କୃଷି ବିଲ୍‌କୁ ବିରୋଧ : ୧୨ ଘଣ୍ଟିଆ ଅତାବିରା ବ୍ଲକ୍ ବନ୍ଦ

ବରଗଡ ୨୬।୯: କୃଷି ବିଲ୍‌କୁ ବିରୋଧ କରି ବରଗଡ ଜିଲ୍ଲାର ଅତାବିରା ବ୍ଲକ ୧୨ ଘଣ୍ଟିଆ ବନ୍ଦ । ଅତାବିରା ବ୍ଲକ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ବନ୍ଦ ପାଳନ ଯୋଗୁଁ ଗାଡି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ରୋଗୀ ନେଇ ଫେରୁଥିବା ବେଳେ ଓଲଟିଲା ଆମ୍ବୁଲାନ୍ସ, ରୋଗୀଙ୍କ ସହ ସଂପର୍କୀୟ ଆହତ

ଭଦ୍ରକ ୨୬।୯: ରୋଗୀ ନେଇ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ । ଡ୍ରାଇଭର ଛୁ । ରୋଗୀଙ୍କ ସହ ସଂପର୍କୀୟମାନେ ଆହତ ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ନହରା ଅଞ୍ଚଳର ଭବଶଙ୍କର ମିଶ୍ର କଟକ ନ୍ୟୁରୋଲୋଜି ବିଭାଗର ଡାକ୍ତରଙ୍କୁ ଦେଖାଇ ଘରକୁ ଫେରୁଥିଲେ । ଘରକୁ ଫେରୁଥିବା ବେଳେ ଭୋର ସମୟରେ ୧୬ନଂ ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ରାହାଞ୍ଜ ଛକରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ରାସ୍ତା କଡରେ ସମସ୍ତେ ପଡିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି । ଭଡାରେ କଟକରୁ ଆମ୍ବୁଲାନ୍ସ ନେଇ ଆସୁଥିଲେ । ଆହତଙ୍କ ନାମ ସୁଶାନ୍ତ ମିଶ୍ର, ସୁମନ୍ତ ମିଶ୍ର, ଶାନ୍ତିଲତା ବୋଲି ସୂଚନା ମିଳିଛି । ସମସ୍ତ ଆହତ ଓ ଗୁରୁତର ଭଦ୍ରକ ଜିଲ୍ଲା…

ଭୟଙ୍କର ବିମାନ ଦୁର୍ଘଟଣା: ଘଟଣାସ୍ଥଳରେ ୨୨ଜଣଙ୍କ ମୃତ୍ୟୁ, ୬ ନିଖୋଜ

ନୂଆଦିଲ୍ଲୀ ୨୬/୦୯ : ୟୁକ୍ରେନରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ରାଏଟର୍ସ ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ୨୮ ଜଣଙ୍କୁ ନେଇ ଯାଉଥିବା ୟୁକ୍ରେନ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟମାନେ ନିଖୋଜ ଅଛନ୍ତି । ଏହି ଦୁର୍ଘଟଣା ସମ୍ପର୍କରେ ୟୁକ୍ରେନ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବିମାନରେ ଅଧିକାଂଶ ଛାତ୍ର ଥିଲେ ଏବଂ ୭ ଜଣ କ୍ରୁ ସଦସ୍ୟ ମଧ୍ୟ ଥିଲେ । ଦୁର୍ଘଟଣାର କାରଣ ପତା କରିବାକୁ ଚେଷ୍ଟା କରାଯାଉଛି  ସେ ଖୁବ୍ ଶୀଘ୍ର ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି କହିଛନ୍ତି ।

ଭଲଖବର: ଆରମ୍ଭ ହେଲା ଅକ୍ସଫୋର୍ଡ କରୋନା ଭାକସିନର ମାନବ ପରୀକ୍ଷଣ, ୩ଜଣଙ୍କୁ ଦିଆଗଲା ପ୍ରଥମ ଡୋଜ

ଚଣ୍ଡିଗଡ଼ ୨୬/୦୯: ଦେଶରେ କରୋନା ସଙ୍କଟ କାଳରେ ଅକ୍ପଫୋର୍ଡ ପକ୍ଷରୁ ଭଲ ଖବର ଆସିଛି। ଗତକାଲି ପିଜିଆଇ ଚଣ୍ଡିଗଡ଼ରେ କୋଭିଡ୍-୧୯ ଭାକସିନ ‘କୋଭିସିଲ୍ଡ’ର ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ଟ୍ରାଏଲର ପ୍ରଥମ ଦିନରେ ସୁସ୍ଥ ଥିବା ୯ ଜଣ ଲୋକଙ୍କୁ ପରୀକ୍ଷଣ ପାଇଁ ଡକାଯାଇଥିଲା। ସେମାନଙ୍କ ମଧ୍ୟରୁ କେବଳ ୩ ଜଣକୁ ଟିକା ଦିଆଗଲା। ଯେଉଁମାନଙ୍କୁ ଭାକସିନ ଦିଆଯାଇଛି ସେମାନଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ସାମିଲ ଅଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୫୭,୩୩ ଓ ୨୬। ପିଜିଆଇ ପ୍ରଶାସନ ଅନୁସାରେ ସ୍ବେଚ୍ଛାସେବୀଙ୍କ ମନୋନୟନ ଓ ଡୋଜ ଦେବା ପ୍ରକ୍ରିୟା କ୍ରମାଗତ ଜାରି ରହିବ। ଛଅ ମାସ ପର୍ଯ୍ୟନ୍ତ ସେମାନଙ୍କ ଫଲୋଅପ କରାଯିବା ପରେ ଭାକସିନ ପରିଣାମକୁ ଆକଳନ କରାଯିବ ଯେ କରୋନା ପାଇଁ ଏହା କେତେ ମାତ୍ରାରେ ଫଳପ୍ରଦ। ପ୍ରଥମ ପର୍ଯ୍ୟାୟରେ…

ରାଜ୍ୟରେ ଚିହ୍ନଟ ହେଲେ ୪୩୫୬ କରୋନା ସଂକ୍ରମିତ, ୨୦୫୪୫୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର ୨୫।୯: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୩୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୫୪୫୨ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୨୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୮୨୭ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ରାଜ୍ୟରେ ୧୫୬୫୪୩୨ ଜଣ ସୁସ୍ଥ ହୋଇଥିବାବେଳେ ୩୯୧୮୪ ଆକ୍ଟିଭ ମାମଲା ରହିଛି ।

ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୭୮୩ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର ୨୫।୯: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ୧୬ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୮୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଜୀବନରେ ମାରିଦେବାକୁ ଧମକ: ୟୁପି୧୧୨ ହ୍ୱାଟ୍ସଆପ୍ ନମ୍ବରକୁ ଆସିଛି ମେସେଜ୍

ଲଖନଉ ୨୬/୦୯ : ଉତ୍ତର ପ୍ରଦେଶ ରାଜଧାନୀ ଲଖନଉରୁ ଏକ ବଡ ଖବର ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଖବର ସାମ୍ନାକୁ ଆସିଛି । ମୁଖତାର ଆନସାରୀକୁ ଜେଲରୁ ମୁକ୍ତ ନ କରିବାରୁ ଏହିଭଳି ଧମକ ଦିଆଯାଉଥିବା ଜଣାପଡିଛି । ଉତ୍ତର ପ୍ରଦେଶ ୧୧୨ ହ୍ୱାଟ୍ସଆପ୍ ନମ୍ବରକୁ ଧମକପୂର୍ଣ ମେସେଜ ପଠାଯାଇଛି । 9696755113 ଏହି ନମ୍ବରରୁ ମେସେଜ୍ ପଠାଯାଇଥିବା ଜଣାପଡିଛି । ମାମଲାରେ ହଜରତଗଞ୍ଜ ପୋଲିସ ଏଫଆଇଆର ରୁଜ୍ଜୁ କରିଛି । ପୋଲିସ ଓ ସାଇବର୍ ସେଲ୍ ଟିମ୍ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକପୂର୍ଣ ମେସେଜ ପୂର୍ବରୁ ମଧ୍ୟ ଆସିଛି । ଯାହାପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଚଳିତ…

ବରେଲିରୁ ଜବତ ହେଲା ୧୪ ଲକ୍ଷ ୮୬ ହଜାର ଟଙ୍କାର ୫୦୦-୧୦୦ ଟଙ୍କିଆ ପୁରୁଣା ନୋଟ୍, ପାଞ୍ଚ ଜଣ ଗିରଫ

ବରେଲି ୨୬/୦୯: ବରେଲିର ବହେଡି-ସେରଗଡ଼ ବର୍ଡରରେ ପୋଲିସ୍ ଗୋଟିଏ ଗାଡ଼ିରୁ ୧୪ ଲକ୍ଷ ୮୬ ହଜାର ଟଙ୍କାର ପୁରୁଣା ୫୦୦-୧୦୦୦ ଟଙ୍କାର ନୋଟ୍ ଜବତ କରିଛି। ଏହା ସହ ପୋଲିସ୍ ପାଞ୍ଚ ଜଣ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି। ଗତକାଲି ବିଳମ୍ବିତ ରାତ୍ରିରେ ଶେରଗଡ଼ ଅଶ୍ବନି କୁମାର ସିଂହ ବହେଡି-ଶେରଗଡ଼ ବର୍ଡ଼ରରେ ଅବସ୍ଥିତ ଗଭନ୍ନା ସେଣ୍ଟର ସାମ୍ନାରେ ପାଞ୍ଚ ଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ ହାଜି ଅବଦୁଲ ଲତିଫ, ଅମୀର ଅହମଦ, କମଲ ସିଂହ, ଦୀନେଶ କୁମାର ଯାଦବ,ମୋତିଲାଲ।ଏ ସମସ୍ତଙ୍କୁ ପୋଲିସ୍ କାନପୁରରେ ରତିପ୍ରାୟ ୧୨ଟା ୩୦ରେ ଗିରଫ କରିଛି। ଏହା ସହ ଧଳା ରଙ୍ଗର ଫର୍ଡ ଫିଏଷ୍ଟା ଗାଡ଼ି (ନମ୍ବର 04 k 0330) ମଧ୍ୟ ପୋଲିସ୍ ଜବତ କରିଛି। ସେମାନଙ୍କ ବିରୋଧରେ ଶେରଗଢ଼ ଥାନାରେ ଭାରତୀୟ ରିଭର୍ଜ ବ୍ୟାଙ୍କ ଅଧିନିୟମରେ ମାମଲା…