ଡ୍ରଗ୍ସ ମାମଲାରେ ଆଉ ଜଣେ ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିବା ପରେ କଙ୍ଗନାଙ୍କ ପ୍ରତିକ୍ରିୟା

ମୁମ୍ବାଇ ୨୨/୦୯ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରେ ଏନସିବି ମାମଲାର ତଦନ୍ତ କରୁଛି । ଏବେ ସୁଦ୍ଧା ଏହି ମାମଲାରେ ବଲିଉଡର ଅନେକ ଟପ୍ କଳାକାରଙ୍କ ନାଁ ସାମ୍ନାକୁ ଆସିଛି । ବର୍ତ୍ତମାନ ବଲିଉଡର ଆଉ ଜଣେ ଟପ୍ ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଛି । ଏନସିବି ସୋମବାର ଦିନ ସୁଶାନ୍ତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହଙ୍କୁ ପଚରାଉଚୁରା କରିଥିଲା । D ଓ K ମଧ୍ୟରେ ଡ୍ରଗ୍ସକୁ ନେଇ ହୋଇଥିବା ଚାଟର ଖୁଲାସା ହୋଇଥିଲା । ଚାଟରେ D, K ଠାରୁ ମାଲ୍ ମାଗିଥିବା ନଜର ଆସିଛି ।

ଏହି ମାମଲାରେ କଙ୍ଗନା ରଣାୱତ ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ୱିଟ କରି କହିଛନ୍ତି, “ମୋ ପରେ ପୁନରାବୃତ୍ତି କର, ଡିପ୍ରେସନ୍ ଡ୍ରଗ୍ସର ଦୁରୁପଯୋଗର ପରିଣାମ । ଯେଉଁ ହାଇ ସୋସାଇଟିରେ ଧନୀ ଘର ପିଲା ଶ୍ରେଷ୍ଠ ବୋଲି ଦାବି କରାଯାଇଛି, ଯେଉଁମାନଙ୍କର ଭଲ ପ୍ରତିପୋଷଣ ହୋଇଥାଏ, ସେମାନେ ନିଜ ମ୍ୟାନେଜରକୁ ପଚାରିଥାନ୍ତି- ମାଲ ଅଛି କି ?” କଙ୍ଗନାଙ୍କ ଏହି ଟ୍ୱିଟ୍ ପରେ ୟୁଜର୍ସ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

Related posts

Leave a Comment