ଆଠମଲ୍ଲିକ ୨୩।୯: ଜମିଜମା ବିବାଦରୁ ବଡ଼ ବାପାକୁ ହତ୍ୟା କଲା ପୁତୁରା । ଆଠମଲ୍ଲିକ ଥାନା କୁଦଗାଁ ପଞ୍ଚାୟତ ବିଜିପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ସଇତା ପ୍ରଧାନ।
ସୂଚନା ଅନୁସାରେ, ପାରିବାରିକ ଜମିବାଡି ଭାଗବଣ୍ଟାକୁ ନେଇ ସତ୍ୟାନନ୍ଦ ପ୍ରଧାନ ଏବଂ ତାଙ୍କ ବଡ ଭାଇଙ୍କ ପରିବାର ମଧ୍ୟରେ ତିକ୍ତ ସମ୍ପର୍କ ଥିଲା । ଗତକାଲି ସନ୍ଧ୍ୟାରେ ପୁତୁରା ଅର୍ଜୁନ ପ୍ରଧାନ ସହ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବଡବାପାଙ୍କୁ ପ୍ରଥମେ ଏକ ଟାଙ୍ଗିଆରେ ପୁତୁରା ଆକ୍ରମଣ କରିଥିଲା । ଏହାପରେ ତାଙ୍କୁ ଏକ ବଳଦ ସହିତ ପଘାରେ ବଳଦକୁ ଘଉଡାଇ ଦେଇଥିଲେ । କିଛି ସମୟ ପରେ ସଇତା ପ୍ରଧାନଙ୍କୁ ସମ୍ପର୍କୀୟ ଉଦ୍ଧାର କରି ଆଠମଲ୍ଲିକ ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସଇତା ପ୍ରଧାନଙ୍କର ମୃତ୍ୟୁ ହୋଇଛି । ଖବର ପାଇ ଅଭିଯୁକ୍ତ ଆଠମଲ୍ଲିକ ପୋଲିସ ଅର୍ଜୁନ ପ୍ରଧାନକୁ ଗିରଫ କରିଛି ।