କୁମ୍ଭମେଳା ୨୦୨୧: କରୋନା ଯୋଗୁ ପ୍ରଥମ ଥର ଶ୍ରଦ୍ଧାଳୁଙ୍କ ପାଇଁ ଜାରି ହେବ ପାସ୍

ନୂଆଦିଲ୍ଲୀ ୧୯/୦୯: ଦୁନିଆର ସବୁଠୁ ବଡ଼ ମେଳା କୁମ୍ଭମେଳା । ପ୍ରତିବର୍ଷ ବହୁ ସଂଖ୍ୟକ ଶ୍ରଦ୍ଧାଳୁ କୁମ୍ଭମେଳା ଆୟୋଜନରେ ସାମିଲ ହୁଅନ୍ତି। ଏଥର କିନ୍ତୁ ସେମିତି କିଛି ଘଟିବ ନାହିଁ। କରୋନା ଯୋଗୁ ମେଳାରେ କିଛିଟା ପରିବର୍ତନ ଦେଖିବାକୁ ମିଳିବ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତ ଗତକାଲି କହିଛନ୍ତି ୨୦୨୧ରେ ହରିଦ୍ବାର କୁମ୍ଭ ମେଳା ଆୟୋଜନରେ ନିର୍ଧିଷ୍ଟ ସଂଖ୍ୟକ ଲୋକମାନେ ଏକତ୍ରିତ ହେ​‌ବେ। ଏ ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ପାସ୍ ଜାରି କରାଯିବ। କାରଣ କରୋନା ମହାମାରୀ ଯୋଗୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ସୀମିତ ରଖାଯିବ। ଏ ପ୍ରସଙ୍ଗରେ ରାଓ୍ବତ ସନ୍ଥମାନଙ୍କ ସହ ଆଲୋଚନା କରିଛନ୍ତି। ସେମାନେ ମଧ୍ୟ ରାଓ୍ବତଙ୍କ କଥାରେ ସହମତି ପ୍ରକାଶ କରିଛନ୍ତି। ତେବେ ଏଥର ଇତିହାସରେ ପ୍ରଥମ ଥର ପାଇଁ କୁମ୍ଭମେଳାରେ ଶ୍ରଦ୍ଧାଳୁଙ୍କୁ ପାସ୍ ଜାରି କରାଯିବାର ବ୍ୟବସ୍ଥା ହେବ।

ରାଜ୍ୟରେ ବିଜେପି ସରକାରଙ୍କ ସାଢ଼େ ତିନି ବର୍ଷ ପୂରା ହେବା ଅବସରରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ସହ ଏଭଳି ଆଲୋଚନା କରିଛନ୍ତି। ଏହା ସହ ସେ ଆଲବେଦର ରାସ୍ତା ପରିଯୋଜନା ସମ୍ପର୍କରେ ବି କହିଛନ୍ତି। ସେ କହିଛନ୍ତି ଯେ ରାସ୍ତାର ଚଉଡା ୫.୫ ମିଟର ଚଉଡାରୁ କମ୍ ହେବ ନାହିଁ। ତାଙ୍କ ମତରେ ରାସ୍ତା ସେନାର ଆବଶ୍ୟକତା ହିସାବରେ ଚଉଡ଼ା ହେବା ଦରକାର। ଏହାକୁ ନେଇ ରାଜ୍ୟସରକାର କେନ୍ଦ୍ରସରକାରଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ ସୁପ୍ରିମ କୋର୍ଟ ଦ୍ବାରା ଗଠିତ କମିଟି ୨୦୧୮ରେ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ସର୍କୁଲାର ଅନୁସାରେ ରାସ୍ତାର ଚଉଡା ୫.୫ ମିଟରରୁ ୭ ମିଟର ରଖିବାର ପ୍ରସ୍ତାବ ଦିଆଯାଇଥିଲା।

Related posts

Leave a Comment