ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଜୀବନରେ ମାରିଦେବାକୁ ଧମକ: ୟୁପି୧୧୨ ହ୍ୱାଟ୍ସଆପ୍ ନମ୍ବରକୁ ଆସିଛି ମେସେଜ୍

ଲଖନଉ ୨୬/୦୯ : ଉତ୍ତର ପ୍ରଦେଶ ରାଜଧାନୀ ଲଖନଉରୁ ଏକ ବଡ ଖବର ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଖବର ସାମ୍ନାକୁ ଆସିଛି । ମୁଖତାର ଆନସାରୀକୁ ଜେଲରୁ ମୁକ୍ତ ନ କରିବାରୁ ଏହିଭଳି ଧମକ ଦିଆଯାଉଥିବା ଜଣାପଡିଛି । ଉତ୍ତର ପ୍ରଦେଶ ୧୧୨ ହ୍ୱାଟ୍ସଆପ୍ ନମ୍ବରକୁ ଧମକପୂର୍ଣ ମେସେଜ ପଠାଯାଇଛି । 9696755113 ଏହି ନମ୍ବରରୁ ମେସେଜ୍ ପଠାଯାଇଥିବା ଜଣାପଡିଛି । ମାମଲାରେ ହଜରତଗଞ୍ଜ ପୋଲିସ ଏଫଆଇଆର ରୁଜ୍ଜୁ କରିଛି । ପୋଲିସ ଓ ସାଇବର୍ ସେଲ୍ ଟିମ୍ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକପୂର୍ଣ ମେସେଜ ପୂର୍ବରୁ ମଧ୍ୟ ଆସିଛି । ଯାହାପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଚଳିତ ବର୍ଷ ଜୁନ ମାସରେ ଉତ୍ତର ପ୍ରଦେଶ ପୋଲିସର ଏମର୍ଜେନ୍ସି ବା ଜରୁରୀକାଳୀନ ସେବା ୟୁପି ୧୧୨ ର ହ୍ୱାଟ୍ସଆପ ନମ୍ବରକୁ ଏକ ଧମକପୂର୍ଣ ମେସେଜ ଆସିଥିଲା । ମେସେଜରେ ଯୋଗୀ ଆଦିତ୍ୟନାଥଙ୍କୁ ବୋମା ଲଗାଇ ଉଡାଇଦେବାକୁ ଧମକ ଦିଆଯାଇଥିଲା । ଏହାପୂର୍ବରୁ ମେ ମାସରେ ମଧ୍ୟ ଏହିଭଳି ଏକ ଧମକ ଯୋଗୁଁ ମୁମ୍ବାଇ କାମରାନ ଅମିନକୁ ଉତ୍ତର ପ୍ରଦେଶ ଏସଟିଏଫ ଗିରଫ କରିଥିଲା । ଗିରଫ କାମରାନ ଅମିନର ଘର ମୁମ୍ବାଇରେ । ଝାବେରି ବଜାରରେ ସିକ୍ୟୁରିଟି ଗାର୍ଡ ଭାବେ ଚାକିରୀ କରୁଥିବା କାମରାନର ୨୦୧୭ ମସିହାରେ ସ୍ପାଇନ ଟିବି ଅପରେସନ ହୋଇଥିଲା । ତାପରେ ସେ ଚାକିରୀ ଛାଡି ଦେଇଥିଲା ।

Related posts

Leave a Comment