ଜନସାଧାରଣଙ୍କ ସମର୍ଥନ ଓ ସହୃଦୟତା ପାଇଁ କୃତଜ୍ଞତା ଜଣାଇଲେ ଭିକୁ ସେଠଙ୍କ‌ ପତ୍ନୀ

ଭୁବନେଶ୍ୱର ୧୯/୦୯ : ଭିକୁ ସେଠ ପତ୍ନୀଙ୍କ ନିବେଦନ -ଯାତ୍ରା ଜଗତର ଲୋକପ୍ରିୟ ଅଭିନେତା ମହେନ୍ଦ୍ର ଦାସ ଓରଫ ଭିକୁ ସେଠଙ୍କ ଅକାଳ ବିୟୋଗରେ ଭାଙ୍ଗି ପଡିଛି ତାଙ୍କୁ ପୁରା ପରିବାର । ଆଉ ସେମାନଙ୍କ ଆର୍ଥିବ ଅବସ୍ଥା ସ୍ବଛଳ ନାହିଁ | ଚଳିତ ବର୍ଷ ମହେନ୍ଦ୍ର ଦାସ ପାର୍ବତୀ ଗଣନାଟ୍ୟରେ ଅଭିନୟ ଜାରି ରଖିଥିଲେ । ତେବେ ସେହି ପାର୍ଟିର ପ୍ରଯୋଜକ ତାଙ୍କ ବକେୟା ଦରମା ଅଢେଇ ଲକ୍ଷ ଟଙ୍କା ବାକି ରଖିଛନ୍ତି । ସେହି ଟଙ୍କା ପାଇବା ପାଇଁ ତାଙ୍କ ପତ୍ନୀ ବେବିନା ଦାସ ନ୍ୟୁଜ୍7ର ସହାୟତା ଲୋଢି ଥିଲେ । ତେବେ ସେ ଜନସାଧାରଣଙ୍କଠାରୁ କୌଣସି ଆର୍ଥିକ ସହାୟତା ଚାହାଁନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଜନସାଧାରଣଙ୍କ ଠାରୁ ଆର୍ଥିକ ସହାୟତା ଲୋଡ଼ିନଥିଲେ । ସେ ଯାତ୍ରା ମାଲିକଙ୍କ ଠାରୁ କେବଳ ତାଙ୍କ ସ୍ୱାମୀଙ୍କ ବକେୟା ଦରମା ପାଇବାକୁ ଚାହିଁଥିଲେ । ତଥାପି ଲୋକେ ତାଙ୍କୁ ସାହାଯ୍ୟ କରିଥିଲେ । ସେଥିପାଇଁ ସେ ଜନସଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ମହେନ୍ଦ୍ର ଦାସଙ୍କ ପତ୍ନୀ ଆର୍ଥିକ ସାହାଯ୍ୟ ପାଇଁ ହାତ ଯୋଡି ଗୁହାରି କରିଥିଲେ । ଚଳିତ ବର୍ଷ ମହେନ୍ଦ୍ର ଦାସ ପାର୍ବତୀ ଗଣନାଟ୍ୟରେ ଅଭିନୟ କରୁଥିଲେ । ଆଉ ତାଙ୍କ ପାରଶ୍ରମିକ ବାବଦରେ ଅଢେଇ ଲକ୍ଷ ଟଙ୍କା ବାକି ଥିବା ତାଙ୍କ ପତ୍ନୀ ବେବିନା ଦାସ କହିଛନ୍ତି । ଏହି ବକେୟା ଟଙ୍କା ତାଙ୍କୁ ଏବେ ମିଳିଗଲେ ସେ ଶୁଦ୍ଧିକ୍ରୀୟା କରିବା ସହ ତାଙ୍କ ଝିଅର ପାଠପଢା ଖର୍ଚ୍ଚ ତୁଲାଇ ପାରିବେ ବୋଲି କହିଥିଲେ ।

Related posts

Leave a Comment