ଉର୍ମିଳା ମାତୋଣ୍ଡକରଙ୍କୁ ଲିଗାଲ୍ ନୋଟିସ୍

ମୁମ୍ବାଇ ୧୯/୦୯ : ଦେବଭୂମି ଓ ବୀରଭୂମି ହିମାଚଳ ପ୍ରଦେଶକୁ ଡ୍ରଗ୍ସର ଗଡ କହିବାରୁ ରାଜ୍ୟରେ ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ବିରୋଧ କରାଯାଇଛି । ଧର୍ମଶାଳା ଅଭିଵକ୍ତା ବିଶ୍ୱ ଚକ୍ଷୁ ଉର୍ମିଳାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଉର୍ମିଳାଙ୍କୁ ସେ ଲିଗାଲ ନୋଟିସ ପଠାଇଛନ୍ତି । ହିମାଚଳର ଛବି ଧୁମିଳ କରିବାରୁ ଫୌଜଦାରୀ ମାନହାନି ମାମଲା ରୁଜ୍ଜୁ କରାଯିବ ।

ଧର୍ମଶାଳା ଓକିଲ ବିଶ୍ୱ ଚକ୍ଷୁ କହିଛନ୍ତି ଯେ, ଦେବଭୂମି ହିମାଚଳ ପ୍ରଦେଶ କେବଳ ଦେବଭୂମି ନୁହେଁ, ଦେଶ ଓ ସାରା ବିଶ୍ୱରେ ବୀରଭୂମି ଭାବେ ପରିଚିତ । ରାଜ୍ୟର ବୀର ଦେଶର ସୁରକ୍ଷା ପାଇଁ ସର୍ବଦା ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ଏହାସହ ହିମାଚଳ ଝିଅ କଙ୍ଗନା ରାଣବାତ ସୁଶାନ୍ତ ସିଂହ ମୃତ୍ୟୁ ମାମଲା, ବଲିଉଡରେ ଡ୍ରଗ୍ସ ମାମଲାକୁ ନେଇ ଖୁଲାସା କରିବାରୁ ମହାରାଷ୍ଟ୍ର ସରକାର ଅସାମ୍ବିଧାନିକ କାର୍ଯ୍ୟ କରିଛନ୍ତି ଯାହାକୁ ସାରା ଦେଶ ବିରୋଧ କରିଛି ।

ବିଶ୍ୱ ଚକ୍ଷୁ କହିଛନ୍ତି ଯେ, ହିମାଳୟର ମୁକୁଟ ସହିତ ହିମାଚଳ ସମଗ୍ର ଦେଶର ମୁଖ୍ୟ । ଏହିଭଳି ସ୍ଥିତିରେ ରାଜ୍ୟ ପାଇଁ ଏହିଭଳି ବୟାନବାଜି ବରଦାସ୍ତ କରାଯିବ ନାହିଁ । ସୂଚନାଯୋଗ୍ୟ ଯେ, ବିଶ୍ୱ ଚକ୍ଷୁ କରୋନା ମହାମାରୀ ଯୋଗୁଁ ଚୀନ ବିରୋଧରେ ଅନ୍ତରାଷ୍ଟ୍ରୀୟ କୋର୍ଟ ଅଫ ଜଷ୍ଟିସ, ନେଦରଲାଣ୍ଡରେ ମାମଲା ରୁଜ୍ଜୁ କରିବାକୁ ପ୍ରପତ୍ର ଦାଏର କରିଛନ୍ତି । ଏହାଛଡା ଭାରତୀୟ ସେନା ପ୍ରତି ବିବାଦୀୟ ବୟାନ ଦେଇଥିବା କହ୍ନେୟା କୁମାରଙ୍କ ବିରୋଧରେ ଧର୍ମଶାଳା କୋର୍ଟରେ ମାମଲା ରୁଜ୍ଜୁ କରିଥିଲେ ।

Related posts

Leave a Comment