କରୋନା ସଂକ୍ରମଣ ରୋକିବାକୁ ପଦକ୍ଷେପ: ଆଜିଠାରୁ ୧ ଯାଏଁ ବଲାଙ୍ଗୀର ସହରରେ ସବୁ ଦୋକାନ ବଜାର ବନ୍ଦ

ବଲାଙ୍ଗୀର ୨୫।୦ବଲାଙ୍ଗୀରରେ କରୋନା ସଂକ୍ରମଣର ସ୍ଥିତିକୁ ଦେଖି ବିଭିନ୍ନ ସଙ୍ଗଠନ ପକ୍ଷରୁ ଭିନ୍ନ ପଦକ୍ଷେପ ନିଆଯାଉଛି । ନବ ଗଠିତ ବଲାଙ୍ଗିର କରୋନା ନିୟନ୍ତ୍ରଣ କମିଟି ପକ୍ଷରୁ ଦୋକାନ ବଜାର ଖୋଲିବା ନେଇ ଏକ ଜରୁରୀ ଘୋଷଣା କରାଯାଇଛି । ଘୋଷଣା ଅନୁସାରେ ବର୍ତ୍ତମାନ କରୋନା ମହାମାରୀ ଅତ୍ୟନ୍ତ ଭୟଙ୍କର ମହାମାରୀ ରୂପ ନେଇ ସାରିଛି । ବଲାଙ୍ଗୀର ସହରରେ ଏକାଧିକ ବହୁମୂଲ୍ୟ ଜୀବନ ନେଉଛି । ଆଗାମୀ ଦିନରେ ଅନ୍ୟମାନେ ମଧ୍ୟ କରୋନାର ଶିକାର ହେବାର ସ‌ମ୍ଭାବନାକୁ ଏଡାଇ ଦିଆଯାଇ ପାରିବନି ।

ବଲାଙ୍ଗୀର ସହରର ବଣିକ ସଂଘ, ପ୍ରମୁଖ ରାଜନୈତିକ ଦଳ, ବିଭିନ୍ନ ସାମାଜିକ ଅନୁଷ୍ଠାନ ତଥା ବୁଦ୍ଧିଜୀବୀମାନଙ୍କୁ ନେଇ ଏକ କରୋନା ନିୟନ୍ତ୍ରଣ କମିଟି ଗଠନ କରାଯାଇଛି । ଏହି କମିଟିର ନିଷ୍ପତ୍ତି କ୍ରମେ ୨୫ ତାରିଖ ଅର୍ଥାତ ଆଜିଠାରୁ ଆସନ୍ତା ୧ ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି । କିନ୍ତୁ ଏଥିରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା- ଔଷଧ, କିରାନା, ଦୁଗ୍ଧ ଓ ଦୁଗ୍ଧଜାତୀୟ ଦ୍ରବ୍ୟ, ଫଳ, ପନିପରିବା, ସାର, ବିହନ, ମାଛ, ମାଂସ, ଅଣ୍ଡା, ଚା ଓ ପାନଦୋକାନ ଦୋକାନଗୁଡିକ ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି କୁହାଯାଇଛି ।

ଏଥି ସହିତ ହୋଟେଲ ଗୁଡିକ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ପାର୍ସଲ ଦେଇ ପାରିବେ ବୋଲି ସୂଚନା ଦିଆଯାଇଛି । ତେଣୁ ସମସ୍ତ ବଲାଙ୍ଗୀରବାସୀଙ୍କୁ ଏହି ମହାମାରୀ ପରିସ୍ଥିତିରେ ସମସ୍ତେ ଏକ ହୋଇ କରୋନା ମୁକ୍ତ ଅଭିଯାନରେ ସାମିଲ ହେବାକୁ ଅନୁରୋଧ କରାଯାଇଛି ।

Related posts

Leave a Comment