ଡ୍ରଗସ କେସ୍: ରଣବୀରଙ୍କ ସହ ମୁମ୍ବାଇ ଆସିଲେ ଦୀପିକା, ଶନିବାର ହାଜର ହେବେ NCBରେ

ମୁମ୍ବାଇ ୨୪।୯:  ଡ୍ରଗସ୍‌ କେସ୍‌ରେ ନାମ ଆସିବାରୁ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଗୁରୁବାର ଗୋଆରୁ ମୁମ୍ବାଇ ଆସିଛନ୍ତି। ସାଙ୍ଗରେ ସ୍ୱାମୀ ରଣବୀର କପୁର ମଧ୍ୟ ଅଛନ୍ତି। ଦୀପିକା ମୁମ୍ବାଇ ଆସୁଥିବାର ସୂଚନା ମିଳିବା ପରେ ବିମାନ ବନ୍ଦରର ସୁରକ୍ଷା କଡାକଡି କରାଯାଇଥିଲା। ସେହିପରି ମୁମ୍ବାଇସ୍ଥିତ ସେମାନଙ୍କ ଘରର ସୁରକ୍ଷା ମଧ୍ୟ ବଢାଇ ଦିଆଯାଇଥିବା ଜଣାପଡିଛି। ତେବେ ଦୀପିକା ଶୁକ୍ରବାର ନାରକୋଟିକ୍ସ ବ୍ୟୁରୋ (ଏନସିବି)ରେ ହାଜର ହେଉନଥିବା ଜଣାପଡିଛି। ସେ ଶନିବାର ଏନସିବି ଅଫିସ୍‌କୁ ଯିବେ ବୋଲି ଜଣାପଡିଛି। ନିକଟରେ ଦୀପିକାଙ୍କ ଡ୍ରଗ୍ସ ଚାଟ୍‌ ସାମ୍ନାକୁ ଆସିଥିଲା। ଯେଉଁଥିରେ ସେ ‘ମାଲ ହୈ କ୍ୟା’ ପଚାରୁଥିବାର ଦେଖାଯାଇଥିଲା। ଏହା ପରେ ଦୀପିକାଙ୍କ ଡ୍ରଗ୍ସ ଚାନେଲ ସମ୍ପୃକ୍ତି ନେଇ ଚର୍ଚ୍ଚା ଉଠିଥିବା ବେଳେ ନିକଟରେ ଏନସିବି ତାଙ୍କୁ ସମନ କରିଛନ୍ତି। ତେବେ ଏନସିବିଙ୍କ ସମନ ପରେ ଦୀପିକା ଟେନସନ୍‌ରେ…

‘ବିନା ମାସ୍କରେ କାହାକୁ ଦେଖିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅ’, ପୋଲିସକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଲକ୍ଷ୍ନୌ, ୨୫|୦୯: ଦେଶରେ କରୋନା ସଂକ୍ରମଣ ମାମଲା ଲଗାତର ଭାବେ ବୃଦ୍ଧି ପାଉଛି । ଉତ୍ତର ପ୍ରଦେଶରେ ବେକାବୁ ଅଛି କରୋନା ଭାଇରସ । ତେବେ ଉତ୍ତର ପ୍ରଦେଶରେ ବର୍ଦ୍ଧିତ କରୋନା ମାମଲାକୁ ନଜରରେ ରଖି ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଯଦି କେହି ବିନା ମାସ୍କରେ ବାହାରେ ବୁଲୁଥିବାର ଦେଖିବାକୁ ମିଳେ ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାନୁସାରେ, ହାଇକୋର୍ଟ ଉତ୍ତର ପ୍ରଦେଶରେ କୋଭିଡ୍ କେୟାରରେ ଆହୁରି ଉନ୍ନତ ଚିକିତ୍ସା ଓ ସୁବିଧାକୁ ନେଇ ଏକ ପିଆଇଏଲର ଶୁଣାଣି କରୁଥିଲେ । ଜଷ୍ଟିସ୍ ଅଜିତ କୁମାର ଓ ଜଷ୍ଟିସ ସିଧାର୍ଥ ବର୍ମାଙ୍କ ଖଣ୍ଡପୀଠ କହିଥିଲେ ଯେ, ବାହାରେ କେହି ବିନା ମାସ୍କରେ ନବୁଲନ୍ତୁ । ଯଦି କେହି ମାସ୍କ ନପିନ୍ଧେ ତେବେ ଏହା…

କରୋନା ସଂକ୍ରମଣ ରୋକିବାକୁ ପଦକ୍ଷେପ: ଆଜିଠାରୁ ୧ ଯାଏଁ ବଲାଙ୍ଗୀର ସହରରେ ସବୁ ଦୋକାନ ବଜାର ବନ୍ଦ

ବଲାଙ୍ଗୀର ୨୫।୦୯: ବଲାଙ୍ଗୀରରେ କରୋନା ସଂକ୍ରମଣର ସ୍ଥିତିକୁ ଦେଖି ବିଭିନ୍ନ ସଙ୍ଗଠନ ପକ୍ଷରୁ ଭିନ୍ନ ପଦକ୍ଷେପ ନିଆଯାଉଛି । ନବ ଗଠିତ ବଲାଙ୍ଗିର କରୋନା ନିୟନ୍ତ୍ରଣ କମିଟି ପକ୍ଷରୁ ଦୋକାନ ବଜାର ଖୋଲିବା ନେଇ ଏକ ଜରୁରୀ ଘୋଷଣା କରାଯାଇଛି । ଘୋଷଣା ଅନୁସାରେ ବର୍ତ୍ତମାନ କରୋନା ମହାମାରୀ ଅତ୍ୟନ୍ତ ଭୟଙ୍କର ମହାମାରୀ ରୂପ ନେଇ ସାରିଛି । ବଲାଙ୍ଗୀର ସହରରେ ଏକାଧିକ ବହୁମୂଲ୍ୟ ଜୀବନ ନେଉଛି । ଆଗାମୀ ଦିନରେ ଅନ୍ୟମାନେ ମଧ୍ୟ କରୋନାର ଶିକାର ହେବାର ସ‌ମ୍ଭାବନାକୁ ଏଡାଇ ଦିଆଯାଇ ପାରିବନି । ବଲାଙ୍ଗୀର ସହରର ବଣିକ ସଂଘ, ପ୍ରମୁଖ ରାଜନୈତିକ ଦଳ, ବିଭିନ୍ନ ସାମାଜିକ ଅନୁଷ୍ଠାନ ତଥା ବୁଦ୍ଧିଜୀବୀମାନଙ୍କୁ ନେଇ ଏକ କରୋନା ନିୟନ୍ତ୍ରଣ କମିଟି ଗଠନ କରାଯାଇଛି । ଏହି କମିଟିର ନିଷ୍ପତ୍ତି କ୍ରମେ ୨୫ ତାରିଖ ଅର୍ଥାତ ଆଜିଠାରୁ ଆସନ୍ତା ୧ ଅକ୍ଟୋବର…

ଭୁବନେଶ୍ୱରରେ ପିସ୍ତଲ ଡିଲ୍‌ର ପର୍ଦ୍ଦାଫାସ : ୨ ଗିରଫ, ସ୍କର୍ପିଓରୁ ଉଦ୍ଧାର ହେଲେ ଦେହଜୀବୀ !

ଭୁବନେଶ୍ୱର, ୨୫।୦୯:  ରାଜଧାନୀରେ ପିସ୍ତଲ ଡିଲ୍‌ର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ । ଡିଲ୍ ଚାଲିଥିବା ବେଳେ ଏସଟିଏଫ ଚଢାଉ କରି ୨ଜଣଙ୍କୁ ଗିରଫ କରିଛି । ସୂଚନାନୁସାରେ, ରାଜଧାନୀରେ ଏବେ କିଛିଦିନ ଧରି ଚୋରା ବନ୍ଧୁକ କାରବାର ବୃଦ୍ଧି ପାଇଥିବା ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗ ପରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ । ବିଭିନ୍ନ ସ୍ଥାନରେ ଚୋରା ବନ୍ଧୁକ ବେପାରୀଙ୍କ ଉପରେ କଡା ନଜର ମଧ୍ୟ ରଖୁଥିଲା । କୌଣସି ସୂତ୍ରରୁ ଖବର ପାଇ ଶୁକ୍ରବାର ପୋଲିସ କଳ୍ପନା ଛକରେ ଚଢାଉ କରିଥିଲା । ସେଠାରେ  ପିସ୍ତଲ କାରବାର ପାଇଁ ଯୋଜନା କରୁଥିବା ୨ ଯୁବକ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ଗୋଟିଏ ସ୍କର୍ପିଓ ଗାଡି ସହ ପିସ୍ତଲ ଓ ୫ ରାଉଣ୍ଡ ଗୁଳି ଜବତ ହୋଇଛି ।  ଗିରଫ ୨ ଯୁବକଙ୍କ…

ଆଜି ଘୋଷଣା ହେବ ବିହାର ବିଧାନସଭା ପାଇଁ ନିର୍ବାଚନ ତାରିଖ !

ପାଟନା, ୨୫।୦୯:   ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ନିର୍ବାଚନ କମିସନର ଶୁକ୍ରବାର ବିହାର ବିଧାନସଭା ତାରିଖ ବାବଦରେ ଘୋଷଣା କରିବେ ବୋଲି ସୂଚନା ମିଳିଛି । ଆଜି ଦିନ ୧୨ଟା ୩୦ରେ ନିର୍ବାଚନର ତାରିଖ ଘୋଷଣା ହୋଇପାରେ । ବିଧାନସଭା ନିର୍ବାଚନକୁ ନେଇ ବିହାରରେ ରାଜନୈତିକ ପାଣିପାଗ ସରଗରମ ରହିଛି । ରାଜ୍ୟରେ ବିରୋଧି ଦଳର ମହାମେଂଟରେ ସାମିଲ ହୋଇଥିବା ଆରଏଲଏସପି ବୁଧବାର ମେଣ୍ଟରୁ ବାହାରିବା ନେଇ ସଙ୍କେତ ଦେଇଛି । ଦଳର ରାଷ୍ଟ୍ରୀୟ ମହାସଚିବ ମାଧବ ଆନନ୍ଦ କହିଛନ୍ତି ଯେ, ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଦଳ ନୂଆ ବିକଲ୍ପ ସନ୍ଧାନ କରିବ । ଏନେଇ ଶୁକ୍ରବାର ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ମହାମେଣ୍ଟରେ କିଛି ଠିକ୍ ଚାଲୁନାହିଁ । ତେଣୁ ସମୟ ପୂର୍ବରୁ…

ଖଲ୍ଲିକୋଟ ୨୫।୯: ଗଞ୍ଜାମ ପୋଲିସ ଜିଲ୍ଲା ଅଧିନ ହିଞ୍ଜିଳି ପୋଲିସ ଗୁରୁବାର ରାତିରେ ପୋଚିଲିମା ଓ ରାଳବ ଦୁଇ ସ୍ଥାନରେ ଜୁଆ ଖେଳ ଚାଲିଥିବାର ସୂଚନା ପାଇ ଚଢାଉ କରିଥିଲା । ଏହି ଚଢାଉ ସମୟରେ ପୋଲିସ ୨୬ ଜଣଙ୍କୁ ଗିରଫ କରିବା ସହ ନଗଦ ୧ ଲକ୍ଷ ୬୭ ହଜାର ୩ ଶହ ଟଙ୍କା ଜବତ କରିବା ସହ ୧୭ଟି ମୋବାଇଲ ଫୋନ ଓ ୧୨ ଟି ବାଇକ ଜବତ କରିଛି । ଆଗକୁ ଦଶହରା ଆସୁଥିବାରୁ ଜିଲ୍ଲାରେ ଅଧିକ ମାତ୍ରାରେ ଜୁଆ ଖେଳ ଚାଲିଥାଏ, ତେଣୁ ଏହାକୁ ରୋକିବା ନେଇ ଗଞ୍ଜାମ ଏସପି ବ୍ରିଜେଶ କୁମାର ରୟ ସମସ୍ତ ଥାନା ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ବିଭିନ୍ନ ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ ଜାରି ରହିବା ସହ ପ୍ରତ୍ୟେକ…

ଏନସିବି କାର୍ଯ୍ୟାଳୟ ଅଭିମୁଖେ ବାହାରିଲେ ରକୁଲପ୍ରୀତ, ଡ୍ରଗ୍ସ ଲିଙ୍କ୍ ନେଇ ହେବ ପଚରାଉଚରା

ମୁମ୍ବାଇ ୨୫।୯: ବଲିଉଡର ବଡ ବଡ ଅଭିନେତ୍ରୀ ଏବେ ଡ୍ରଗ୍ ଲିଙ୍କ୍ ମାମଲାରେ ଫସିଛନ୍ତି । ଏହି ମାମମଲାରେ ଏନସିବି ସାରା ଅଲ୍ଲୀ ଖାନ, ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ରକୁଲପ୍ରୀତ ସିଂଙ୍କୁ ସମନ ଜାରି କରି ପଚରାଉଚରା ଡକାଇଛି । ଆଜି ଏନସିବି ଡ୍ରଗ୍ସ ଲିଙ୍କ୍ କୁ ନେଇ ରକୁଲପ୍ରୀତ ସିଂଙ୍କୁ ପଚରାଉଚରା କରିବ । ଏହାସହ ଏନସିବି ଦୀପିକା ପାଦୁକୋନ ଏବଂ କ୍ୟାନ୍ ଟାଲେଣ୍ଟ ଏଜେନ୍ସିର ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ପଚରାଉଚରା ପାଇଁ ଡାକିଛନ୍ତି । ଦୀପିକା ପାଦୁକୋନଙ୍କ ସହ କରିସ୍ମା ପ୍ରକାଶଙ୍କ ଡ୍ରଗ୍ସ ଚାଟ୍ ସାମ୍ନାକୁ ଆସିଥିଲା । ଯେଉଁଥିରେ କରିସ୍ମା ଦୀପିକା ପାଦୁକୋନଙ୍କୁ ହ୍ୟାଶ ଦେବା ବିଷୟରେ କହୁଥିଲେ । ଅଭିନେତ୍ରୀ ରକୁଲପ୍ରୀତ ଏନସିବି କାର୍ଯ୍ୟାଳୟ ଅଭିମୁଖେ ଘରୁ ବାହାରିସାରିଛନ୍ତି । ଡ୍ରଗ୍ସ ଲିଙ୍କ୍ ମାମଲାରେ ଏନସିବି ଟିମ୍ ଆଜି ରକୁଲଙ୍କୁ ପଚରାଉଚରା…