ରାଜ୍ୟରେ ଚିହ୍ନଟ ହେଲେ ୪୧୮୯ କରୋନା ସଂକ୍ରମିତ, ୧୮୮୩୧୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର ୨୨।୯: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୧୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୮୩୧୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୫୩ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୭୩୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୮୮୩୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୮୧୫୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୪୯୩୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୮୬୦୪୧୦ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିଲା ଆଉ ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କ ନାଁ

ମୁମ୍ବାଇ ୨୨/୦୯ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ମାମଲାରେ ଅନେକ ବଲିଉଡ ସେଲିବ୍ରିଟି ନାଁ ସାମ୍ନାକୁ ଆସିଛି | ସୁଶାନ୍ତ ସିଂହ ରାଜପୁତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହାଙ୍କ ଏକ ଚାଟରେ D ଓ K ନାମ ଉଲ୍ଲେଖ କରାଯାଇଛି । ଏନସିବି ସୂତ୍ର ଅନୁଯାୟୀ,  D ଅର୍ଥାତ ଦୀପିକା ପାଦୁକୋଣ ଓ K ଅର୍ଥାତ କରିସ୍ମା (ଜୟାଙ୍କ ସହଯୋଗୀ)। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସୁଶାନ୍ତ ସିଂଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦୀ ଏବଂ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହାଙ୍କୁ ସୋମବାର ସିନା ଏଜେନ୍ସି କାର୍ଯ୍ୟାଳୟରେ ହାଜର ହେବାକୁ କହିଥିଲେ । ଅଧିକାରୀ କହିଛନ୍ତି ଯେ ଜୟା ଶାହା ଅପରାହ୍ନ ପ୍ରାୟ ଦୁଇଟା ସମୟରେ ଦକ୍ଷିଣ ମୁମ୍ବାଇର ଏନସିବିର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏନସିବି ମଙ୍ଗଳବାର…

ରାଜ୍ୟରେ ଆଉ ୧୧ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୭୨୧ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର ୨୨।୯: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ୧୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୨୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୮୮୩୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୮୧୫୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୪୯୩୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୭୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।  ଏବେ ସୁଦ୍ଧା ରାଜ୍ୟରେ ୨୮୬୦୪୧୦ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

ଖୁବ୍ ଶୀଘ୍ର ବନ୍ଧା ହୋଇପାରନ୍ତି ଟଲିଉଡ ମେଗାଷ୍ଟାର ମହେଶ ବାବୁଙ୍କ ପତ୍ନୀ

ମୁମ୍ବାଇ ୨୨/୯: ସୁଶାନ୍ତ କେସ୍‌ରେ ଡ୍ରଗ୍ସ୍ ଆଙ୍ଗଲରେ ନମ୍ରତା ଶିରୋଦକରଙ୍କ ନାଁ ଆସିବା ସମସ୍ତଙ୍କୁ ଚମକାଇ ଦେଇଛି। ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଜୟା ଶାହଙ୍କ ସହ ପଚରାଉଚୁରାରେ ଏନସିବିକୁ ଜୟାଙ୍କ କିଛି ହ୍ବାଟସଆପ୍ ଚ୍ୟାଟ୍ ମିଳିଛି ଯେଉଁଥିରେ ଜଣେ ଅଭିନେତ୍ରୀଙ୍କ ନାଁ ‘ଏନ’ରୁ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ ସୁଶାନ୍ତଙ୍କ ମ୍ୟାନେଜର ଜୟା ଯେଉଁ ଅଭିନେତ୍ରୀଙ୍କ ସହ ଡ୍ରଗ୍ସକୁ ନେଇ କଥା ହେଉଥିଲେ ସେ ଆଉ କେହି ନୁହେଁ ବରଂ ଜଣାଶୁଣା ଅଭିନେତ୍ରୀ ଏବଂ ଦକ୍ଷିଣର ସୁପରଷ୍ଟାର ମହେଶ ବାବୁଙ୍କ ପତ୍ନୀ ନମ୍ରତା ଶିରୋଦକର। ଜୟାଙ୍କ ଏହି ହ୍ବାଟସଆପ୍ ଚ୍ୟାଟରେ ସେ ଡ୍ରଗ୍ସ ସମ୍ବନ୍ଧରେ ନମ୍ରତାଙ୍କ ସହ କଥା ହେଉଥିବା ନଜର ଆସିଛନ୍ତି। ଡ୍ରଗ୍ସ ବିଷୟରେ ନମ୍ରତା ଜୟାଙ୍କୁ କହୁଛନ୍ତି ଯେ ତୁମେ ମୋତେ ପ୍ରମିସ୍ କରିଥିଲ ଯେ ମୋତେ ଭଲ MD ବମ୍ବେରେ ଦେବ ଏବଂ…

ସେପ୍ଟେମ୍ବର ୨୪ ତାରିଖରେ ବିରାଟ କୋହଲି ଓ ମିଲିନ୍ଦ ସୋମନଙ୍କ ସହ ଏକ ଖାସ ବିଷୟରେ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ ୨୨/୦୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୪ ତାରିଖ, ଗୁରୁବାର ଦିନ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଓ ଅଭିନେତା ମିଲିନ୍ଦ ସୋମନଙ୍କ ସହ କଥାବାର୍ତ୍ତା କରିବେ । ସେପ୍ଟେମ୍ବର ୨୪ ତାରିଖରେ ଫିଟ୍ ଇଣ୍ଡିଆ ମୁଭମେଣ୍ଟର ପ୍ରଥମ ବାର୍ଷିକୀ ପାଳନ କରାଯିବ । ଏଥିପାଇଁ ଅନଲାଇନ ମାଧ୍ୟମରେ ଫିଟ୍ ଇଣ୍ଡିଆ ସମ୍ବାଦ ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀ ମୋଦି ଏହି ଆୟୋଜନରେ ସେହି ଲୋକମାନଙ୍କ ସହ କଥାବାର୍ତ୍ତା କରିବେ ଯେଉଁମାନେ ଲୋକଙ୍କୁ ଫିଟନେସ ପାଇଁ ପ୍ରେରିତ କରିଛନ୍ତି । ଗଣମାଧ୍ୟମକୁ ଦିଆଯାଇଥିବା ଅଫିସିଆଲ ସୂଚନା ଅନୁଯାୟୀ, ଅନଲାଇନ ଆଲୋଚନାରେ ସାମିଲ ଥିବା ଲୋକେ ଭଲ ସ୍ୱାସ୍ଥ୍ୟ ଓ ଫିଟନେସ ସମ୍ପର୍କରେ କହିବେ । ସେମାନଙ୍କ ବିଚାର ଉପରେ ମୋଦିଙ୍କ ତରଫରୁ ମଧ୍ୟ ମାର୍ଗଦର୍ଶନ କରାଯିବ । ଏହି ସମୟରେ ଲୋକେ ସେମାନଙ୍କ…

ଅଭିନେତ୍ରୀ ଆଶାଲତାଙ୍କ ପରଲୋକ

ସତାରା ୨୨/୯: ଚର୍ଚ୍ଚିତ ମରାଠୀ ଅଭିନେତ୍ରୀ ଆଶାଲତା ବାବଗାଁଓକରଙ୍କ ମଙ୍ଗଳବାର ସକାଳେ ଦୀର୍ଘ ଦିନର ଅସୁସ୍ଥତା ପରେ ସତାରାର ଏକ ହସ୍ପିଟାଲରେ ପରଲୋକ ହୋଇ ଯାଇଛି। ହସ୍ପିଟାଲ ପ୍ରଶାସନ ତାଙ୍କ ପରଲୋକର ଖବର ଦେଇଛନ୍ତି। ଆଶାଲତାଙ୍କୁ ୭୯ବର୍ଷ ବୟସ ହୋଇଥିଲା। ସେପ୍ଟେମ୍ବର ୧୭ତାରିଖରୁ ତାଙ୍କର ମହାରାଷ୍ଟ୍ରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ସେ ଅନେକ ବଲିଉଡ ଫିଲ୍ମରେ କାମ କରିଥିଲେ ଏବଂ ସେ ଅମିତାଭ ବଚ୍ଚନଙ୍କ ସହ ମଧ୍ୟ କାମ କରିଥିଲେ।ହସ୍ପିଟାଲର ଏକ ବରିଷ୍ଠ ଡାକ୍ତରଙ୍କ କହିବା ଅନୁସାରେ ସୋମବାର ସନ୍ଧ୍ୟାରୁ ତାଙ୍କ ଦେହ ଆହୁରି ଅସୁସ୍ଥ ହୋଇଯାଇଥିଲା ଯାହା ଫଳରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ସେ ଆଜି ସକାଳେ ଆଖି ବୁଜି ଦେଇଥିଲେ। ଆଶାଲତା ସତାରାକୁ ନିଜର ଏକ ଫିଲ୍ମ ସୁଟିଂ କରିବାକୁ ଯାଇଥିଲେ। ସେ ଅନେକ ମରାଠୀ ଲୋକପ୍ରିୟ ହିଟ୍ ଫିଲ୍ମରେ…

ଡ୍ରଗ୍ସ ମାମଲାରେ ଆଉ ଜଣେ ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିବା ପରେ କଙ୍ଗନାଙ୍କ ପ୍ରତିକ୍ରିୟା

ମୁମ୍ବାଇ ୨୨/୦୯ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରେ ଏନସିବି ମାମଲାର ତଦନ୍ତ କରୁଛି । ଏବେ ସୁଦ୍ଧା ଏହି ମାମଲାରେ ବଲିଉଡର ଅନେକ ଟପ୍ କଳାକାରଙ୍କ ନାଁ ସାମ୍ନାକୁ ଆସିଛି । ବର୍ତ୍ତମାନ ବଲିଉଡର ଆଉ ଜଣେ ଟପ୍ ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଛି । ଏନସିବି ସୋମବାର ଦିନ ସୁଶାନ୍ତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହଙ୍କୁ ପଚରାଉଚୁରା କରିଥିଲା । D ଓ K ମଧ୍ୟରେ ଡ୍ରଗ୍ସକୁ ନେଇ ହୋଇଥିବା ଚାଟର ଖୁଲାସା ହୋଇଥିଲା । ଚାଟରେ D, K ଠାରୁ ମାଲ୍ ମାଗିଥିବା ନଜର ଆସିଛି । ଏହି ମାମଲାରେ କଙ୍ଗନା ରଣାୱତ ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ୱିଟ କରି କହିଛନ୍ତି, “ମୋ ପରେ ପୁନରାବୃତ୍ତି କର, ଡିପ୍ରେସନ୍ ଡ୍ରଗ୍ସର ଦୁରୁପଯୋଗର ପରିଣାମ…

ଗୁଗଲ ଉପରେ ପେଟିଏମ୍‌ ଲଗାଇଲା ଭେଦଭାବର ଆରୋପ

ନୂଆଦିଲ୍ଲୀ ୨୨/୦୯: ଗୁଗଲ ପ୍ଲେ-ଷ୍ଟୋରରୁ ପେଟିଏମକୁ ହଟାଇବା ପରେ ଏବେ ଡିଜିଟାଲ ପେମେଣ୍ଟ ଆପ ପେଟିଏମ ଗୁଗଲକୁ ଟାର୍ଗେଟ କରିଛି। ପେଟିଏମ ଗୁଗଲ ଉପରେ ଭେଦଭାବର ଆରୋପ ଲଗାଇଛି। ଆପ ମାମଲାରେ ଗୁଗଲର ନିୟମ ଅଲଗା ହୋଇଯାଏ ବୋଲି ପେଟିଏମ୍ କହିଛି। ଏହା ସହ ଗୁଗୁଲ ନିଜେ ଗୋଟିଏ କ୍ରିକେଟ ଥିମ୍ ଉପରେ ଏକ କ୍ୟାସବ୍ୟାକ୍ ଅଭିଯାନ ଚଳାଉଛି। ତେଜ ସଟ୍ସ ନାମକ ଏ କ୍ୟାମ୍ପେନ ପଏଣ୍ଟ ଓ ଲକି ଡ୍ର ଉପରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଓ୍ବାର୍ଡ ଦେଉଛି। ମାତ୍ର ଯେତେବେଳେ କଥା ଆପର ଉଠିଲା ଗୁଗଲ କହିଲା ନିୟମ ଉଲ୍ଲଂଘନ କରୁଥିବାରୁ ଗୁଗଲ ପ୍ଲେ-ଷ୍ଟୋରରୁ ପେଟିଏମକୁ ହଟାଇଲା। ଗତ ଶୁକ୍ରବାର ଗୁଗଲ ତା’ ପ୍ଲେ-ଷ୍ଟୋରରୁ କିଛି ଘଣ୍ଟା ପାଇଁ ପେଟିଏମକୁ ହଟାଇ ଥିଲା। ଗୁଗଲ କହିଥିଲା କି ପେଟିଏମ ତା’ ପେମେଣ୍ଟ ଆପରେ…