୯୧ ବର୍ଷ ବୟସରେ ପଦାର୍ପଣ କଲେ ସୁର ସାମ୍ରାଜ୍ଞି ଲତା ମଙ୍ଗେସକର୍

ମୁମ୍ବାଇ ୨୮/୦୯ : ସେପ୍ଟେମ୍ବର ୨୮ ତାରିଖ ସୁର ସାମ୍ରାଜ୍ଞି ଭାରତ ରତ୍ନ ଲତା ମଙ୍ଗେସକରଙ୍କର ୯୧ତମ ଜନ୍ମଦିନ । ମଧ୍ୟ ପ୍ରଦେଶ ଇନ୍ଦୋରରେ ଜନ୍ମ ନେଇଥିବା ଲତା ୪୦ ଦଶକରେ ଗୀତ ଗାଇବା ଆରମ୍ଭ କରିଥିଲେ । ସେତେବେଳେ ତାଙ୍କୁ ମାତ୍ର ୧୩ ବର୍ଷ ବୟସ ହୋଇଥିଲା । ଗାୟିକା ଦୁନିଆରେ ଲତା ମଙ୍ଗେସକରଙ୍କର ଏକ ମହତ୍ଵପୁର୍ଣ ଭୂମିକା ରହିଛି । ତାଙ୍କୁ ଏବେ ସୁଦ୍ଧା ୩ଟି ନ୍ୟାସନାଲ ଆୱାର୍ଡ ମିଳିଛି । ଭାରତ ସରକାର ୧୯୬୯ ମସିହାରେ ତାଙ୍କୁ ପଦ୍ମ ଭୂଷଣ, ୧୯୯୯ ମସିହାରେ ପଦ୍ମ ବିଭୂଷଣ ଓ ୨୦୦୧ ମସିହାରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ । ଲତା ମଙ୍ଗେସକରଙ୍କ ଜୀବନ ସହ ଜଡିତ ଅନେକ କାହାଣୀ ଲୋକ ଶୁଣିଛନ୍ତି । ୧୪ ବର୍ଷ ବୟସରୁ ଲତା କାମ କରିବା ଆରମ୍ଭ…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା ସନ୍ଦେହ

ଆନନ୍ଦପୁର ୨୮।୯: ବେକରେ ରଶି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । କେନ୍ଦୁଝର ଜିଲ୍ଲା ରମଚନ୍ଦ୍ରପୁର ଥାନା କଣ୍ଟାବଣିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକ ଗାଁର ମଦନ ଜେନାଙ୍କ ପୁଅ ପବିତ୍ର ମୋହନ । ଆତ୍ମହତ୍ୟାର କାରଣ ସମ୍ପର୍କରେ କୌଣସି ସଠିକ୍ ତଥ୍ୟା ମିଳିପାରି ନାହିଁ ।  ତେବେ ପାରିବାରିକ କଳହକୁ କେନ୍ଦ୍ରକରି ପବିତ୍ର ଏପରି  କରିଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ପବିତ୍ର ଘରୁ ବାହାରି ଯାଇ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ଖୋଜାଖୋଜି କରିବା ପରେ ରାତିରେ ଘରଠାରୁ କିଛି ଦୂରରେ ଥିବା ଏକ ଗଛରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ । ଗଛରୁ ଉଦ୍ଧାର ପରେ ତୁରନ୍ତ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର…

ରାଜସ୍ଥାନର ରୋମାଞ୍ଚକର ବିଜୟ, ପଞ୍ଜାବ ହାତରୁ ମ୍ୟାଚ୍ ଛଡାଇନେଲେ ସାମସନ୍ ଓ ତେଓ୍ବାତିଆ

ସାରଜାର ୨୮।୯: ଛକା ଚୌକାରେ ଦୁଲୁକିଲା ସାରଜାର ଷ୍ଟାଡିୟମ୍ । ପ଼ଞ୍ଜାବ ହାତରୁ ମ୍ୟାଚ୍ ଛଡାଇ ନେଲେ ସଞ୍ଜୁ ସାମସନ୍‌ ଓ ରାହୁଲ ତେୱାତିଆ । ଫଳରେ ରାଜସ୍ଥାନ ଏହି ମ୍ୟାଚ୍‌ରେ ୪ ଓ୍ବିକେଟ୍‌ରେ ବିଜୟ ହାସଲ କରିଛି । ଆଇପିଏଲ୍‌ର ୧୩ ବର୍ଷର ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଯାଇଛି । ସାରଜାର ଅପେକ୍ଷାକୃତ ଛୋଟ ପଡିଆରେ ଉଭୟ ଦଳର ବ୍ୟାଟ୍‌ସମ୍ୟାନ୍ ଛକା ଚୌକା ବର୍ଷା କରିଥିଲେ । ୨୨୪ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରି କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବଠାରୁ ମ୍ୟାଚ୍ ଛଡ଼ାଇ ନେଇଛି ରାଜସ୍ଥାନ ରୟାଲ୍‌ସ । ଉଭୟ ଦଳ ମୋଟ୍ ୨୯ଟି ଛକା ମାରିଥିଲେ । ସେଥିରୁ ପଞ୍ଜାବର ଖେଳାଳିମାନେ ୧୧ଟି ଛକା ମାରିଥିବାବେଳେ ରାଜସ୍ଥାନ ଖେଳାଳି ୧୮ଟି ଛକା ମାରିଛନ୍ତି। ଏହି ମ୍ୟାଚ୍‌ରେ ଟସ୍ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ…

ଘର ଭିତରୁ ବିରାଟ କଇଁଛ ଉଦ୍ଧାର : ଲମ୍ବ ପ୍ରାୟ ୨ ଫୁଟ, ଓଜନ ପ୍ରାୟ ୩୫କେ.ଜି.

ଭଦ୍ରକ ୨୮।୯: ଘର ଭିତରୁ ଉଦ୍ଧାର ହେଲା ବିରାଟ କଇଁଛ । ଉଦ୍ଧାର ହୋଇଥିବା କଇଁଛଟି ପ୍ରାୟ ୨ ଫୁଟ ଲମ୍ବ ହେବା । ଏହାର ଓଜନ ୨୫-୩୫ କିଲୋଗ୍ରାମ ହେବ । ଏହା ସାମୁଦ୍ରିକ କଇଁଛ ହୋଇଥିବା ବନ ବିଭାଗ ସୂଚନା ଦେଇଛି। ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଗ୍ରାମର ହରି ଚରଣ ବାରିକଙ୍କ ଘର ଭିତରୁ ଏହି କଇଁଛଟି ଉଦ୍ଧାର ହୋଇଛି । ଘର ଭିତରେ କଇଁଛଟି ଥିବା ବେଳେ ଏତେ ବଡ଼ କଇଁଛଟିକୁ ଘର ଲୋକ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ଏହି ବିରଳ କଇଁଛଟିକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କର ଭିଡ଼ ଜମିଥିଲା । ଏତେ ବଡ଼ କଇଁଛ ଲୋକମାନେ ଆଗରୁ କେବେ ଦେଖି ନଥିଲେ । ଏହାକୁ ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ…

ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୮ ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର ୨୮।୯: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ୧୬ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ୧୬ ମୃତକଙ୍କ ମଧ୍ୟରୁ ବାଲେଶ୍ବର ଜିଲ୍ଲାରୁ ୩ ଜଣ, ଖୋର୍ଦ୍ଧା, ମୟୁରଭଞ୍ଜ, ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ, ବଲାଙ୍ଗୀର, କଟକ, ଢେଙ୍କାନାଳ, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଏବଂ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । Regret to inform of the demise of sixteen Covid positive patients while under treatment in hospitals. 1.A 55 year old…

କୃଷି ବିଲ ବିରୋଧରେ କଂଗ୍ରେସର ପ୍ରଦର୍ଶନ: ଇଣ୍ଡିଆ ଗେଟ୍ ନିକଟରେ ଟ୍ରାକ୍ଟରରେ ନିଆଁ ଲଗାଇଲେ ପ୍ରଦର୍ଶନକାରୀ

ନୂଆଦିଲ୍ଲୀ ୨୮/୦୯ : କୃଷି ଆଇନ ବିରୋଧରେ ପ୍ରଦର୍ଶନ ନିଆଁ ଦିଲ୍ଲୀ ଯାଏଁ ପହଞ୍ଚି ସାରିଛି । ଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟରେ କୃଷକ ଏକ ଟ୍ରାକ୍ଟରରେ ନିଆଁ ଲଗାଇଛନ୍ତି । ପଞ୍ଜାବ ଓ ହରିୟାଣା ପରେ କୃଷକଙ୍କ ବିରୋଧ ପ୍ରଦର୍ଶନ ଦେଶର ରାଜଧାନୀ ଦିଲ୍ଲୀ ସଂସଦ ନିକଟତର ହୋଇଛି । ସଂସଦ ନିକଟରେ ଇଣ୍ଡିଆ ଗେଟରେ କୃଷକମାନେ ବିରୋଧ ପ୍ରଦର୍ଶନ କରି ଏକ ଟ୍ରାକ୍ଟରରେ ନିଆଁ ଲଗାଇଛନ୍ତି । ତେବେ ପ୍ରଦର୍ଶନକାରୀଙ୍କୁ ଏକାଠି ହେବାକୁ ଦିଆଯାଇନାହିଁ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଦର୍ଶନକାରୀଙ୍କୁ ଏକାଠି ହେବାକୁ ଦିଆଯାଇନାହିଁ । ଇଣ୍ଡିଆ ଗେଟ ନିକଟସ୍ଥ ଭିଆଇପି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଗତ ଦୁଇ ସପ୍ତାହ ହେଲା କୃଷି ବିଲକୁ ନେଇ ସଂସଦରୁ ସଡକ ଯାଏଁ ଯୁଦ୍ଧ ଆରମ୍ଭ ହୋଇଥିଲା ତାହା ବର୍ତ୍ତମାନ…

ଆଜି ପ୍ରକାଶ ପାଇବ ଯୁକ୍ତ ୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ବର ୨୮।୯: ଆଜି ପ୍ରକାଶ ପାଇବ ଯୁକ୍ତ ୩ ମେଧା ତାଲିକା । ୨୦୨୦-୨୧ ଶିକ୍ଷାବର୍ଷରେ ଯୁକ୍ତ ୩ କଲେଜଗୁଡିକରେ ନାମଲେଖା ଲାଗି ସୋମବାର ପୂର୍ବାହ୍ନ ୧୧ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ସୋମବାରଠାରୁ ଅକ୍ଟୋବର ୧ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ନାମଲେଖା ସହ ଫି’ ଦାଖଲ କରିପାରିବେ। ରାଜ୍ୟର ୧ ହଜାର ୨୯ଟି କଲେଜ୍ ପାଇଁ ୨ ଲକ୍ଷ ୧୨ ହଜାର ୯୯୮ ଛାତଛାତ୍ରୀ ଆବେଦନ କରିଛନ୍ତି । ଆଜି ହିଁ ସାମ୍ସ ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରିବେ ଛାତ୍ରଛାତ୍ରୀ । ଅକ୍ଟୋବର ୮ ତାରିଖରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ । ୧୦ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ନାମଲେଖ‌ା ଚାଲିବ। ସେପ୍ଟେମ୍ବର ୮ରୁ ଯୁକ୍ତ ୩ ନାମଲେଖା ପାଇଁ ବିଭିନ୍ନ ବିଭାଗରେ ଆବେଦନ ଆରମ୍ଭ…