ମହୁମାଛି ଆକ୍ରମଣରେ ଗଲା ଦୁଇ ଭାଇଙ୍କ ଜୀବନ, ଅନ୍ୟ ଜଣେ ଗୁରୁତର

କଳାହାଣ୍ଡି ୨୯।୯: ମହୁମାଛି ଆକ୍ରମଣରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ଲାଞ୍ଜି ପଞ୍ଚାୟତ କୁଲାନାଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଲାଞ୍ଜି ପଞ୍ଚାୟତ କୁଲାନାଳ ଗାଁର କିଛି ଯୁବକ ସାଙ୍ଗ ହୋଇ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ । ଜଙ୍ଗଲରୁ କାଠ ସଂଗ୍ରହ ବେଳେ ହଠାତ୍ ମହୁମାଛି ଆକ୍ରମଣ କରିଥିଲା । ଫଳରେ ମହୁମାଛିଙ୍କ ଆକ୍ରମଣରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇ ମୋଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତ ଦୁଇ ଭାଇ ଘାସି ମାଝୀ ଓ ଡମେ ମାଝୀ । ଗୁରୁତର କବି ମାଝୀ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Related posts

Leave a Comment