ଆଜି ଘୋଷଣା ହେବ ବିହାର ବିଧାନସଭା ପାଇଁ ନିର୍ବାଚନ ତାରିଖ !

ପାଟନା, ୨୫।୦୯:   ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ନିର୍ବାଚନ କମିସନର ଶୁକ୍ରବାର ବିହାର ବିଧାନସଭା ତାରିଖ ବାବଦରେ ଘୋଷଣା କରିବେ ବୋଲି ସୂଚନା ମିଳିଛି । ଆଜି ଦିନ ୧୨ଟା ୩୦ରେ ନିର୍ବାଚନର ତାରିଖ ଘୋଷଣା ହୋଇପାରେ ।

ବିଧାନସଭା ନିର୍ବାଚନକୁ ନେଇ ବିହାରରେ ରାଜନୈତିକ ପାଣିପାଗ ସରଗରମ ରହିଛି । ରାଜ୍ୟରେ ବିରୋଧି ଦଳର ମହାମେଂଟରେ ସାମିଲ ହୋଇଥିବା ଆରଏଲଏସପି ବୁଧବାର ମେଣ୍ଟରୁ ବାହାରିବା ନେଇ ସଙ୍କେତ ଦେଇଛି ।

ଦଳର ରାଷ୍ଟ୍ରୀୟ ମହାସଚିବ ମାଧବ ଆନନ୍ଦ କହିଛନ୍ତି ଯେ, ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଦଳ ନୂଆ ବିକଲ୍ପ ସନ୍ଧାନ କରିବ । ଏନେଇ ଶୁକ୍ରବାର ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ମହାମେଣ୍ଟରେ କିଛି ଠିକ୍ ଚାଲୁନାହିଁ । ତେଣୁ ସମୟ ପୂର୍ବରୁ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ସେ କହିଥିଲେ ।

Related posts

Leave a Comment