ପାଟଣା ୨୯/୦୯: ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଥିଲେ ଅଧିକ ସାବଧାନ ହୁଅନ୍ତୁ। ନଚେତ ହାତ ପାହାନ୍ତାରେ ସାଇବର ଅପରାଧୀ ଲୁଟି ନେବେ ସମସ୍ତ ଟଙ୍କା। ଏବେ ସାଇବର ଅପରାଧୀ ଅଧିକ ହାଇଟେକ୍ ହୋଇଯାଇଛନ୍ତି। ତାଙ୍କର ଏହି ହାଇାଟେକ କାରନାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଦ୍ବନ୍ଦ୍ବରେ ପକାଇଛି। ଏମିତି ଏକ ଘଟଣା ଆସିଛି ପାଟଣାରୁ । ପାଟଣା ବୁଦ୍ଧ କଲୋନିରୁ ଜଣେ ବ୍ୟଙ୍କିଙ୍କ ଓଟିପି କି ପିନ୍ ନ ଜାଣି ମଧ୍ୟ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟ୍ ହୋଇଛି।
ଜିଏମ ଟାଓ୍ବର ନିଟସ୍ଥ ରାଜାପୁଲରେ ଭଡ଼ା ନେଇ ରହୁଥିବା ଜୟପ୍ରକାଶ ଗୌତମଙ୍କ ଡେବିଟ ଓ କ୍ରେଡିଟ୍ କାର୍ଡରୁ ସେପ୍ଟେମ୍ବର ୨୬ ତାରିଖ ସକାଳ ୧୦.୪୯ରୁ ୧୦.୫୮ ଅର୍ଥାତ୍ ୯ ମିନିଟ୍ ମଧ୍ୟରେ ଚାରିଥର ଟ୍ରାନଜାକସନ କରାଯାଇଛି। ତେବେ ଏହି ଚାରିଥର ଟ୍ରାନଜକାସନ ମଧ୍ୟରେ ଅପରାଧୀ ଆକାଉଣ୍ଟରୁ ୭୦ ହଜାର ଟଙ୍କା ଉଠାଇଛି।
ଗୌତମ ଇଲେକସନ ମ୍ୟାନେଜମେଣ୍ଟରେ କାମ କରନ୍ତି। ତାଙ୍କ ଅନୁସାରେ ଟ୍ରାନଜାକସନ ପୂର୍ବଦିନ ତାଙ୍କ ପାଖକକୁ ଏକ ଅଲଗା ନମ୍ବରରୁ ଫୋନ ଆସିଥିଲା ଓ କୁହାଯାଇଥିଲା ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠିଛି। ତାଙ୍କର କୋଟାକ ମହିନ୍ଦ୍ରାରେ ଆକାଉଣ୍ଟ ଥିଲା। ସେ କୌଣସି ଅଜଣା ବ୍ୟକ୍ତିଙ୍କୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର କି ଓଟିପି ଦେଇ ନ ଥିବା କହିଛନ୍ତି। ତଥାପି କିଭଳି ଆକାଉଣ୍ଟରୁ ୭୦ ହଜାର ଟଙ୍କା ଉଠାଯାଇଛି ତାକୁ ସେ ବିଶ୍ବାସ କରିପାରୁ ନାହାନ୍ତି। ଏବେ ପୋଲିସ୍ ଏହି ମାମଲାର ତଦନ୍ତ କରୁଛି।