ପରିବହନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କର ହେଲା କରୋନା ପରୀକ୍ଷା, କିଛି କର୍ମଚାରୀ ପଜିଟିଭ ଚିହ୍ନଟ ପରେ ପଦକ୍ଷେପ

ଅନୁଗୋଳ ୩୦।୯: ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କର କରୋନା ଟେଷ୍ଟ କରାଯାଇଛି। ଅନୁଗୋଳ ଏମ.ଭି.ଆଇଙ୍କ ସମେତ ମୋଟ ୩୨ଜଣଙ୍କର କରୋନା ଟେଷ୍ଟ କରାଯାଇଛି । ବିଶେଷ କରି ଏହି କାର୍ଯ୍ୟାଳୟରୁ କିଛି ଲୋକଙ୍କର କରୋନା ପଜିଟିଭ ଆସିଲା ପରେ ସମସ୍ତଙ୍କର କରୋନା ଟେଷ୍ଟ ହୋଇଛି । ପରେ ସମ୍ପୂର୍ଣ୍ଣ ଅଫିସକୁ ସାନିଟାଇଜ କରାଯିବ ବୋଲି ସୂଚନା ମିଳିଛି ।

ଅନୁଗୋଳରେ ଜଟିଳ ହେବାକୁ ଲାଗିଛି କରୋନା ସଂକ୍ରମଣ । ଏହି ସଂଖ୍ୟା ଏବେ ୪୩୫୨ରେ ପହଁଚିଛି । ବିଶେଷ କରି ହାଟ ବଜାର ମୁକୁଳା ହୋଇଥିବାରୁ ସଂକ୍ରମଣ ସଂଖ୍ୟା ବଢୁଛି । ଲୋକମାନେ ସାମାଜିକ ଦୂରତା ରକ୍ଷା କରୁନଥିବା ଦେଖିବାକୁ ମିଳୁଛି ।

Related posts

Leave a Comment