ଗୁପ୍‌ ଚୁପ୍‌ ନେଲା ମହିଳାଙ୍କ ଜୀବନ

ସୁନ୍ଦରଗଡ଼୨୨/୯: ଏମିତି ବି ଜୀବନ ଯାଏ। କଥାଟି ବିଶ୍ବାସ ନ ହେଲେ ସତ। ଗୁପ୍‌ଚୁପ୍‌ ନେଲା ମହିଳାଙ୍କ ଜୀବନ। ସୁନ୍ଦରଗଡ଼ ଜିଲ୍ଲାର ସରଫଗଡ଼ ଗାଁରେ ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି। ଗୁପ୍‌ଚୁପ୍‌ ଖାଇବା ସମୟରେ ମହିଳାଙ୍କ ତଣ୍ଟିରେ ଲାଗି ଯାଇଥିଲା।ତଣ୍ଟି ଯନ୍ତ୍ରଣା ହେବାରୁ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ମହିଳା ହେଲେ ଫୁଲମତି। ପରିବାର ଲୋକଙ୍କ କହିବା କଥା, ଫୁଲମତି ଶୀଘ୍ର ଶୀଘ୍ର ଗୁପ୍‌ଚୁପ୍ ଖାଇବା ବେଳେ ତାଙ୍କ ତଣ୍ଟିରେ ଲାଗିଥିଲା। ବୟସ୍କ ଲୋକ କିମ୍ବା ପିଲାମାନେ ଗୁପ୍‌ଚୁପ୍‌ ଖାଇବା ବେଳେ ଧୀରେ ଖାଆନ୍ତୁ। ଗୁପ୍‌ଚୁପ୍‌ ଖାଇବା ବେଳେ ଯେଉଁ ଖଟାପାଣି ଦିଆଯାଏ, ସେଥିରେ ରାଗ ଅଂଶ ଅଧିକ ଥାଏ। ତେଣୁ ଛୋଟ ପିଲା ହୁଅନ୍ତୁ କିମ୍ବା ବୟସ୍କ ଲୋକ ଗୁପ୍‌ଚୁପ୍‌ ଧୀରେ ଧୀରେ ଖାଆନ୍ତୁ। ଯଦି ଗୁପ୍‌ଚୁପ୍ ବାଲା ଶୀଘ୍ର ଶୀଘ୍ର ଦେଉଛନ୍ତି ତେବେ ଧୀରେ ଧୀରେ ଦେବାକୁ କୁହନ୍ତୁ।

Related posts

Leave a Comment