲିଲେ ଅଭିଷେକ

ନୂଆଦିଲ୍ଲୀ ୧୯/୦୯ : ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ଏଜ ଫଟୋ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି । ଫଟୋରେ ବିଗ ବି ଜଣେ ବ୍ୟକ୍ତିଙ୍କ ସହ ହାତ ମିଳୁଥିବା ନଜର ଆସିଛନ୍ତି । ଫଟୋକୁ ଦେଖି ଦାବି ହୋଇଛି ଯେ ଫଟୋରେ ଅମିତାଭଙ୍କ ସହ ନଜର ଆସିଥିବା ବ୍ୟକ୍ତି ଆଉ କେହି ନୁହେଁ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମ । ଅନେକ ଲୋକ ଦାବି କରିଛନ୍ତି ଯେ ଉକ୍ତ ବ୍ୟକ୍ତି ଜଣକ ଦେଖିବାକୁ ବିଲକୁଲ ଦାଉଦ ଇବ୍ରାହିମ ଭଳି । ଏହି ଫଟୋ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି । ଫଟୋକୁ ନେଇ ବିଗ ବିଙ୍କୁ ମଧ୍ୟ ଟ୍ରୋଲ କରାଯାଉଛି ।

ଭାଇରାଲ ଫଟୋ ସହ ଏକ କ୍ୟାପସନ ମଧ୍ୟ ରହିଛି । ଫଟୋ ବହୁତ ପୁରୁଣା । କିନ୍ତୁ ଯେହେତୁ ଜୟା ବଚ୍ଚନ ରାଜ୍ୟସଭାରେ ବଲିଉଡ ଓ ଡ୍ରଗ୍ସ ମାମଲାକୁ ନେଇ ବୟାନ ଦେବାପରେ ଏହି ଫଟୋ ଭାଇରାଲ୍ ହୋଇଛି । ମାମଲାକୁ ନେଇ ବର୍ତ୍ତମାନ ଅଭିଷେକ ବଚ୍ଚନ ସାମ୍ନାକୁ ଆସିଛନ୍ତି । ସେ ଏହି ଫଟୋ ପଛର ସତ୍ୟତା କହିଛନ୍ତି ।

ଜଣେ ଟ୍ୱିଟର ୟୁଜର ଏହି ଫଟୋ ସେୟାର କରିଥିଲେ । ଅଭିଷେକ ତାଙ୍କୁ ଜବାବ ଦେଇ କହିଛନ୍ତି, ଭାଇ, ଏହି ଫଟୋ ମୋ ପିତା ଅମିତାଭ ବଚ୍ଚନ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ରାଓ ଚୌହାନଙ୍କର । ଅଭିଷେକଙ୍କ ଜବାବ ପରେ ୟୁଜର ଫଟୋ ଡିଲିଟ କରିଦେଇଥିଲେ ।

ୱାର୍କ ଫ୍ରଣ୍ଟ କଥା ଯଦି କୁହାଯାଏ ତାହେଲେ ବିଗ୍ ବି କୌନ ବନେଗା କାରୋଡ଼ପତିର ସୁଟିଂ ଆରମ୍ଭ କରିଛନ୍ତି । ନିକଟରେ ସେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ଫେସ ସିଲ୍ଡ ପିନ୍ଧିଥିବା ନଜର ଆସିଛନ୍ତି ।

Related posts

Leave a Comment